Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

231 0

ନୀଳଗିରି:(ସୌମ୍ୟାସାଇ ବାରିକ) କୋଭିଡ୍ ନିୟମ ପାଳନ ପୂର୍ବକ, ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇ ଯାଇଛି i।ପୂର୍ବାହ୍ନ ୭.୩୦ ଘଟିକା ସମୟରେ ରେ , ନୀଳଗିରି ଉପଖଣ୍ଡ କାର୍ଯ୍ୟାଳୟ ପରିସର ରେ ଥିବା, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମଲ୍ଲ୍ୟାର୍ପଣ କରିଥିଲେ ନୀଳଗିରି ଉପଜିଲ୍ଲପାଳ, ହରିଶ୍ଚନ୍ଦ୍ର ଜେନା । ନୀଳଗିରି ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ରତନ ପଟନାୟକ , ଭାର ପ୍ରାପ୍ତ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ, ଗୋବର୍ଦ୍ଧନ ବିଶ୍ଵାଳ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ, ନୀଳଗିରିସ୍ଥ ଗୋପବନ୍ଧୁ ଛାତ୍ରାବାସ ପରିସର କୁ ଯାଇ ଥିଲେ।

ପରିସର ରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ କୈଳାସ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟ ପରିସର ରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳା ଦେବା ପରେ , ପରିସର ରେ ଥିବା ଗୋପବନ୍ଧୁ ଦାସ , ଫକୀର ମୋହନ ସେନାପତି, ମଧୁସୂଦନ ଦାସ, ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇ ଥିଲା।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ପରିଚାଳନା ରେ ସହାୟତା କରିଥ ଥିବା ଦେଖା ଯାଇଛି।

ଏଠାରେ ସୂଚନା ଯୋଗ୍ୟ – ୧୯୩୬ ମସିହା ଏପ୍ରିଲ ୧ ତାରିଖ ରେ ବିଖଣ୍ଡିତ ଉତ୍କଳ କୁ ଭାଷା ଭିତ୍ତି ରେ ଏକତ୍ରିତ କରି, ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରାଯାଇଥିଲା ।ଏହି ଦିନ ଠାରୁ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ର ମାନ୍ୟତା ମିଳିଥିଲା। ଏହି ଦିନ କୁ ଓଡ଼ିଆ ଜାତି ସବୁଦିନ ମନେ ରଖିବା ସହିତ ସ୍ମୃତି ଚାରଣ ପାଇଁ, ପ୍ରତ୍ୟେକ ବର୍ଷ ଏହି ଦିନ କୁ ‘ଉତ୍କଳ ଦିବସ’ ଭାବେ ପାଳିତ ହୋଇ ଆସୁଛି।

Related Post

ଦୁର୍ନତୀଗ୍ରସ୍ତ କର୍ମଚାରୀଙ୍କ ଭୂସ୍ୱର୍ଗ ପଲଟିଛି କଳାହାଣ୍ଡି ବନ ବିଭାଗ,୧୩ କୋଟି ଟଙ୍କାର କେଳେଙ୍କାରୀ ନେଇ ଲୋକାୟୁକ୍ତ ଙ୍କ ନିକଟରେ ଅଭିଯୋଗ।

Posted by - January 11, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ବ୍ୟାପକ ଯୋଜନା ଓ ଅନୁଦାନ ପ୍ରଦାନ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀ ମାନଙ୍କ…

ସାର କହିଲେ ଶନିବାର ବିଦ୍ୟାଳୟ ଛୁଟି

Posted by - September 13, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳ ଝିରି ପଞ୍ଚାୟତର ତଳପଙ୍ଗା ପ୍ରାଥମିକ ବିଦ୍ୟାଳୟ ଗତ ଶନିବାର ୧୦ ତାରିଖ ଦିନ ସମ୍ପୂର୍ଣ୍ଣ ଭାବେ…

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Posted by - June 21, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି…

କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ, କଣ ଖୋଲା ରହିବ, କଣ ବନ୍ଦ ରହିବ?

Posted by - March 21, 2020 409
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ…