ଅକସ୍ମାତ୍ ନିଆଁ ଲାଗି ଜଳି ଗଲା ଘର

366 0

ନୀଳଗିରି :(ସୌମ୍ୟା ସାଇ ବାରିକ୍ପ୍ର)ଚଣ୍ଡ ଖରା ରେ ଅଗ୍ନି ବୃଷ୍ଠି ହେଉଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକସ୍ମାତ୍ ନିଆଁ ଲାଗି ଏକ ଆଦିବାସୀ ପରିବାର ସର୍ବସ୍ୱାନ୍ତ ହୋଇ ଯାଇଥିବା ଦେଖିବାକୁ ମିଳିଛି।

ସୂଚନା ରୁ ଜଣା ଯାଇଛି – ନୀଳଗିରି ବ୍ଲକ୍ ମହିଷାପଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଠିଲୋ ବଲବଲିଆ ରାଜସ୍ବ ଗ୍ରାମ ର, ଶାଳବଣି ଆଦିବାସୀ ସାହି ର ରମେଶ ସିଂ ଙ୍କ ଘରେ, ଆଜି ହଠାତ୍ ନିଆଁ ଲାଗି ଯାଇଥିଲା ।

ଗ୍ରାମ ଲୋକେ ନୀଳଗିରି ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ, ଅଗ୍ନିଶମ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ଅବଶିଷ୍ଟ ନିଆଁ କୁ ଆୟତ୍ତ କରିଥିଲା।

ତେବେ ସେତେବେଳକୁ ଘର ମଧ୍ୟ ରେ ଥିବା, ସମସ୍ତ ଧାନ ଚାଉଳ ଆସବାସ ପତ୍ର ପୋଡି ପାଉଁଶ ହୋଇ ଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ ‘ବଣ ଧୂଳିର ଫୁଲ’ ସାମାଜିକ ସଂଗଠନ ର ଅଧକ୍ଷ ଡ.ବିଜୟ କୁମାର ଆଚାର୍ଯ୍ୟ ଘଟଣା ସ୍ଥଳ ରେ ପହଞ୍ଚି, ଏହି ନିଶ୍ଵ ପରିବାର କୁ ଅଟା, ଚାଉଳ ,ଚୁଡ଼ା ,ଗୁଡ, କିଛି ଲୁଗା ପଟା ପ୍ରଦାନ କରିଥିବା ଦେଖା ଯାଇଛି । ତେବେ ଏହି ନିସ୍ଵ ଆଦିବାସୀ ପରିବାର କୁ ତତ୍କାଳ ସରକାରୀ ସହାୟତା ଯୋଗାଇ ଦେବାକୁ, ସ୍ଥାନୀୟ ଅଧିବାସୀ ମାନେ ଦାବୀ କରିଛନ୍ତି।

Related Post

ମେଡ଼ିକାଲ କଲେଜ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ

Posted by - April 21, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ମେଡ଼ିକାଲ କଲେଜ ପାଇଁ ଜମି ଅଧିଗ୍ରହଣ କରିବାକୁ ଯାଇ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ। ଆଜି ଜମି ଅଧିଗ୍ରହଣ ପାଇଁ…

ଖପ୍ରାଖୋଲ ଅଞ୍ଚଳରେ ଗାଁ ଗୁଡିକ ଉତ୍ସବ ମୁଖର ,ଭାଇ ଜୀଉନ୍ତିଆ ଓଷା ପାଳିତ, ହେଲେ ହଜି ଯାଉଛି ଡାଲଖାଇ

Posted by - October 3, 2022 0
ଖପ୍ରାଖୋଲ :୦୩/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଭାଇ ଜିଉନ୍ତିଆ ଓଷା ପାଇଁ ଉତ୍ସବ ମୁଖର ହୋଇଉଠିଛି। ହେଲେ ହଜି ଯାଉଛି…

ସରକାରୀ ସହାୟତାରୁ ବହୁ ଦୂରରେ ଜନ୍ମରୁ ଶଯ୍ୟାଶାୟୀ ଦୃପତୀ

Posted by - September 14, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣ ଙ୍କୁ ମୌଳିକ ଅଧିକାର ଯୋଗାଇ ଦେବାକୁ ବ୍ୟାପକ ବ୍ୟବସ୍ଥା…

ଝରଣୀଗାଁ ରେ ପହଁଞ୍ଚିଲେ ବିଜେପି କେନ୍ଦ୍ରୀୟ ତିନି ଜଣିଆ ଦଳ

Posted by - October 30, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…