Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଧାନ ମଣ୍ଡିରୁ ଧାନ ଚୋରି,ଧାନ ଛାଡି ଦୁର୍ବୁତ୍ତ ଫେରାର

818 0

ଯାଜପୁର ଅଫିସ:ମଣ୍ଡି ରେ ମାସ ମାସ ଧରି ପଡ଼ି ରହୁଛି ଧାନ। ମାସ ମାସ ଧରି ପଡି ରହି ନଷ୍ଟ ମଧ୍ୟ ହେଉଛି। କେତେବେଳେ ବସ୍ତା ମୂଷା ନେଇ ଯାଉଛନ୍ତି ତ କେତେବଳେ ଦୁର୍ବୃତ୍ତ। ସମ୍ପାଦକ ମହାଶୟ ଙ୍କୁ ଜଣାଇବା ପରେ ସୁଦ୍ଧା ମିଳୁ ନାହିଁ କୌଣସି ସୁଫଳ।ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଅରେଇ ଗ୍ରାମ ପଞ୍ଚାୟତ ରୁ।

ସୂଚନା ମୁତାବକ ଅରେଇ କୃଷି ସମବାୟ ସମିତି ରେ ଧାନ ମଣ୍ଡି ଚାଲିଛି। ଯେଉଁଥି ପାଇଁ ଧାନ ମଣ୍ଡି ରେ ପଡି ରହିଛି।ତେବେ ୨୫/୦୩/୨୦୨୧ ରାତ୍ରି ରେ କେହି ଦୁର୍ବୃତ୍ତ ଟଲି ସାହାର୍ଯ୍ୟ ରେ ଧାନ ଚୋରୀ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକ ଉଠି ପଡ଼ିବାରୁ ଟଲି ଛାଡ଼ି ଦୁର୍ବୃତ୍ତ ପଳାଇଥିଲେ। ତେବେ ଏହିପରି ବାରମ୍ବାର ଘଟୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।ଖାଲି ସେତିକି ନୁହଁ ମଣ୍ଡି ରେ ମାସ ମାସ ଧରି ଧାନ ପଡ଼ି ନଷ୍ଟ ହେଉଥିବା ମଧ୍ୟ ଅଭିଯୋଗ ଆସିଛି।

ମିଲର ଚାଷୀଙ୍କ ଧାନ ଉଠେଇ ବାର ନା ଧରୁ ନାହାନ୍ତି। ସମ୍ପାଦକ ମହାଶୟ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଚାଷୀ। ତେବେ ବାରମ୍ବାର ଅଭିଯୋଗ ପରେ ବାଧ୍ୟ ହୋଇ ଚୋରି ସମ୍ପର୍କ ରେ ବିଂଝାରପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଅରେଇ କୃଷି ସମବାୟ ସମିତି ର ସମ୍ପାଦକ ମାନସ ରଞ୍ଜନ କବି। ବିଂଝାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି।

Related Post

ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଚାଷୀ ମାନଙ୍କ ଧାରଣା

Posted by - August 26, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ସମବାୟ ସମିତି କାର୍ଯ୍ୟଳୟରେ ଆଜି ସକାଳ ୮ ଟାରୁ ଚାଷୀ ମନେ ଧାରଣା ଦେବା ଦେଖିବାକୁ ମିଳିଥିଲା…

କଳାହାଣ୍ଡି ଉତ୍ତର ବନଖଣ୍ଡ‌ ଅଞ୍ଚଳରେ ହାତୀ ଆତଙ୍କ : ଫସଲ ନଷ୍ଟ ଅଭିଜୋଗ ଆଣିଲେ ଚାଷୀ

Posted by - October 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଓ କେସିଙ୍ଗା ରେଞ୍ଜ୍ ଅଧିନସ୍ଥ ଗ୍ରାମ ଗୁଡିକରେ…

ହାତୀ ମୃତ୍ୟୁ ମାମଲାରେ ୪ ଜଣଙ୍କୁ ଉଠାଇବା ପରେ ତେଜିଲା ଆନ୍ଦୋଳନ

Posted by - May 29, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ରେଞ୍ଜ ବଘିଆପଡା ସେକ୍ସନ ରେ ୨ଦନ୍ତାହାତୀ ମୃତ୍ୟୁ ମାମଲାରେ ବନ ବିଭାଗ ୪ ଜଣଙ୍କୁ ଉଠାଇ ନେଇ ଅଟକ ରଖିବା ପ୍ରତିବାଦରେ…

ସାମ୍ବାଦିକ ଆକ୍ରମଣ ଘଟଣାରେ ୭ ଦିନ କଳା ଦିବସ ପାଳିବ ଯାଜପୁର ପ୍ରେସ କ୍ଲବ

Posted by - February 21, 2022 0
ଯାଜପୁର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଯାଜପୁର  ପ୍ରେସ କ୍ଲବର ଦୁଇ ଜଣ ସାମ୍ବାଦିକ ବିଜୟ ସାହୁ ଓ ଦେବାଶିଷ ସାହୁଙ୍କୁ ମାଡ ଘଟଣା‌କୁ ଗୁରୁତର…

ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - January 13, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସର୍କିଟ ହାଉସ ପରିସରରେ ଅଶୋକ ଦାସ ଫାଉଣ୍ଡେସନ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ର ଅଧକ୍ଷ ଇଂ ସବ୍ୟସାଚୀ…