ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ୍‌ର ପ୍ରସ୍ତୁତି,ଅଭିଜ୍ଞ ପୁଲିସ ଅଧିକାରୀ ରହିବେ, ଦୁର୍ବୃତ୍ତଙ୍କ ଉପରେ ନଜର ରଖିବ ୩୨ଟି ସିସିଟିଭି କ୍ୟାମେରା

1572 0

ଆସନ୍ତା ମାର୍ଚ୪ ତାରିଖ ମହାଶିବରାତ୍ରି‌ରେ ଏକାମ୍ର କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଆଜି ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ସଂପର୍କରେ ଏଥିରେ ଆଲୋଚନା କରାଯାଇଥିଲା। ପୁଲିସ୍ କମିସନର୍‌ ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏଥିରେ ଡିସିପି ଅନୁପ କୁମାର ସାହୁ, ଟ୍ରଷ୍ଟ ବୋର୍ଡର ସଭ୍ୟ, ବିଭିନ୍ନ ସେବାୟତ ଓ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିଗତ ବର୍ଷରେ ଜାଗର ଯାତ୍ରାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀମାନଙ୍କ ଉପରେ ବେଶି ଦାୟିତ୍ୱ ନ୍ୟସ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମହାଶିବରାତ୍ରିରେ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୪ଟି ସିଫ୍ଟରେ ୩୦ ପ୍ଲାଟୁନ୍ ପୁଲିସ୍ ଡ୍ୟୁଟି କରିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ଜଣ ଆଡିସନାଲ୍‌ ଡିସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ଅଫିସର୍‌ ଡ୍ୟୁଟି କରିବେ। ଯାତ୍ରାରେ ଛିନତାଇ ଓ ଦୁର୍ବୃତ୍ତମାନଙ୍କୁ ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ଲାଗିଥିବା ୩୨ଟି ସିସି କ୍ୟାମେରା ସହ ବହୁ ସାଦା ପୋଷାକଧାରୀ ଉଭୟ ପୁରୁଷ ଓ ମହିଳା ପୁଲିସ ନିୟୋଜିତ ରହିବେ। ପୂର୍ବ ଦିନ ରାତି ୧ଟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ। ସେହିପରି ବାହାରେ ଟ୍ରାଫିକ୍ ଓ ଆଇନ ଶଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Related Post

ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା

Posted by - March 20, 2021 0
ଭୁବନେଶ୍ବର: ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି…

ପ୍ରାର୍ଥିପତ୍ର ଦାଖଲ କଲେ ବସନ୍ତ ପଣ୍ଡା, ଭକ୍ତ ଦାସ ଓ ପୁଷ୍ପେନ୍ଦ୍ର ସିଂଦେଓ

Posted by - March 25, 2019 0
ଭବାନିପାଟଣା:୨୫/୦୩/୧୯ କଳାହାଣ୍ଡି ଲୋକସଭା ଆସନ ପାଇଁ ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ…

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ,ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Posted by - April 6, 2020 0
ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି।ସାମାଜିକ ଦୂରତ୍ୱ ପାଇଁ ଏବେ ନୂଆ ନିୟମ। ଲକଡାଉନ ବେଳେ କୋହଳ…

ଫାଇନ ଆଦାୟକୁ ନେଇ ତହସିଲ କାର୍ଯ୍ୟାଳୟ ଓ ହାଇୱା ମାଲିକ ଙ୍କ ମଧ୍ୟରେ ବିବାଦ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମାନେଶ୍ୱର ତହସିଲ କାର୍ଯ୍ୟାଳୟ ତରଫରୁ ହାଇୱା ଓ ଟ୍ରାକ୍ଟର ଠାରୁ ଅଯଥାରେ ଫାଇନ ଆଦାୟ କୁ କେନ୍ଦ୍ର କରି ହାଇୱା ମାଲିକ ଓ ତହସିଲଦାର କାର୍ଯ୍ୟାଳୟ…

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

Posted by - June 21, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଲୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର ଶାଖା କଳାହାଣ୍ଡି…

Leave a comment

Your email address will not be published.