୨୦୧୭ରେ ରାଇରଙ୍ଗପୁରରେ ହତ୍ୟା ମାମଲାର ରାୟ ପ୍ରକାଶ

290 0

ରାଇରଙ୍ଗପୁର ୨୩/୦୩: ହାଣ୍ଡିଆ ନ ଦେବାରୁ ଜଣକୁ ପଥରରେ ଛେଚି ହତ୍ୟା କରିବା ଅଭାବନୀୟ ଘଟଣା ୨୦୧୭ରେ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପିଠା କୁଟୁଣୀ ଗ୍ରାମରେ ଘଟିଥିଲା। ଆଜି ଉକ୍ତ ହତ୍ୟା ଘଟଣାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି ଅଦାଲତ। ଅନାଦେୟ ହେଲେ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡିବ। ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ ମଙ୍ଗଳବାର ମାମଲାର ଶୁଣାଣି କରି ଦୋଷୀଙ୍କୁ ଏହି ଦଣ୍ଡ ଦେଇଛନ୍ତି। ଦଣ୍ଡିତ ଆସାମୀ ହେଲେ ପିଠା କୁଟୁଣୀ ଗ୍ରାମର ଅର୍ଜୁନ ମାଝୀ।

ସୂଚନାଯୋଗ୍ୟ ଅର୍ଜୁନ ଗାଁର ପିର୍ଥୀ ମାଝୀ ନାମକ ହାଣ୍ଡିଆ ବିକ୍ରେତାଙ୍କ ପାଖକୁ ହାଣ୍ଡିଆ ପିଇବାକୁ ଯାଇଥିଲା କିନ୍ତୁ ଅର୍ଜୁନ ଅଲଗା ଜାତିରେ ବିବାହ କରି ଥିବାରୁ ପିର୍ଥୀ ହାଣ୍ଡିଆ ଦବାକୁ ମନା କରିଥିଲେ। ଏହାକୁ ନେଇ ଅର୍ଜୁନ ରାଗ ରଖିଥିଲା ଓ ସୁଯୋଗ ଦେଖି ୨୦୧୭ ମସିହା ଡିସେମ୍ବର ୩ ତାରିଖ ଦ୍ୱିପ୍ରହରରେ ଗାଁ ନିକଟ ବିଲରେ ପିର୍ଥୀକୁ ଏକୁଟିଆ ପାଇ ପଥରରେ ଛେଚି ହତ୍ୟା କରିଥିଲା। ଚାରିବର୍ଷ ପରେ ଆଜି ଅଦାଲତରେ ରାୟ ପ୍ରକାଶ ପାଇଛି। ସରକାରୀ ଓକିଲ ପଙ୍କଜ ଦାସ କେଶ ପରିଚାଳନା କରୁଥିଲେ।

Related Post

ଛାତ୍ରଙ୍କୁ ଆକ୍ରମଣ ଘଟଣାର ଭିଡ଼ିଓ ଭାଇରାଲ ପରେ ଉତ୍ତେଜନା ଛାତ୍ର ଆନ୍ଦୋଳନ

Posted by - October 20, 2019 0
ମୟୁରଭଞ୍ଜ:ରାଜ୍ୟ ସରକାରଙ୍କ”ମୋ ସରକାର” କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ କାମରେ ଆସିବା ବଦଳରେ ଏବେ ଫାଇଦାକାରୀ ସାବ୍ୟସ୍ତ ହୋଇଛି ସରକାରୀ କର୍ମଚାରୀଙ୍କ ପାଇଁ। ଏଠି ନିଜର ଅଧିକାର କଥା…

ଡାକ୍ତରଙ୍କ ବାସଭବନରୁ ଦୃବୃତଙ୍କ ସୁନା ଅଳଙ୍କାର ଲୁଟ

Posted by - August 25, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ର ପୁର ଥାନା ଅଧିନ ରମ୍ପା ପଂଚାୟତ ଅଧିନ ନେଉଳା (ଗାନ୍ଧିଛକ) ନିକଟ ରେ ଥିବା ଡାକ୍ତର ଶରତ ଚନ୍ଦ୍ର ପତି ଙ୍କ…

ଭବାନୀପାଟଣା ରେ ଚୋର ଦଳ ସକ୍ରିୟ, ଚୋରି କଲେ ସୁନା, ରୂପା ଗହଣା ଓ ନଗଦ ଟଙ୍କା

Posted by - March 8, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ଚୋର ମାନଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି ।ଜୈନିକ ଘର ମାଲିକ ଙ୍କ ଅନୁପସ୍ଥିତ ର…

ନାଗେନମାଳ ଗାଁ ରେ ଅବକାରୀ ବିଭାଗ ର ଚଢାଉ, ମହୁଲ ଫୁଲ ବୋଝେଇ ପିକଅପ ଜବତ, ଦୁଇ ଗିରଫ

Posted by - August 28, 2022 0
ଖପ୍ରାଖୋଲ:୨୭/୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ…

ଲାଞ୍ଚ ନେଲା ବେଳେ ଧରା ପଡିଲେ ICDS ସୁପରଭାଇଜର

Posted by - November 22, 2021 0
ନୂଆପଡା:(ମେଘନାଦ ନାଏକ)ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନସ୍ ହାତରେ ଧରା ପଡିଲେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ICDS…