ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା,ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ

634 0

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ ପୁରୀରେ ପହଞ୍ଚିଥିବାରୁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ସୌଭାଗ୍ୟ ଲାଭ କରିଥିବା କହିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସୁସଜ୍ଜିତ ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇଥିଲେ ଗୋବିନ୍ଦା । କୌଳିକ ପଣ୍ଡା ଭବାନୀ ଶଙ୍କର ମହାପାତ୍ର ତାଙ୍କୁ ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଇଥିଲେ । ଏହି ଅବସରରେ ଜଗନ୍ନାଥଙ୍କ ଖଣ୍ଡୁଆପାଟ ଗୋବିନ୍ଦାଙ୍କୁ ପ୍ରଦାନ କରାଯାଇଥିଲା ।

ଅନ୍ୟପଟେ ଓଲିଉଡ୍‌ ସୁପରଷ୍ଟାର ଯୋଡ଼ି ସବ୍ୟସାଚୀ ଓ ଅର୍ଚ୍ଚିତା ଗୋବିନ୍ଦାଙ୍କୁ ଭେଟିଛନ୍ତି । ଗୋବିନ୍ଦା ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସବ୍ୟସାଚୀ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ସବ୍ୟସାଚୀ ଲେଖିଛନ୍ତି ଯେ ଗୋବିନ୍ଦା ସବୁବେଳେ ତାଙ୍କର ଗୁରୁ ହିଁ ରହିବେ । ତାଙ୍କର କମେଡି ଟାଇମିଂ ସବୁଠୁ ବେଷ୍ଟ । ସେ ସତରେ ହିରୋ ନମ୍ବର ଓ୍ୱାନ୍‌ ।

ସବ୍ୟସାଚୀ ସେୟାର କରିଥିବା ଫଟୋ ଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ସେମାନଙ୍କ ସାକ୍ଷାତକାର କେତେ ମଜାଦାର ହୋଇଥିବ । ଆଉ ଗୋବିନ୍ଦା ଏମିତି କିଛି କହିଛନ୍ତି ଯାହାଦ୍ୱାରା ଉଭୟ ନବଦମ୍ପତି ସବ୍ୟର୍ଚ୍ଚିତା ନିଜ ହସକୁ ରୋକିପାରି ନାହାନ୍ତି ।

Related Post

ଫେମ ଇଣ୍ଡିଆର ଦେଶର ୫୦ ବିଧାୟକ ତାଲିକା ରେ ପ୍ରଣବ ପ୍ରକାଶ ଦାସ(ବବି ଦାସ)

Posted by - August 16, 2020 0
ଭୁବନେଶ୍ବର :ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ସମଗ୍ର ଦେଶରେ ବିଧାୟକଙ୍କ ବିଷୟରେ ଏକ ସର୍ଭେ କରିଛି ଏବଂ ସର୍ବୋତ୍ତମ ୫୦ ଜଣ ବିଧାୟକ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।…

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

Posted by - September 26, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡେମୀ ଓ ନାଟ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ପରିସରରେ ଓଡିଶା ନାଟ୍ୟ…

ପାତାଳୀ କ୍ଷେତ୍ର କୋଟସମଲାଈ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ନୂତନ ବସ୍ ସେବା

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ପାତାଳୀ କ୍ଷେତ୍ର କୋଟସମଲାଈ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ନୂତନ ବସ୍ ସେବା ର ଶୁଭାରମ୍ଭ ହୋଈଯାଇଛି ।…

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…