ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖି ଯୁବକ ଗିରଫ

517 0

ରାଇରଙ୍ଗପୁର ୨୦/୦୩: ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ରଖିବା। ଗର୍ଭବତୀ କରି ଗର୍ଭପାତ କରାଇବାକୁ ଚେଷ୍ଟା କରିବା। ପୁଣି କଥା ନ ମାନିଲେ ହତ୍ୟା ଧମକ ଦେଇ ଅଭିଯୁକ୍ତ ଗିରଫ ହେବା ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦେଖିବାକୁ ମିଳିଛି।ସୂଚନା ମୁତାବକ ବହଳଦା ଥାନା କୁମ୍ଭୀରଦା ଗ୍ରାମର ଜଣେ ଯୁବକ ଗ୍ରାମାଞ୍ଚଳ ଥାନା ସମରଦଫାର ଜଣେ ନାବାଳିକା ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ଝିଅ ଲୋକ ଲଜ୍ଜା ଭୟରେ ଘଟଣା ବିଷୟରେ କାହା ଆଗରେ ମୁହଁ ଖୋଲିନଥିଲା। ଫଳରେ ଅଭିଯୁକ୍ତ ଯୁବକର ସାହାସ ବଢି ଯାଇଥିଲା। ପରେ ପ୍ରାୟ ୮ ବର୍ଷ ଧରି ବାରମ୍ବାର ନାବାଳିକା ସହ ଶାରୀରିକ ସଂପର୍କ ରଖି ଆସୁଥିଲା।।

ନାବାଳିକା ଗର୍ଭବତୀ ହେଲା ପରେ ବିବାହ କରିବାକୁ ପ୍ରତିଶୃତି ଦେଇ ଗର୍ଭପାତ କରାଇବାକୁ ଚେଷ୍ଟା କରି ବିଫଳ ହେବାରୁ ହତ୍ୟା କରିବାକୁ ଧମକ ଦେଉଥିଲା। ପରେ ନାବାଳିକାର ଲିଖିତ ଅଭିଯୋଗ ପରେ ଗ୍ରାମାଞ୍ଚଳ ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ବହଳଦା ଥାନା କୁମ୍ଭୀରଦା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲା ବେଟା ନାୟକ ଓରଫ କାଲୁନ୍ଦିଆ ନାୟକ।

Related Post

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଗାୟବ

Posted by - December 11, 2019 127
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଂଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ…

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଘଟିଛି ଗୁଳିକାଣ୍ଡ

Posted by - December 5, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଘଟିଛି ଗୁଳିକାଣ୍ଡ ଓ ଏହି ଗୁଳିକାଣ୍ଡ ରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର…

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ।

Posted by - July 2, 2019 2
ଭୁବନେଶ୍ୱର:୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ…