ଯାଜପୁର:ସୋମବାର ପୂର୍ବାହ୍ନରେ ବ୍ରହ୍ମବରଦା ଅନ୍ତର୍ଗତ ବନ୍ଧଡିହ ଗ୍ରାମର ଜଣେ ଯୁବକ ଓ ଜଣେ ଯୁବତୀ ପରସ୍ପର ମଧ୍ୟରେ ହଣାକଟା ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଏକତରଫା ପ୍ରେମରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଭିଯୁକ୍ତ ଯୁବକ ବି ନିଜକୁ ଆକ୍ରମଣ କରିଛି । ଯାଜପୁର ରସୁଲପୁର ବନ୍ଧଡିହ ବ୍ରାହ୍ମଣୀ ନଦୀ ବନ୍ଧ ଉପରେ ଏଭଳି କାଣ୍ଡ ଘଟିଛି । ପ୍ରେମିକାର ମୁଣ୍ଡ, ହାତ, ବେକ, ପିଠିରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରେମିକ ଆହତ ଅବସ୍ଥାରେ ବନ୍ଧ ଉପରେ ପଡ଼ିଛି । ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସକାଳେ ଉଭୟ ଲହୁଲୁହାଣ ହୋଇ ଗ୍ରାମ ନିକଟ ରାସ୍ତାରେ ପଡ଼ିଥିବା କଥା ବାଟୋଇମାନେ ଦେଖିଥିଲେ। ଘଟନାସ୍ଥଳରୁ ଗୋଟିଏ ଛୋଟ କଟୁରି ଜାତୀୟ ଅସ୍ତ୍ର ମଧ୍ୟ ମିଳିଛି। କୌଣସି କଥାକୁ ନେଇ ବୋଧହୁଏ ପରସ୍ପର ବିବାଦ କରି ହଣାହଣି ହୋଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟନାସ୍ଥଳରୁ ଘରଲୋକେ ଚିକିତ୍ସା ନିମନ୍ତେ ଝିଅକୁ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଛନ୍ତି।ଦୀର୍ଘ ସମୟ ଆମ୍ବୁଲାନ୍ସ୍କୁ ଅପେକ୍ଷା କରିବା ପରେ ଧନକୁ ଯାଜପୁର ବଡ଼ ଡାକ୍ତରଖାନା ନିଆ ଯାଇ ଚିକିତ୍ସା କରାଯାଉଛି।

Greate post. Keep posting such kind of info on your site.
Im really impressed by your blog.
Hi there, You’ve done an incredible job.
I’ll certainly digg it and for my part recommend to my friends.
I am sure they will be benefited from this site.
My web site – tracfone special