ସୋରରୁ ଅପହୃତ ହୋଇଥିବା ଗହଣା ବ୍ୟବସାୟୀ ଭୁବନେଶ୍ୱରରୁ ଉଦ୍ଧାର

312 0

ସୋର : ସୋରରୁ ଅପହୃତ ହୋଇଥିବା ଗହଣା ବ୍ୟବସାୟୀ ଶେଷରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ। ଗହଣା କିଣିବା ବାହାନାରେ ଡାକି ବାଲେଶ୍ୱର ଜିଲ୍ଲା ସୋର ଥାନା ବେଲଦା ଛକରେ ଶୁଭମ୍ ଜୁଏଲେରିର ମାଲିକ ପ୍ରହଲ୍ଲାଦ ବେହେରାଙ୍କୁ ୪ ଦୁର୍ବୃତ୍ତ ଗତ ଗୁରୁବାରଠୁ ଅପହରଣ କରିନେଇଥିବା ବେଳେ ଗତ ରାତିରେ ସେ ଉଦ୍ଧାର ହୋଇଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ଜଣଙ୍କୁ ଅଟକ ରଖିଥିବା ବେଳେ ଅପହରଣ କରିଥିବା ୪ ଜଣ ଫେରାର ହୋଇଯାଇଛନ୍ତି।

ଅପହରଣର ଶିକାର ହୋଇଥିବା ପ୍ରହଲ୍ଲାଦ କହିଛନ୍ତି, ମୋତେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ଫୋନ୍‌ କରି ଝିଅ ବାହାଘର ଅଛି, ସୁନା ଆଣି ଆସ ବୋଲି କହିଲେ । ୫୦ ଗ୍ରାମ ସୁନା ନେଇକି ସେଠାରେ ପହଞ୍ଚିବା ପରେ ୪ ଜଣ ଲୋକ ଛଡ଼ାଇ ନେଲେ। ସେମାନଙ୍କ ସହ ଧସ୍ତାଧସ୍ତି ହେବାରୁ ଲୁହା ରଡ଼ରେ ପିଟିଲେ। ଏହାପରେ ସେଠାରୁ ସୁନା ନେଇ ଜଣେ ଫେରାର ହୋଇଗଲା। ଏହାପରେ ମୋ ଉପରେ କିଛି ସ୍ପ୍ରେ କରି ପରେ ୩ ଜଣ ୨ଟି ବାଇକ୍‌ରେ ମୋତେ ଜାମୁଝରି ପର୍ଯ୍ୟନ୍ତ ନେଇଗଲେ

ଏହାପରେ ପ୍ରହଲ୍ଲାଦ କହିଛନ୍ତି, ”ମୋର ହୋସ୍‌ ଆସି ନ ଥିବା ବେଳେ ବସ୍‌ରେ ବାଣିବିହାର ପର୍ଯ୍ୟନ୍ତ ନେଲେ। ସେଠାରୁ ଓହ୍ଲାଇ ଅଟୋରେ ଷ୍ଟେଶନ ନେଇଗଲେ। ସେଠାରେ ହୋସ୍‌ ଆସିବା ପରେ ଷଢୁଙ୍କୁ ଫୋନ୍‌ କଲି। ଏହାପରେ ଦୁର୍ବୃତ୍ତମାନେ ମୋ ହାତରୁ ଫୋନ ଛଡ଼ାଇ ନେବାରୁ ମୁଁ ଧାଇଁକି ପ୍ଲାଟଫର୍ମକୁ ପଳାଇଲି। ଏହାଦେଖି ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଲେ। ସେମାନଙ୍କ ନିକଟରେ ଲୁହା ରଡ଼, ଛୁରୀ ୨ଟା ଥିଲା। ଯିଏ ଡାକିଥିଲା ତାକୁ ଚିହ୍ନିଛି ହେଲେ ଯେଉଁମାନେ ଅପହରଣ କରିଥିଲେ ସେମାନଙ୍କୁ ଚିହ୍ନିନି।”
ଏନେଇ ସୋର ଥାନା ଆଇଆଇସି କହିଛନ୍ତି, “ଦାଣ୍ଡହରିପୁରର ଜଣେ ଯୁବକ ଫୋନ୍‌ କରି ପ୍ରହଲ୍ଲାଦଙ୍କୁ ଡାକିଥିଲା। ସେଠାରୁ କିଛି ଲୋକ ତାକୁ ଅପହରଣ କରି ନେଇ ଭୁବନେଶ୍ୱର ନେଇଗଲେ। ଏହାପରେ ପୁଲିସ୍‌ ଟିମ୍‌ ଭୁବନେଶ୍ୱର ଯାଇ ତାଙ୍କୁ ଉଦ୍ଧାର କରିଛି।”

ସୂଚନାଯୋଗ୍ୟ, ଗତ ଗୁରୁବାର ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଯୁବକ ଗହଣା କିଣିବା ପାଇଁ ପ୍ରହଲ୍ଲାଦଙ୍କୁ ତାଙ୍କ ଘରକୁ ଡକାଇଥିଲେ। ପ୍ରହଲ୍ଲାଦ ୪୦ ଗ୍ରାମ ସୁନା ଗହଣା ନେଇ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୧୧ଟା ବେଳେ ଦାଣ୍ଡହରିପୁର ଯାଇଥିଲେ । ମାତ୍ର ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କ ମୋବାଇଲ୍‌କୁ ଫୋନ୍ କରିଥିଲେ। ହେଲେ ଫୋନଟି ସୁଇଚ୍ ଅଫ୍ ଆସିଥିଲା। ଏହାପରେ ପରିବାର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ। କିନ୍ତୁ ପ୍ରହଲ୍ଲାଦଙ୍କ କିଛି ଖୋଜ ଖବର ପାଇ ନଥିଲେ।
ଅନ୍ୟପକ୍ଷରେ ପ୍ରହଲ୍ଲାଦଙ୍କ ଘରକୁ ଫୋନ୍ କରି ସୁମନ୍ତ ମଲିକ କହିଥିଲେ ଯେ ତାଙ୍କୁ କିଛି ଲୋକ ଅଟକ ରଖିଛନ୍ତି। ଏହାପରେ ଫୋନଟି କଟିଯାଇଥିଲା । ପରେ ସେହି ନମ୍ବରରେ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ଫୋନଟି ସୁଇଚ ଅଫ୍ ଦେଖାଇଥିଲା। ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ସୋର ପୁଲିସ୍ ଘଟଣାର ତନାଘନା ଚଳାଇ ଗତ ରାତିରେ ତାଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଛି।

Related Post

ପୂଜକଙ୍କୁ ଠେଙ୍ଗାରେ ପିଟି ବାବା କଲେ ଲହୁ ଲୁହାଣ, ପୂଜକ ମେଡ଼ିକାଲରେ,ବାବା ଜେଲରେ

Posted by - July 3, 2020 0
ନୀଳଗିରି:୦୨/୦୭(ସୌମ୍ୟାସାଇ ବାରିକ)ଗତକାଲି ନୀଳଗିରି ବ୍ଲକ ବରହମପୁର ଥାନା ଅନ୍ତର୍ଗତ ତଳଭଗାବନ୍ଧ ପାହାଡ଼ ଉପରେ ଥିବା ନିତାୟଗୌର ଆଶ୍ରମର ପୂଜକଙ୍କୁ ସେହି ଆଶ୍ରମ ରେ ଥିବା ବାବା ଠେଙ୍ଗାରେ…

ଯୁବକକୁ ପିଟି ପିଟି ହତ୍ୟା ଘଟଣାରେ ଚାରି ଗିରଫ

Posted by - June 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଭଞ୍ଜନଗର ଥାନା ପଇତା ଗ୍ରାମରେ ଗତ 21 ତାରିଖରେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଘଟଣାରେ ଆଜି ପୋଲିସ ଚାରି ଅଭିଯୁକ୍ତଙ୍କୁ…

କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ ଅଟକ

Posted by - November 7, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହର ଶିତଳେଶ୍ୱର ଠାରେ ଥିବା ଏକ କବାଡିଖାନା ଉପରେ ପୋଲିସ ର ଚଢ଼ାଉ,ଘଟଣାରେ ୩ଅଟକ।ସୂଚନା ମୁତାବକ କଟକ ଜଗତପୁର ଅଞ୍ଚଳରୁ ଏକ…