କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ

548 0

କୋରାପୁଟ : କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ ଟିୟର ଗ୍ୟାସ ଚଳାଇଛି ପୁଲିସ୍‌। ଏପରିକି ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ଗିରଫ କରିଛି ପୁଲିସ୍‌।
ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍‌କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି।ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ।

ଏହାପରେ ପୁଣି ଥରେ ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍‌ ଗାଡ଼ି ସହ ୨ଟି ପୁଲିସ୍‌ ବସ୍‌ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ଅତିରିକ୍ତ ଏସ୍‌ପି, ତହସିଲଦାର ଓ ଏସଡିପିଓ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି। ନାଲକୋରେ ନିଯୁକ୍ତି ଦାବି କରି ସେମାନେ ଏହି ଆନ୍ଦୋଳନ କରିଥିଲେ। ଉଭୟ ନାଲୋକ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀ ମିଶି ଏହି ଘଟଣାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ନିମନ୍ତେ କୁହାଯାଇଛି।ଅନ୍ୟପକ୍ଷରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ଏହା ସହିତ ଗିରଫ କରାଯାଇଥିବା ଲୋକଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ପୁଲିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

Related Post

ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

Posted by - December 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ରବି 2021-22 ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

Posted by - September 14, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର  ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମ ଟି ପଞ୍ଚାୟତ କାର୍ଯ୍ୟାଳୟ…

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି…

ଖାଦ୍ୟ ନିରାପତ୍ତା ଯୋଜନାରେ ଛତୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - January 12, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ବାଲେଶ୍ବର ଜିଲ୍ଲା  ନୀଳଗିରି ବ୍ଳକ କୃଷି ବୈଷୟିକ ପରିଚାଳନା ସଂସ୍ଥା (ATMA) ପକ୍ଷରୁ  ଏକ ଚ୍ଛତୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ରୁ ଜଣା…

ଏଲ କେ ବି କେ ତରଫରୁ ଏନ-୯୫ ମାସ୍କ ବଣ୍ଟନ ଏବଂ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ

Posted by - September 22, 2021 0
ବୌଦ୍ଧ:( ଚିତରଂଜନ ସିଂ )ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ କେ ବି କେ ତରଫରୁ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ N…