ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଦାସ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଲିଟୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇର ଏକ ମେଡିକାଲ୍ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି।
ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ଅଫିସ ରାସ୍ତାରେ ଲିଟୁକୁ ମାର୍ଶାଘାଇ ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତଭାବେ ଆଜି ଭୋର ସମୟରେ ଏହି ଏନ୍କାଉଣ୍ଟର କରିଛନ୍ତି।
Facebook Notice for EU!
You need to login to view and post FB Comments!