ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗୀ କହିଛନ୍ତି, ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇ ଯୋଗୀ ସମ୍ବୋଧନରେ କହିଛନ୍ତି, ବିଜେପିର ମିଶନ ୧୨୦ ପୂରଣରେ ଓଡ଼ିଶାର ଭୂମିକା ରହିବ। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆପଣଙ୍କୁ ସହଯୋଗ ଜରୁରୀ ଅଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଲୋକେ ଉପକୃତ ହୋଇଛନ୍ତି। ଦେଶର ୧୨ କୋଟି ଜନତାଙ୍କୁ ଏଥିରୁ ଲାଭ ମିଳିଛି। ଏହି ମହାନ କାମ ପାଇଁ ଓଡ଼ିଶା ମାଟିର ସନ୍ତାନ ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିନନ୍ଦନ ଜଣାଉଛି।
ଆତଙ୍କବାଦୀଙ୍କୁ ପୁଲଓ୍ଵାମା ଆକ୍ରମଣର ଜବାବ ମିଳିବ। ଏଥି ପାଇଁ ଆମର ବୀର ଯବାନ ମାନେ ପ୍ରସ୍ତୁତ ଅଛନ୍ତି। ଭାରତରେ ଅରାଜକତା ବ୍ୟାପୀବାକୁ ଦିଆଯିବ ନାହିଁ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।