Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚିକିତ୍ସା ଅବହେଳା ରୁ ଯୁବକ ର ମୃତ୍ୟୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରବଳ ଉତ୍ତେଜନା

236 0

ବାଲେଶ୍ଵର(ସମରେନ୍ଦ୍ର ବାରିକ) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ, ଯୁବକ ର ମୃତ୍ୟୁ କୁ ନେଇ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଥୀ ଓ ପରିବାର ବର୍ଗ । ସୂଚନା ଅନୁଯାୟୀ, – ବାଲେଶ୍ଵର ସଦର ବ୍ଲକ୍, ବଇଁଚା ପଞ୍ଚାୟତ, ତୁଟାପାଳ ଗାଆଁ ର ଦେବରାଜ ମାଝୀ (୨୫) ବର୍ଷ ଗାଆଁ ପଡିଆ ରେ କ୍ରିକେଟ୍ ଖେଳୁଥିବା ସମୟ ରେ, ବାମ ହାତରେ ଯନ୍ତ୍ରଣା ଅନୁଭବ କରିବାରୁ ସାଥୀ ଖେଳାଳି ଓ ପରିବାର ବର୍ଗ, ସଙ୍ଗେ ସଙ୍ଗେ ତାଙ୍କୁ ପ୍ରାୟ ଅପରାହ୍ନ ୫ ଘଟିକା ସମୟରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଆସିଥିଲେ। ଆଉଟ୍ ଡୋର୍ ରେ ଥିବା ଡାକ୍ତର ତାଙ୍କର ବିପି ଅଥବା ପଲ୍ଶ୍ ଚେକ୍ ନ କରି, ମେଡ଼ିସିନ୍ ଲେଖି ଥିଲେ।

ସରକାରୀ ଔଷଧ ବିତରଣ କେନ୍ଦ୍ର ରୁ ଔଷଧ ଆଣି, ଉପସ୍ଥିତ ଡାକ୍ତର ଙ୍କୁ ଦେଖାଇବା ପରେ, ଡାକ୍ତର ସେଥି ମଧ୍ୟରୁ ତିନୋଟି ଔଷଧ କୁ ଏକ ସଙ୍ଗେ ଖାଇବାକୁ କହିଥିଲେ। ଔଷଧ ଖାଇ, ଆଉଟ୍ ଡୋର୍ ରୁ ବାହାରକୁ ଆସିବା ପରେ ପରେ, ଦୁଇ ରୁ ତିନି ମିନିଟ୍ ମଧ୍ୟରେ ଯୁବକ ଜଣଙ୍କ ରାସ୍ତା ଉପରେ ଟଳି ପଡି ଥିଲେ। ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା । ଏହି ଘଟଣା କୁ ନେଇ, ହସ୍ପିଟାଲ୍ ପରିସର ରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ଶହ ଶହ ଲୋକ ରୁଣ୍ଡ ହେଇ ହୋଇ ଡାକ୍ତର ଙ୍କ ଖାମଖିଆଲି ମନୋଭାବ କୁ ନିନ୍ଦା କରିବା ସହିତ ଯୁବକର ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ପରିବାର ବର୍ଗ, ଉପସ୍ଥିତ ଜନତା ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଦେଖା ଦେଇଛି।

ଯୁବକ ମୃତ୍ୟୁ ର କ୍ଷତି ପୂରଣ ଓ ଡାକ୍ତର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ହସ୍ପିଟାଲ୍ ପରିସର ରେ ଉତ୍ତେଜନା ଲାଗି ରହିଥିଲା ବେଳେ, ସ୍ଥାନୀୟ ବିଧାୟକ ସ୍ୱରୂପ ଦାଶ ବିଜେପି ନେତା ମାନସ ଦତ୍ତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ହସ୍ପିଟାଲ୍ କତୃପକ୍ଷ ଙ୍କ ସହିତ ଆଲୋଚନା କରିଥିବା ଜଣା ପଡ଼ିଛି।ଶେଷ ସୂଚନା ରୁ ଜଣାଯାଇଛି, ବାଲେଶ୍ବର ଉପଜିଲ୍ଲାପାଳ ଆଶିଷ ପ୍ରଭାକର ପାଟିଲ, ଘଟଣା ସ୍ଥଳରେ ପହଞ୍ଚି, ଉପସ୍ଥିତ ପରିବାର ବର୍ଗ ଓ ଜନସାଧାରଣ ଙ୍କୁ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଶବ ବ୍ୟବଚ୍ଛେଦ ପାଇଁ ନିଆ ଯାଇଛିl ଏହି ଲିଖିତ ପ୍ରତିଶୃତି ରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏଥି ପାଇଁ ଦାୟୀ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲିଖିତ ରହିଛି।ଏଠାରେ ଉଲ୍ଲେଖ ଯୋଗ୍ୟ, ଡକ୍ଟର ଙ୍କ ଏଭଳି ଖାମଖିଆଲି ମନୋଭାବ ପାଇଁ, ପୂର୍ବରୁ, ଏମିତି ଦୁଃଖଦ ଘଟଣା ଘଟିଥିବାର ନଜିର୍ ରହିଛି। ଏଥିପ୍ରତି ବାଲେଶ୍ବର ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ, ସାଧାରଣରେ ଦାବି ହୋଇଛି

FILE PHOTO

Related Post

କଳାହାଣ୍ଡି ରେ ପୌର ନିର୍ବାଚନ ର ସମାପ୍ତି, ବିଜେପି ୨ ବିଜେଡି ୨

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ ସମାପ୍ତ ହୋଇଯାଇଛି। ଏହି ନିର୍ବାଚନ ରେ ଭବାନୀପାଟଣା ପୌର ପରିଷଦ…

ସିଂହପୁର ପଞ୍ଚାୟତ ରେ ମନରେଗା କାମ ରେ ବ୍ୟାପକ ଦୁର୍ନୀତି

Posted by - August 17, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସିଂହପୁର ପଞ୍ଚାୟତ ରେ ମନରେଗା କାମ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆମରଣ…

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା,ନୀତିକାନ୍ତି ପରେ ଅଣସର ଗୃହକୁ ଗଲେ ଶ୍ରୀଜୀଉ

Posted by - June 14, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ…

ବେଲଗୁଣ୍ଠା ରେ ଟୀକାକରଣ ପ୍ରହସନ

Posted by - July 1, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ସରକାର ଟୀକା ନେବାକୁ ବାଧ୍ୟ କରୁଥିବା ବେଳେ ଟୀକାର ଅଭାବ ଯୋଗୁଁ ବହୁ ଅଞ୍ଚଳରେ ଟୀକାକରଣ ହୋଇପାରୁନାହିଁ । କିଛିଦିନର ଟୀକାକରଣ ପରେ…