ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

465 0

ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଡିହିରାକୂଳ, ଶଙ୍କରା ଖୁଣ୍ଟା ଗାଆଁ ର ଲାଲ୍ ମୋହନ ସିଂ (୫୦), ଗାଆଁ ନିକଟସ୍ଥ ଏକ ପୋଲ ରେ ବସିଥିବା ସମୟରେ, ପୋଲ ତଳକୁ ଖସି ପଡ଼ିବା ରୁ, ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନା ଆଣିଥିଲେ ମଧ୍ୟ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଜେଜେ ଦଶାହ କାର୍ଯ୍ୟ କୁ ଯାଇ ୨୧ ବର୍ଷ ର ଯୁବକ ଓଁକାର ମହାପାତ୍ର ଙ୍କ ମୃତ୍ୟୁ ଘଟିଥିଲା ବେଳେ , ଆଜି ଦିନ ୧୦ ଘଟିକା ସମୟ ରେ କାଠ ଗୋଛି ଆନନ୍ଦପୁର ଗାଆଁ ର ଦୁନମଣି ସିଂ (୬୦) ଗୁରୁତର ହୋଇ ନୀଳଗିରି ଡାକ୍ତର ଖନା ରେ ଚିକିତ୍ସିତ ହେଉଛନ୍ତି।ଦୁନମଣି ମହିସାପଟା ଝିଅ ଘରକୁ ବୁଲିବାକୁ ଯାଇ ଥିଲେ । ଝିଅ ଘରୁ ଜଙ୍ଗଲିଆ ରାସ୍ତା ରେ ଘରକୁ ଫେରୁଥିବା ସମୟରେ, ବନ୍ୟ ଭାଲୁ ଟି ପଛ ପଟୁ ତାଙ୍କ ମଥା କୁ ଆକ୍ରମଣ କରିଥିଲା ।

ସାହସ ର ସହିତ ବୃଦ୍ଧା ଟି ଭାଲୁ ମୁହଁରେ, ହାତରେ ଧରିଥିବା ବାଡି ରେ ପାହରେ ପକାଇବାରୁ, ଭାଲୁ ଟି ଜଙ୍ଗଲ ମଧ୍ୟକୁ ପଳାଇ ଥିଲା। ସ୍ଥାନୀୟ ଲୋକେ ଏକଯୁଟ ହୋଇ, ବୃଦ୍ଧା ଙ୍କୁ ନୀଳଗିରି ଡାକ୍ତରଖାନା ଆଣିଥିଲେ।

Related Post

ଯାଜପୁର ଜିଲାରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

Posted by - March 14, 2020 60
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଛତୁ ଉତ୍ପାଦନ ଓ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ

Posted by - March 29, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଦ୍ଵାରା ସୋନପୁର ବ୍ଲକ୍ ର ଗଡିଆ ଠାରେ ଏକ୍ସନ୍ ଏଡ୍ ଏସୋସିଏନ ଭୁବନେଶ୍ଵର ସହାୟତା…

ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

Posted by - June 18, 2020 158
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ରତ୍ନଗିରି ଠାରେ ରତ୍ନଗିରି ଷ୍ଟେଟ୍ ବ୍ୟାଙ୍କର ଏକ ନୂତନ ଗ୍ରାହକ ସେବା କେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥିଭାବେ…

ମହାନଦୀରେ ଡଙ୍ଗା ବୁଡି,ଅଳ୍ପେକେ ବର୍ତିଲେ ୧୨ ଯାତ୍ରୀ

Posted by - July 6, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦି ବ୍ରିଜ୍ ଘାଟ ରେ ଏକ ଡଙ୍ଗା ବୁଡି ଯାଇଥିବାବେଳେ ଅଳ୍ପେକେ ୧୨ ଯାତ୍ରୀ ଦୁର୍ଘଟଣା ରୁ ବର୍ତିଯାଇଥିବା…

ବିଶ୍ଵଶାନ୍ତି ବ୍ରହ୍ମଧ୍ଵନି ପାଇଁ କଳସ ଯାତ୍ରା ଅନୁଷ୍ଠିତ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତର ତୁରେକେଲା ଗ୍ରାମର ବଜାର ପଡିଆ ସ୍ଥିତ ଅଲେଖ ମହିମା ଧର୍ମପୀଠ ଠାରେ ଚତୁର୍ଥ ବର୍ଷ ପୌଷ ପୂର୍ଣ୍ଣିମା…