ଯାଜପୁର ଟାଉନ ଥାନା ଅଂଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଜଣେ ଶିକ୍ଷକ ସମେତ ୩ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନଥାନା ଅଂଚଳର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀକୁ ସ୍ଥାନୀୟ ଅଂଚଳର ସର୍ବେଶ୍ୱର ଜେନା ନାମକ ଜଣେ ଯୁବକ ଅପହରଣ କରିନେଇଥିବା ପୀଡିତାର ବାପା ଗତ ମାସ ୨୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଅଧାର କରି ଯାଜପୁର ପୋଲିସ ନାବାଳିକ ସହିତ ଅପହରଣକାରି ଓ ସର୍ବେଶ୍ୱରକୁ କଲିକତା ଅଂଚଳରୁ ଉଦ୍ଧାର କରିଥିଲା । ସର୍ବେଶ୍ୱର ନାବାଳିକାକୁ ଅପହରଣ କରିନେଇ ପ୍ରଥମେ ବିଂଝାରପୁରସ୍ଥିତ ତାର ସମ୍ପର୍କୀୟ ମାଉସି ଘରେ ନେଇ ରଖିଥିଲା । ସେଠାରେ ତାର ମାଉସୀ ପୁଅ ବିଶ୍ୱଜିତ ଜେନା ନାବାଳିକା କୁ ଦୁଷ୍କର୍ମ କରିଥିଲା । ଅପହରଣ ମାମଲାର ଫଇସଲା କରିବାକୁ କହି ସ୍ଥାନୀୟ ଅଂଚଳର ଏକ ଘରୋଇ ସ୍କୁଲର ଶିକ୍ଷକ ଦେବଦତ ସ୍ୱାଇଁ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିବା ପୀଡିତା ତା ବୟାନରେ କହିଛି । ଗତ କାଲି ପୋଲିସ ସର୍ବେଶ୍ୱରକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାକୁ ତାର ପରିବାରକୁ ହସ୍ତାନ୍ତର କରିଥିଲା । ନାବାଳିକାର ବୟାନ କ୍ରମେ ପୋଲିସ ଆଜି ବିଶ୍ୱଜିତ ଜେନା ଓ ଶିକ୍ଷକ ଦେବଦତତ୍ତସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି
ରିପୋର୍ଟ-ଆନନ୍ଦ ଚନ୍ଦ୍ର ସାହୁ