କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ଯାଜପୁରରେ ବନ୍ଦ ପାଳନ

289 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୃଷି ବିଲକୁ ପ୍ରତ୍ୟାହାର ଦାବୀରେ ସାରା ଭାରତରେ ବନ୍ଦ ପାଳନ ହେଉଛି ।ଯାଜପୁରରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । କଂଗ୍ରେସ ପକ୍ଷରୁ ଜିଲା ସଦରମହକୁମା ର ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ତୁରନ୍ତ କେନ୍ଦ୍ରସରକାର ତୃଟିପୂର୍ଣ୍ଣ କୃଷି ବିଲକୁ ପ୍ରତ୍ୟାହାର କରିବା ଦାବୀରେ କଂଗ୍ରେସ କର୍ମୀ ମାନେ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । କେନ୍ଦ୍ରସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ଭଳି କୃଷି ବିଲ ପ୍ରସ୍ତୁତ କରିଥିବା ଅଭିଯୋଗ କରିଥିଲେ କଂଗ୍ରେସ କର୍ମୀ । ତୁରନ୍ତ କୃଷି ବିଲ ସଂଶୋଧନ କିମ୍ବା ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।

ଯାଜପୁରରେ ଏସୟୁସିଆଇ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଛି । ସକାଳୁ ଯାଜପୁର ସଦର ମହକୁମାରେ ଏସୟୁସିଆଇ ପକ୍ଷରୁ କେନ୍ଦ୍ରସରକାରଙ୍କ କୃଷି ବିଲ କୁ ପ୍ରତ୍ୟାହାର ଦାବୀରେ ଶୋଭାଯାତ୍ରା କରାଯିବା ସହିତ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି । ଯାଜପୁର ସହରର ଗାନ୍ଧୀଛକ ଠାରେ ରାସ୍ତାରୋକ କରାଯିବା ସହିତ କେନ୍ଦ୍ରସରକାର ବିରୋଧୀ ନାରା ଦେଇଛନ୍ତି ଏସୟୁସିଆଇ କର୍ମୀ । ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି । ଦଳୀୟ କର୍ମୀ ମାନେ ପୁରା ସହର ପରିକ୍ରମା କରି ଏହି ବନ୍ଦରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଯାଜପୁରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି । ସଂଗଠନ ପକ୍ଷରୁ ସହରରେ ଶୋଭାଯାତ୍ରାରେ କେନ୍ଦ୍ରସରକାର ବିରୋଧୀ ନାରା ଦେବା ସହିତ ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଥିଲା । ବିଭିନ୍ନ ସରକାରୀ ଓ ବେସରକାରୀ ଅପିଂସ ସମ୍ମୁଖରେ ସଂଗଠନ ପକ୍ଷରୁ ପିକେଟିଂ କରାଯିବା ସହିତ ନାରାବାଜି ଦିଆଯାଇଥିଲା । କେତେକ ବ୍ୟାଙ୍କ ଖୋଲା ଥିବାରୁ ବ୍ୟାଙ୍କ ଭିତରକୁ ଧସେଇ ପଶିଥିଲେ ନବନିର୍ମାଣ କର୍ମୀ । ଏପରିକି ବ୍ୟାଙ୍କ ବାହାରେ ସଂଗଠନର ସଦସ୍ୟ ମାନେ ସ୍ଲୋଗାନ ଦେଇଥିଲେ ।

Related Post

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

ସରକାରୀ ବିଭାଗର ଦାଦାଗିରି ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କୌଣସି ବ୍ୟକ୍ତି ବିଶେଷ କିମ୍ବା ଜମି ମାଫିଆ ନୁହନ୍ତି ଖୋଦ ସରକାର ଜଣେ ପ୍ରଜାଙ୍କ ଜମିରେ ବେଆଇନ ଭାବେ ବଳପୂର୍ବକ ଗୃହ ନିର୍ମାଣ କରିବା…

୩ ଅନାଥଶିଶୁ ଙ୍କ ପାଖରେ ପହଂଚିଲା ପ୍ରଶାସନ

Posted by - June 17, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାହାଲି ଗ୍ରାମରେ ସପ୍ତେଶ୍ବର ମଲ୍ଲୀକଙ୍କ ଗତ୧୫ ତାରିଖରେ ମୃତ୍ୟୁ ହୋଇଥିବାବେଳେ, ଏହାର୩ବର୍ଷପୁର୍ବରୁ ମାଁ ଚାଲିଯାଇଥିଲେ । ଫଳରେ ତିନି ପିଲାଛୁଆ…