ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂଆଁ ବୁଲାଉଛନ୍ତି :- ବିଜେଡି

246 0

ଭୁବନେଶ୍ବର :ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇ କଳାଟଙ୍କାର ସାମ୍ରାଜ୍ୟ ଗଢ଼ିଥିବା ଆଇଏଏଫ୍ ଅଫିସର ଅଭୟ ପାଠକ୍ ଏବଂ ତାଙ୍କ ପରିବାରରେ ବନ୍ଧୁ ବାନ୍ଧିଥିବା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଅୟାସୀ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକି ଆପଣ ବିଶ୍ୱାସ କରିପାରିବେ ନାହିଁ | ସେମାନଙ୍କର ଦିନକର ହୋଟେଲ ରୁମ୍ ଭଡ଼ା ଥିଲା ୨ ଲକ୍ଷ ୭୧ ହଜାର ଟଙ୍କା । ଅଗଷ୍ଟ ମାସ ଶେଷ ସପ୍ତାହରେ ଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଏଭଳି ଭାବରେ ଟଙ୍କା ଉଡାଇଥିଲେ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ।

ଲକଡାଉନ ବେଳେ ସାରା ଦେଶ ଅସୁବିଧାରେ ରହିଥିବା ବେଳେ ଏମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଅୟସ କରିଥିବା ଅଭିଯୋଗ ହୋଇଛି।ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡ଼ି ଜାରି କରିଛି ତାଙ୍କର ଜନବିରୋଧୀ କାର୍ଯ୍ୟର ଚିଠା । ଦଳର ଗଣମାଧ୍ୟମ ସଂଯୋଜକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷରରେ ଏ ସଂକ୍ରାନ୍ତ ପ୍ରେସ ବିବୃତି ଜାରି ହୋଇଛି । ଏଥିରେ ପ୍ରଦୀପ, ତାଙ୍କର ଭାବି ଜ୍ବାଇଁଙ୍କ ବିଳାସପୂର୍ଣ ଜୀବନ ସମ୍ପର୍କରେ ବିଜେଡ଼ି ଅନେକ ତଥ୍ୟ ସାର୍ବଜନୀନ କରିଛି ।ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଥିବା ସୂଚନା ମିଳିଛି ।

ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ସିଧାସଳଖ ୯.୪୮ କୋଟି ଟଙ୍କା ନଗଦ ଜମା ହୋଇଥିବା ବେଳେ ଅନ୍ୟ ସୂତ୍ରରୁ ୫.୨୯ କୋଟି ଟଙ୍କା ଜମା ହୋଇଛି।ଦଳ ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ଯେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂଆଁ ବୁଲାଉଛନ୍ତି । ତାଙ୍କ ଭାବି ଜ୍ଵାଇଁ ଟାଟା କମ୍ପାନୀର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । ସିଏ ସବୁଠୁ ମହଙ୍ଗା ଚାଟାର୍ଡ ବିମାନରେ ଯାତ୍ରା କରନ୍ତି ଓ ନାମୀଦାମୀ ଫ୍ଲାଟରେ ରହନ୍ତି । ଯେତେବେଳେ କି ଟାଟା କମ୍ପାନୀ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ, ଆକାଶ ପାଠକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଖୋଦ୍ ଟାଟା ଏତଲା ଦେଇଛି ଯେ, ବହୁ ଯୁବକ ଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଜାଲ୍ ନିଯୁକ୍ତପତ୍ର ଦେବା ସହ ଆକାଶ କୋଟି କୋଟି ଟଙ୍କା ଠକିଛନ୍ତି ।

Related Post

ଚାକିରୀ ପ୍ରଲୋଭନର ଶିକାର ଆଦିବାସୀ ଝିଅ ବନ୍ଧକ? ଥାନାର ଦ୍ୱାରସ୍ଥ ହେଲେ ପୀଡିତା ର ବାପା

Posted by - April 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ଦାଦନ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ଚାକିରୀ ଆଶାରେ…

ଶେଷ ଚିଠି : “ମୁଁ ସିମରନ, ବୟସ ୧୭”

Posted by - January 4, 2019 0
ଗତ ଡିସେମ୍ବର ୨୮ତାରିଖରେ ମୃତ ଆଲବମ୍ ଅଭିନେତ୍ରୀ ସିମରନ ଝାରସୁଗୁଡା ପୋଲିସ ଥାନାରେ ତାଙ୍କ ସହ ଘଟିଥିବା ଘଟଣାର ଲିଖିତ ଅଭିଯୋଗ କରିଥିଲେ । ଦେଖନ୍ତୁ କଣ…

ଆସନ୍ତା ୧୮ ତାରିଖରେ ହୀରାକୁଦ ନଦୀବନ୍ଧ ରୁ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳ ନିସ୍କାସନ

Posted by - July 16, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ଆସନ୍ତା ୧୮ ତାରିଖ ଦିନ ୧୧ ଟା ସମୟରେ ନିଷ୍କାସନ କରାଯିବ । ଆଜି ଏନେଇ ହୀରାକୁଦ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ

Posted by - June 4, 2021 0
ଭୁବନେଶ୍ବର :ସାରା ଦେଶରେ କୋଭିଡ ମହାମାରୀର ଦ୍ବାତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ…

ବଲାଙ୍ଗୀରରେ ଉଦ୍ଧାର ହେଲେ ବନ୍ଧକ ଥିବା ପରିବାରର ୩ ଜଣ ; ପୁଲିସ ତଦନ୍ତ ଜାରି

Posted by - June 15, 2021 0
ବଲାଙ୍ଗୀର : ବଲାଙ୍ଗୀରରେ ଆଜି ଦେଖାଦେଇଥିଲା ବନ୍ଧୁକଧାରୀର ଆତଙ୍କରାଜ। ଦୀର୍ଘ ସମୟର ପ୍ରୟାସ ପରେ ଘରୁ ଭିତରୁ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ଉଦ୍ଧାର ହେଲେ…