ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ରାଜୁର ସଫଳ ଚିକିତ୍ସା

223 0

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତ ଧନପୁର ଗ୍ରାମର ହଳଧର ହରିଜନଙ୍କ ୭ ବର୍ଷର ଶିଶୁପୁତ୍ର ରାଜୁ ହରିଜନ ଆଜକୁ ୬ ମାସ ପୂର୍ବେ ମୁଣ୍ଡ ବ୍ୟଥା ହୋଇଥିଲା। ଏନେଇ ସେ ଘରେ ମା’ ମଇନା ହରିଜନକୁ ଜଣାଇଥିଲେ। ପରେ ଧୀରେ ଧୀରେ ମୁଣ୍ଡରେ ଯନ୍ତ୍ରଣା ବଢିବା ସହ ବାମ ଆଖି ଫୁଲିବା ଆରମ୍ଭ କରିଥିଲା। ରାଜୁର ମୁଣ୍ଡରେ ଏକ ବଡ ଟ୍ୟୁମର ହୋଇଥିବା ସେ ଜଣାପଡ଼ିବା ପରେ ସ୍ଥାନୀୟ ଡାକ୍ତର ତାଙ୍କୁ ଭୁବନେଶ୍ୱର କିମ୍ବା କଟକ ଯିବାକୁ ପରାମର୍ଶ ଦେଇଥିଲେ। ହଳଧର କୁଲି ମଜୁରୀ କରି ୫ ପ୍ରାଣୀ ବିଶିଷ୍ଟ କୁଟୁମ୍ବର ପ୍ରତିପୋଷଣ କରନ୍ତି। ଏହାପରେ ରାଜୁର ଉନ୍ନତ ଚିକିତ୍ସା ଅସମ୍ଭବ ହୋଇପଡ଼ିଥିଲା ।ଫଳରେ ଭାଗ୍ୟକୁ ଆଦରି ରାଜୁକୁ ଘରେ ହିଁ ଜଡିବୁଟି ଔଷଧ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା ଚଳାଇଥିଲେ ପରିବାର ଲୋକେ ।ରାଜୁର କରୁଣ ଅବସ୍ଥା ଦେଖି ସ୍ଥାନୀୟ ଏକମ୍ବା ସରପଞ୍ଚ ଶ୍ରୀପତି ଭତରା ରାଜୁକୁ ସାଥିରେ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଉମରକୋଟ ସ୍ଥିତ ବାସଭବନକୁ ଯାଇଥିଲେ।

ସେଠାରେ ସାଂସଦ ଶ୍ରୀ ମାଝୀ ରାଜୁ ସହ କିଛି ସମୟ ବାର୍ତ୍ତାଳାପ କରିବା ପରେ ତା ଯନ୍ତ୍ରଣା ଅନୁଭବ କରି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଶିଶୁଟିର ଉନ୍ନତ ଚିକିତ୍ସା ପାଇଁ ଦାୟିତ୍ୱ ଦେଇଥିଲେ। ବିଧାୟକ ରାଜୁକୁ କିମ୍ସରେ ଭର୍ତ୍ତି କରାଇଥିଲେ। ସେହି ମଧ୍ୟରେ ରାଜୁର ଟ୍ୟୁମର କ୍ୟାନସରରେ ପରିଣତ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ।ଏହାପରେ ବୋଝକୁ ନଳିତା ବିଡ଼ା ପରି ରାଜୁ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ପରେ କିମ୍ସରୁ ରାଜୁକୁ ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ କୋଭିଡ ଚିକିତ୍ସା ଜାରିରଖାଗଲା ।ସେ ସୁସ୍ଥ ହେବାରୁ ଶିଶୁଙ୍କ ପାଇଁ ଉଦିଷ୍ଟ କ୍ୟାନ୍ସର ୟୁନିଟରେ ରାଜୁକୁ ଭର୍ତ୍ତି କରି ତାକୁ କେମୋ ଥେରାପି ଦିଆଯାଇଥିଲା । ଦୀର୍ଘ ୩ ମାସ କାଳ ବିଧାୟକ ରାଜୁ ସହିତ ଜଡିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଉଛନ୍ତି। ଏବେ ପୂର୍ବ ତୁଳନାରେ ରାଜୁ ଅଧିକ ମାତ୍ରାରେ ସୁସ୍ଥ ଥିବା ଓ ଆଉ ଏକ ମାସ ମଧ୍ୟରେ ରାଜୁ ସମ୍ପୂର୍ଣ ସୁସ୍ଥ ହୋଇ ଗାଁକୁ ଫେରିବ ବୋଲି ବିଧାୟକ ଶ୍ରୀ ମାଝୀ ଜଣାଇଛନ୍ତି। ଗରିବ ଅସହାୟ ପରିବାରକୁ ସାଂସଦ ଓ ବିଧାୟକଙ୍କ ସାହାଯ୍ୟ ନେଇ ପରିବାର ଓ ଗ୍ରାମବାସୀଙ୍କ

Related Post

ଖାଇବା ତେଲର ଦର ବୃଦ୍ଧି ଯୋଗୁଁ ଗ୍ରାହକ ଚିନ୍ତାରେ,ଚଢ଼ା ଦରରେ ବିକ୍ରୀ କରୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?

Posted by - March 5, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ଵ ବଜାରରେ ପ୍ରଭାବ ପଡିଛି। ପେଟ୍ରୋଲିୟମ୍ ଜାତୀୟ ଦ୍ରବ୍ୟର ବ୍ୟାରେଲ ପିଛା…

ଭୁବନେଶ୍ୱର ପିଏମଜି ଛକ ହତ୍ୟାକାଣ୍ଡ ଘଟଣା ରେ ଦୁଇ ଅଟକ:ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

Posted by - April 12, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଦଶ ତାରିଖ ବିଳମ୍ବିତ ରାତ୍ରୀରେ ରାଜଧାନୀ ଭୁବନେଶ୍ବର ର ପିଏମଜି ଛକ ନିକଟସ୍ଥ ଏଟିଏମ୍ ବାରଣ୍ଡାରେ ଘଟିଥିବା…

କରୋନାର ବର୍ଷେ ପରେ ଜନ୍ମ ହୋଇଥିବା ଶିଶୁକନ୍ୟା ଦେହରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି

Posted by - March 19, 2021 0
ନୂଆଦିଲ୍ଲୀ: ସାରା ବିଶ୍ୱକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି।…

ୟୁରିଆ ସାର କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନର ତନଖି

Posted by - August 20, 2020 0
ଯାଜପୁର ଅଫିସ :ରାସାୟନିକ ସାର ବିଶେଷ କରି ୟୁରିଆ ସାରର ସୁଷମ ବଣ୍ଟନ ଓ କଳାବଜାରୀ ରୋକିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳ୍‌ାର…

ବରୀ ବ୍ଲକରୁ ଚିହ୍ନଟ ହେଲେ ଦୁଇ ନୂଆ କରୋନା ଆକ୍ରାନ୍ତ,ଯାଜପୁର ରେ ୪୭,ରାଜ୍ୟ ରେ ୧୫୬

Posted by - May 2, 2020 0
ଭୁବନେଶ୍ବର :ହଟସ୍ପଟ ପାଲଟିଛି ଯାଜପୁର ଜିଲ୍ଲା। ଆଜି ସକାଳେ ଏଠାରୁ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ହାକୁ ମିଶାଇ…