Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଫୁଟା ବାଣ ବାରୁଦ୍ ରେ ନିଆଁ ଲଗାଇ ନାବାଳକ ଗୁରୁତର।

304 0

ରେମୁଣା:(ସୌମ୍ୟା ସାଇ ବାରିକ୍)ଦୀପାବଳୀ ରେ ବାଣ ନ ଫୁଟାଇବା ପାଇଁ ସାରା ଦେଶ ରେ ସରକାର ଙ୍କ ନିୟମ କୁ ଅନେକ ଜାଗାରେ ପାଳନ କରା ଯାଇଛି । କିନ୍ତୁ ମଫସଲ ଗାଆଁ ରେ ଜନ ସଚେତନତା ଅଭାବ ରୁ ବାଣ ଫୁଟାଇ ଗୁରୁତର ଆହତ ହୋଇଥିବା ଘଟଣା ନଜର କୁ ଆସିଛି । ସୂଚନାରୁ ଜଣା ପଡ଼ିଛି-ବାଲେଶ୍ୱର ଜିଲ୍ଲା, ରେମୁଣା ବ୍ଲକ, ଗନିପୁର୍ ଗ୍ରାମ ପଞ୍ଚାୟତ ର କୁରୁଣିଆ ଗାଆଁ ର ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି ।

ସକାଳେ, ଏହି ଗାଆଁ ର ସୁଶାନ୍ତ ସାହୁ ଙ୍କ ପୁଅ କମଳା କାନ୍ତ (୭) ଗାଆଁ ଦାଣ୍ଡ ରେ ପଡ଼ିଥିବା କିଛି ଅଫୁଟା ବାଣ କୁ ଆଣି, ସେଥିରୁ ବାରୁଦ ସବୁ ବାହାର କରି, ଏକ କାଗଜ ରେ ରଖିଥିଲା। ସେହି ବାରୁଦ ରେ ନିଆଁ ଲଗେଇଦେବା ଦ୍ଵାରା ତାର ମୁହଁ ଏବଂ ମଥା ପୋଡିଯାଇ ଗୁରୁତର ଆହତ ହୋଇଛି। ତାକୁ ସଙ୍ଗେ ସଙ୍ଗେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଯାଇଛି । ଅସାବଧାନତା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି ଏବଂ ଏଥି ପାଇଁ ପିତା ମାତା ଏବଂ ଗୁରୁଜନ ମାନେ ଅଧିକ ସଚେତନ ହୋଇ ଏଥି ପ୍ରତି ନଜର ରଖିବାକୁ ଅନେକ ମତ ପ୍ରକାଶ କରିଛନ୍ତି।

Related Post

କଠୋର ହେଲା ପ୍ରଶାସନ,ନିୟମ ନ ମାନିଲେ ହେବେ ଗିରଫ : ଯାଜପୁର ଜିଲ୍ଲାପାଳ

Posted by - March 23, 2020 310
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏଥିରେ…

ପୁରୀରେ ନବୀନଙ୍କ ମହିଳା ମିସନଶକ୍ତି ମହାସମାବେଶ, ବାରିପଦା ରେ ମୋଦି କହିଲେ ପିପିଲି ପୁରୀ ଝିଅ କୁ ନ୍ୟାୟ ଦେଇପାରିଲନି

Posted by - January 5, 2019 0
ଭୁବନେଶ୍ବର: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍ ଶକ୍ତି ମହାସମାବେଶ କରି ମହିଳା କାର୍ଡ ଖେଳିଥିବା ବେଳେ, ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି।କେନ୍ଦ୍ର…

ଅସଲି କନ୍ୟା କୁ ନକଲି ବର, ପହଁଚିଲେ ପୋଲସ,ମିଛ ପରିଚୟ, ନକଲି ଗହଣା ଓ ବରଯାତ୍ରୀ ନ ଆଣିବା କାଳ ହେଲା

Posted by - March 24, 2022 0
ବଙ୍ଗୋମୁଣ୍ଡା ତା୨୩/୩:(ଅଭିମନ୍ୟୁ ବହିଦାର) ନକଲି ବରକୁ ନକଲି ସୁନା ଗହଣା, ସବୁ କିଛି ନକଲି। ଆପଣ ଶୁଣି ଚକିତ ହେବେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା…

ଅଧିକାଂଶ କରୋନା ଆକ୍ରାନ୍ତ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ସଂକ୍ରମଣ ସହ ସମ୍ପୃକ୍ତ, ବମିଖାଲର ସମସ୍ତେ ଗୋଟିଏ ପରିବାରର

Posted by - April 6, 2020 0
ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରରେ କରୋନା ସଂକ୍ରମଣ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା  ମିଳିଛି । ଭୁବନେଶ୍ୱରରେ ପ୍ରାୟ ୩୦ଟି ସକ୍ରିୟ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ…