ପିପିଇ କିଟ୍‌ ପ୍ରସ୍ତୁତ ଟିମ୍‌ର ନେତୃତ୍ୱ ନେଲେ ଓଡିଆ ପୁଅ

235 0

ଭବାନୀପାଟଣା: କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପିପିଇ କିଟ୍‌ର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ବଜାରରେ ମିଳୁଥିବା ପିପିଇ କିଟ୍‌ର ଦାମ ଅଧିକ ଥିବା ଏବଂ ଏହା ଶରୀର ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ବିଭାଗ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ବିଶାଖାପାଟଣା ଏନ୍‌ଆର୍‌ଡିସି ଦ୍ୱାରା ଏହାର ପେଟେଣ୍ଟ ଓ ବଜାରରେ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ବିଶାଖାପାଟଣା ଏନ୍‌ଆର୍‌ଡିସିର ମ୍ୟାନେଜର ଡ. ବିଜୟ ସାହୁଙ୍କ ନେତୃତ୍ୱରେ ସମସ୍ତ କାଗଜପତ୍ର, ଟ୍ରେଡମାର୍କ, ଆଇପି ଓ ପେଟେଣ୍ଟ ପାଇଁ କାର୍ୟ୍ୟ ସମ୍ପାଦନ କରାଯାଇଛି। ଏହା ଆସନ୍ତା ଏକ ମାସ ମଧ୍ୟରେ ଉପଲବ୍ଧ ହେବ ବୋଲି ଏନ୍‌ଆର୍‌ଡିସି ସୂତ୍ରରୁ ଜଣାପଡିଛି।କେନ୍ଦ୍ର ସରକାରଙ୍କ ବିଶାଖାପାଟଣାସ୍ଥିତ ଏନ୍‌ଆର୍‌ଡିସି ଆଞ୍ଚଳିକ ମ୍ୟାନେଜର ଡ. ସାହୁ କଳାହାଣ୍ଡି ଜିଲାର ଅଧିବାସୀ ଅଟନ୍ତି। ତାଙ୍କ ଘର ମଦନପୁର-ରାମପୁର ବ୍ଲକ ଅଇଁଲାପାଲି ଗ୍ରାମରେ। ଅତୀତରେ ଡ. ସାହୁଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଉଦ୍ୟୋଗୀ ଲାଭବାନ ହୋଇଛନ୍ତି। ମଦନପୁର ରାମପୁରରେ ଥିବା ଯୁବ ଉଦ୍ୟୋଗୀ ବିଭୁ ପ୍ରସାଦ ସାହୁଙ୍କ ହରିପ୍ରିୟା ରିଫ୍ରାକ୍ଟୋରିଜ ମାଧ୍ୟମରେ ବିଦେଶକୁ ପାଉଁଶ ରପ୍ତାନି କରିବା ନିମନ୍ତେ ଡ. ସାହୁଙ୍କ ନେତୃତ୍ୱରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଥିଲା।

Related Post

ଚିନ୍ତା ବଢାଉଛି ଭୁବନେଶ୍ବର,କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୬ ହେଲେଣି

Posted by - June 6, 2020 57
ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଜାରି ହୋଇଛି। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ କଟକଣା ରହିବ।…

ନୀଳଗିରି :ରଥ ଯାତ୍ରା ପ୍ରସ୍ତୁତି ବୈଠକ ରେ ବାକ୍ ବିତଣ୍ଡା,ସେବାୟତଙ୍କ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର

Posted by - June 8, 2020 419
ନୀଳଗିରି:୦ ୮/୦୬(ସୌମ୍ୟା ସାଇ ବାରିକ)ଆଜି ପୂର୍ବାହ୍ନ ରେ ଶ୍ରୀ ଜଗନ୍ନାଥ ମନ୍ଦିର ର ସେବାୟତ ଓ ପୂଜକ ମାନେ ମିଳିତ ଭାବେ,ଏକ ସ୍ମାରକ ପତ୍ର ନୀଳଗିରି ଉପଜିଲ୍ଲାପାଳ…

ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ନିର୍ବାଚନ ରେ ବିଜୟୀ, ୨ ବିଜେଡି ଓ଼ ୧ ବିଜେପି.

Posted by - February 27, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି କାର୍ଯ୍ୟକ୍ରମ ଶେଷ ହୋଇଛି!ଏହି ପ୍ରଥମ ପର୍ଯ୍ୟାୟ ରେ୨ ବିଜେଡି ଓ଼ ୧ବିଜେପି ଜିଲ୍ଲାପରିଷଦ…

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣା ହଟିଲା

Posted by - October 20, 2020 0
ପୁରୀ :ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର…

ଖଣ୍ଡରା ପଂଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ

Posted by - November 11, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତ ଗସ୍ତ କରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି…