ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା : କଟକ ଜିଲ୍ଲାପାଳ

239 0

କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ ଏହି ମହୋତ୍ସବ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। ବିଶେଷ କରି ନଭେମ୍ବର ମାସରେ ବାଲିଯାତ୍ରା ହେଉଥିଲା ବେଳେ ଏ ସମୟରେ କୋଭିଡ୍ ସଂକ୍ରମଣ ସ୍ଥିର ରହିଛି। ଆଗକୁ ଶୀତ ଅଧିକ ଅନୁଭୁତି ହେବାକୁ ଯାଉଥିବା ବେଳେ ବାଲିଯାତ୍ରା କରିବା ସମ୍ଭବପର ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି କାର୍ତ୍ତିକ ପୁର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ କୁ ମଧ୍ୟ ଚଳିତ ବର୍ଷ ବାତିଲ୍ କରାଯାଇଛି।

ବ୍ୟକ୍ତିଗତ ସ୍ତରରେ ବୋଇତ ବା ଡ଼ଙ୍ଗା ବିଭିନ୍ନ ଜଳାଶୟ ରେ ଭସାଇପାରିବେ। ଅପରପଟେ କାର୍ତ୍ତିକ ମାସର ବଡ଼ଓଷା ପର୍ବ ପଡିଥାଏ। କଟକ ର ଶ୍ରୀ ଶ୍ରୀ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡ଼ଓଷା ରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ। ଯଦି ଏହି ପର୍ବ ସେଠାରେ ହୁଏ ତେବେ ସଂକ୍ରମଣକୁ ରୋକିବା ମୁସ୍କିଲ୍ ହୋଇପଡିବ। ତେଣୁ ଏ ବର୍ଷ ମଧ୍ୟ ଧବଳେଶ୍ବର ଙ୍କ ପୀଠରେ ବଡ଼ଓଷା ପର୍ବ ବନ୍ଦ ରଖାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ।

Related Post

ମୃତ ଅଭିନେତ୍ରୀ ନିକିତାଙ୍କ ଶାଶୂ ଓ ଶ୍ବଶୁର ଘରେ ଲଟକା ଲଗାଇଲା ଚାଉଳିଆଗଂଜ ପୁଲିସ

Posted by - January 13, 2019 0
କଟକ :ଓଡିଆ ଧାରବାହିକ ଅଭିନେତ୍ରୀ ନିକିତଙ୍କ ସନ୍ଦେହଜନକ ମୃତ୍ୟୁ ଯୋଗୁଁ ତାଙ୍କ ସ୍ବାମୀ ଲିପନ ସାହୁଙ୍କୁ କଟକ ଚାଉଳଆଗଞ୍ଜ ପୋଲିସ ଗତ ୭ ତାରିଖରେଗିରଫ କରିଛି ।…

ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ରହିଲେ

Posted by - March 31, 2020 591
ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା…

କାର୍ଯ୍ୟରତ ବୀର ଯବାନଙ୍କ ଦେହାନ୍ତ,ଯବାନ ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳୀ ସଭା ଓ କ୍ୟାଣ୍ଡେଲ ରାଲି

Posted by - September 13, 2020 0
ନୀଳଗିରି:(ସୌମ୍ୟସାଇ ବାରିକ)ନୀଳଗିରି ବ୍ଳକ, କାଠପାଳ ଗାଁ ର ଘଟଣା। ଦେଶ ଜଣେ କାର୍ଯ୍ୟରତ ବୀର ଯବାନ ଙ୍କୁ ହରାଇଛି।ସମଗ୍ର ନୀଳଗିରି ରେ ଶୋକାକୁଳ ପରିବେଶ। ସୁଚନା ରୁ…

ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

Posted by - May 25, 2021 0
ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ,…