ଆତ୍ମହତ୍ୟା କରିବାକୁ ଯାଉଥିବା ଯୁବତୀ ଙ୍କୁ ଉଦ୍ଧାର କଲେ ସାମ୍ବାଦିକ

708 0

କଟକ: ସାନ୍ଧ୍ୟ ଭ୍ରମଣ ବେଳେ ତ୍ରିସୁଲିଆ ସ୍ଥିତ ସୁବାସ ବୋଷ ସେତୁ ଉପରୁ କାଠଯୋଡି ନଦୀକୁ ଡେଇଁ ଆତ୍ମ ହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବତୀ (୩୦)ଙ୍କୁ ଉଦ୍ଧାର କରି ବାରଙ୍ଗ ଥାନା ପୁଲିସ ଜିମା ଦେଇଛନ୍ତି ୨ ଜଣ ସାମ୍ବାଦିକ ଓ ସେମାନଙ୍କର ୨ ଜଣ ସାଥୀ ।ବାରଙ୍ଗ ପ୍ରେସ କ୍ଳବର ସଦସ୍ୟ ସାମ୍ବାଦିକ ସୁକାନ୍ତ କୁମାର ବେହେରା, ମଳୟ ପରିଡା ସେମାନଙ୍କ ଦୁଇ ଜଣ ସାଥୀଙ୍କ ସହିତ ସୁବାସ ବୋଷ ସେତୁ ଉପରେ ସାନ୍ଧ୍ୟ ଭ୍ରମଣ କରୁଥିଲେ।

ଏହି ସମୟ ରେ ଯୁବତୀ ଜଣକ ସେତୁ ର ବାଡା ଉପରେ ଚଢି ପାଣିକୁ ଡେଇଁବା ଉଦ୍ୟମ କରୁଥିବା ଦେଖି ସେଠାରେ ଉପସ୍ଥିତ ଥିବା ଏହି ସାମ୍ବାଦିକ ଏବଂ ତାଙ୍କ ଦୁଇ ସହଯୋଗୀ ଯୁବତୀ କୁ ଉଦ୍ଧାର କରିଥିଲେ । ପରେ ଯୁବତୀକୁ ବାରଙ୍ଗ ଥାନା ପୁଲିସରେ  ଜିମା ଦେଇଥିଲେ ।ଯୁବତୀ ଜଣକ ଜଣେ ନର୍ସ ସେ ତାଙ୍କ  ପ୍ରେମୀକ ସହ ମନମାଳିନ୍ୟ ପାଇଁ ଆମୁହତ୍ୟା କରୁଥିବା ଜଣା ପଡିଛି।

Related Post

ତହସିଲରେ ମୃତବ୍ୟକ୍ତି ଆସି ଫାଇଲ କରୁଛନ୍ତି ମ୍ୟୁଟେଶନ କେଶ,କାର୍ଯ୍ୟ।ନୁଷ୍ଠାନ ଦାବି କଲେ ଜୈନ ପରିବାର

Posted by - July 23, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସର୍ଗିଗୁଡ଼ା ନିବାସୀ ସ୍ଵର୍ଗତ ଶ୍ରି ରାମ ଲାଲ ଜୈନଙ୍କ ନାମରେ ଦେସିଲ ଗ୍ରାମରେ ୭ ଏକର ୩୨ ଡିସିମିଲ ଜାଗା ଥିଲା। ଶ୍ରୀ…

ଟିଟିଲାଗଡ ପୌରଅଧ୍ୟକ୍ଷା ପଦ ହାତେଇବ କିଏ ? ଶାସକ ଦଳ କି ବୋହିବ ପରିବର୍ତ୍ତନର ସ୍ୱର ?

Posted by - March 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖରେ ଅନଷ୍ଠିତ ହେବ ପୌର ନିର୍ବାଚନ। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓହ୍ଲାଇଛନ୍ତି ନିର୍ବାଚନୀ ମଇଦାନରେ। ବହୁ ବର୍ଷ ପରେ ପୁଣି…

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ,ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

Posted by - April 3, 2020 0
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା…

ବାଲେଶ୍ୱର ଭୋଗରାଇ ବ୍ଲକ୍‌ରେ ବିଜୁ ଯୁବ ବାହିନୀ କୁ ମୋବାଇଲ ବଣ୍ଟନ ବେଳେ ହାତାହାତି

Posted by - March 1, 2019 0
ବିଜୁ ଯୁବ ବାହିନୀକୁ ମାଗଣା ମୋବାଇଲ୍ ବାଣ୍ଟିବା ପାଇଁ ଆସିଥିଲା। କିନ୍ତୁ ମୋବାଇଲ କିଏ ପାଇବେ ତାକୁ ନେଇ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ। ସମାଧାନ ପାଇଁ…

ଯାଜପୁର ରେ ବଢ଼ିଲା କଣ୍ଟେନମେଣ୍ଟ ଅଞ୍ଚଳ

Posted by - May 4, 2020 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୁଣି ବଢିଲା କଣ୍ଟେନମେଣ୍ଟ ଅଂଚଳ। ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ…