ଦାଦା ବଟି ସୂଚନାକାରିଙ୍କୁ ଦିଆଯିବ ପୁରସ୍କାର :-ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

235 0

ଭୁବନେଶ୍ୱର:ଟ୍ଵିନ୍‌ସିଟିରେ ଦାଦାବଟିକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହାକୁ ମିଶନ ଭାବେ ନେଇଛି କମିସନରେଟ ପୋଲିସ । ଟ୍ଵିନସିଟିରେ ଦାଦାବଟି ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ଅଧିକ ସୁଦୃଢ ଓ ସକ୍ରିୟ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିସନର ସୁଧାଶୁଂ ଷଡ଼ଙ୍ଗୀ । କଟକ ଓ ଭୁବନେଶ୍ୱରକୁ ଦାଦାବଟି ମୁକ୍ତ କରାଯିବ। ଏନେଇ ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି ସିପି। ଦାଦାବଟି ନେଇ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କୃତ କରାଯିବ l

ସେହିପରି ଦାଦାବଟି ଦେଉଥିବା ଲୋକେ ପୋଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ । କ୍ୟାପିଟାଲ ପୋଲିସ ୩ଜଣ, ଖଣ୍ଡଗିରି ପୋଲିସ ୫ଜଣ, ବଡ଼ଗଡ଼ ପୋଲିସ ଓ ଚନ୍ଦ୍ରଶେଖର ପୋଲିସ ଜଣେ ଲେଖାଏଁ ଦାଦାବଟି ଆଦାୟ କରୁଥିବା ଅପରାଧୀଙ୍କୁ ଗିରଫ କରିଛି । ୧ଲକ୍ଷ ୪ ହଜାର ଟଙ୍କା ସହ ଏକ ସ୍କର୍ପିଓ ଗାଡ଼ିକୁ ଜବତ କରିଛି ପୋଲିସ ।

Related Post

କରୋନାର ବର୍ଷେ ପରେ ଜନ୍ମ ହୋଇଥିବା ଶିଶୁକନ୍ୟା ଦେହରେ ସାର୍କ-କୋଭ-୨ ଭୂତାଣୁ ବିରୋଧରେ ଆଣ୍ଟିବଡି

Posted by - March 19, 2021 0
ନୂଆଦିଲ୍ଲୀ: ସାରା ବିଶ୍ୱକୁ ବର୍ଷେ ହେଲାଣି କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଏବେ କରୋନା ସହ ଲଢ଼ିବା ପାଇଁ ବିଭିନ୍ନ ଟିକା ବାହାର କରାଯାଇଛି।…

ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ଧୁଳିଗୁଡା ଗ୍ରାମର ହିତାଧିକାରୀ

Posted by - November 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଅସହାୟ ଅବହେଳିତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ଏବଂ…

ଚାଷୀଙ୍କ ବକେୟା ଟଙ୍କା ପାଇବା ଦାବିରେ ଜିଲାପାଳଙ୍କୁ ଦାବିପତ୍ର  

Posted by - May 1, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀଙ୍କ ବକେୟା ଟଙ୍କା ପାଇବା ଦାବିରେ ଜିଲାପାଳଙ୍କୁ ଦାବିପତ୍ର  । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଛତ୍ରପଡା ସେବା ସମବାୟ ସମିତି ଅଧୀନରେ…

ପୁଣି ଦନ୍ତାହାତୀର ଉପଦ୍ରବ,ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ

Posted by - January 25, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଆଜି ସଂନ୍ଧ୍ୟାରେ ପୁଣି ଦନ୍ତାହାତୀର ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକ ମୃତ। ମୃତ ବାଳକ ଧୂଳିଗଡ ଜଙ୍ଗଲ…