Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ଙ୍କ ପରଲୋକ

795 0

ନୀଳଗିରି :(ସୌମ୍ୟା ସାଇ ବାରିକ୍) ବରିଷ୍ଠ ସମ୍ବାଦିିକ          ରତ୍ନାକର ବେହେରା ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ହୋଇ ଯାଇଛି। ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ମହଲ ରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ଥିଲା । ସେ ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକ ଥିଲେ ।

ସୂଚନା ରୁ ଜଣା ପଡିଛି ୬ ମାସ ପୂର୍ବରୁ ଅସୁସ୍ଥ ହୋଇ, ଭୁବନେଶ୍ୱର ରୁ ଚିକିତ୍ସିତ ହୋଇ ନୀଳଗିରି କାହାଲିଆ ସ୍ଥିତ ବାସଭବନ ରେ ରହୁଥିଲେ । ସେ ଏକା ଧାରା ରେ ଜଣେ ସାମ୍ବାଦିକ, ସମାଜସେବୀ , ବୁଦ୍ଧିଜୀବୀ ଏବଂ ସମାଜ ସଂସ୍କାରକ ଭାବେ, ନୀଳଗିରି ତଥା ବାଲେଶ୍ୱର ଜିଲ୍ଲା ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।

ସେ ବ୍ୟକ୍ତି ନଥିଲେ ବରଂଚ ଏକ ଅନୁଷ୍ଠାନ ବୋଲି କୁହାଯାଇ ପାରିବ। ନୀଳଗିରି ର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ଚିନ୍ତା କରୁଥିଲେ ବୋଲି କୁହା ଯାଇଛି। ନୀଳଗିରି ର ସରକାରୀ , ବେସରକାରୀ ତଥା ସାଂସ୍କୃତିକ ଜନ ଜୀବନ ସହିତ ସେ ଓତ ପ୍ରୋତ ଭାବେ ଜଡ଼ିତ ଥିଲେ। ସର୍ବଦା ସେ ଜଗନ୍ନାଥ ଙ୍କୁ ନିଜର ଆରାଧ୍ୟ ବୋଲି ଭାବି ସମସ୍ତ କର୍ମ କରୁଥିଲେ।

ଆଜି ଅପରାହ୍ନ ରେ କହାଳିଆ ସ୍ଥିତ ଘରେ ଥିବା ଅବସ୍ଥା ରେ, ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ , ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନା କୁ ନେଇ ଆସିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ବିଜୁଳି ବେଗରେ ସମଗ୍ର ଜିଲ୍ଲା ରେ ବ୍ୟାପି ଯାଇଥିଲା।ନୀଳଗିରି ତଥା ବାଲେଶ୍ୱର ଜିଲ୍ଲା ର ସାମ୍ବାଦିକ ସଂଘ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରା ଯାଇଛି।

ତାଙ୍କ ମୃତ୍ୟୁ ରେ ନୀଳଗିରି ତଥା ବାଲେଶ୍ବର ଜିଲ୍ଲା ର ସାମ୍ବାଦିକ ମହଲ ରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି କୁହା ଯାଇଛି।ତାଙ୍କ ର ଅମର ଆତ୍ମା ପର ପାରି ରେ ଶାନ୍ତି ରେ ରହୁ , ତଥା ପରିବାର ବର୍ଗ ଙ୍କୁ ଏଭଳି ଦୁଃଖଦ ସମୟରେ ଜଗତ ର ନାଥ ଜଗନ୍ନାଥ, ସହାୟ ହୁଅନ୍ତୁ ବୋଲି ଅନେକ କହିଛନ୍ତି।ତାଙ୍କର ଅକାଳ ବିୟୋଗରେ, ଓଡିଶା ସାମ୍ବାଦିକ ଜଗତ ରେ, ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି, କୁହାଯାଇ ପାରିବ।

Related Post

ଭିତ୍ତି ଭୁମି ନାହିଁ କର୍ମଚାରୀ ଅଛନ୍ତି, ନାହିଁ ନାହିରେ ଚାଲିଛି ପାତ୍ରପୁଟ ଫାଣ୍ଡି

Posted by - June 7, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ର ପୁଟ ରେ କଂଗ୍ରେସ ର ତତ୍କାଳୀନ ନବରଙ୍ଗପୂର ଏମ୍ ପି ଖଗପତି ପ୍ରଧାନୀଙ୍କ ପୋଚେଷ୍ଟାରେ ତାଙ୍କ…

ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର

Posted by - May 13, 2019 0
ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ…

ଖୋଜାଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ, ସାବଧାନ!! ଜାଣନ୍ତୁ କଣ ସତ୍ୟ

Posted by - September 14, 2020 0
ଭୁବନେଶ୍ବର:ଆଜିକାଲି ମିଥ୍ୟା ଖବର ପାଇଁ ସୋସିଆଲ ମିଡିଆ ଏକ ହବରେ ପରିଣତ ହୋଇଛି | whatsaap ଭଳି ଚାଟିଂ ଆପ୍ ଉପରେ ଅନେକ ଗୁଜବ ଏବଂ କଳ୍ପନାଜଳ୍ପନା…

ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

Posted by - July 30, 2020 361
ଅନୁଗୁଳ:(ମହେଶ ଭୋମରାଜ)କରୋନା ଗ୍ରାଫ ଦିନକୁ ଦିନ ମାଡ଼ି ଚାଲିଥିବା ବେଳେ ଏବେ ପ୍ରଶାସନକୁ ଗ୍ରାମାଞ୍ଚଳ ଚିନ୍ତା ଘାରିଛି  । ଜିଲ୍ଲାରୁ ଆଜି (ଗୁରୁବାର) ୧୩ ଜଣ କରୋନା ପଜିଟିଭ ଚିହ୍ନଟ…

ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ପ୍ରଶଂସା ପତ୍ର

Posted by - January 2, 2020 0
ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସଫଳତା ପାଇଁ ଓଡ଼ିଶାକୁ ୫ମ ଥର ପାଇଁ ‘କୃଷି କର୍ମଣ’ ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟ କୃଷିମନ୍ତ୍ରୀ…