ଅଙ୍ଗନ୍ ବାଡି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ,ବାରୁଦ ଖାନା ଅଙ୍ଗନବାଡି କେନ୍ଦ୍ର ରେ ଉତ୍ତେଜନା

749 0

ନୀଳଗିରି :(ସୌମ୍ୟା ସାଇ ବାରିକ) ଅଙ୍ଗନ୍ ବାଡ଼ି କର୍ମୀ ଙ୍କ ମନ ମୁଖି କାର୍ଯ୍ୟ କୁ ଗ୍ରାମବାସୀ ମାନେ ବିରୋଧ କରିବାରୁ ଘଟଣା ସ୍ଥଳ ରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣା ରୁ ଜଣା ପଡିଛି, ଓଉପଦା ବ୍ଲକ, କାଣ୍ଡ ଗରଡି ପଞ୍ଚାୟତ ବାରୁଦ୍ ଖାନା ଅଙ୍ଗନବାଡ଼ି କେନ୍ଦ୍ର ରେ କାର୍ଯ୍ୟରତ କର୍ମୀ ସୁକାନ୍ତି ମହାନ୍ତି ଙ୍କ ନାମ ରେ ଜି.କେ. ଏସ୍. ଅର୍ଥ ର ହେର ଫେର ଅଭିଯୋଗ ହୋଇଥିଲା। ବାରୁଦ୍ ଖାନା ଅଧିବାସୀ ମାନେ ଶ୍ରୀମତୀ ମହାନ୍ତି ଙ୍କୁ ବିଗତ ୧୦ ବର୍ଷ ର ୮୦ ହଜାର ଟଙ୍କାର ହିସାବ ମାଗିଥିଲେ । ସେଥି ପାଇଁ ଗ୍ରାମରେ ଏକ ଗ୍ରାମ ବୈଠକ ଡକା ଯାଇଥିଲା।

ବୈଠକ ରେ ଶ୍ରୀମତୀ ମହାନ୍ତି ଗୋଟିଏ ବର୍ଷ ର ହିସାବ ଦେବାକୁ ରାଜି ହୋଇଥିଲେ। ଏହି କଥା କୁ ନେଇ ଦିଦି ଓ ଗ୍ରାମ ବାସୀ ଙ୍କ ମଧ୍ୟରେ କଥା କଟାକଟି ପରେ ଉତ୍ତ୍ୟକ୍ତ ଲୋକେ ଶ୍ରୀମତୀ ମହାନ୍ତି ଙ୍କୁ ଅଟକ ରଖିଥିଲେ । ଖବର ପାଇ ଈଶ୍ୱର ପୁର ଫାଣ୍ଡି ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମ ବାସୀ ଙ୍କୁ ବୁଝା ସୁଝା କରି ଦିଦି ଙ୍କୁ ଉଦ୍ଧାର କରିଥିଲେ। ଆଗାମୀ ୩୦ ତାରିଖ ଦିନ ବୈଠକ ରେ ସମସ୍ତ ହିସାବ ଦେବାକୁ ରାଜି ହେବା ପରେ ଘଟଣା ସ୍ଥଳ ରେ ଉତ୍ତେଜନା ହ୍ରାସ ପାଇଥିଲା।

Related Post

ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚ କାରବାର ବ୍ୟାଙ୍କ ଆକାଉଣ୍ଟ ରେ

Posted by - September 10, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚୁଆ କାରବାର ଖୁଲମଖୁଲା ତାହା ପୁଣି ବ୍ୟାଙ୍କ ଆକାଉଣ୍ଟ ରେ…

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ୨୬ରେ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ

Posted by - August 23, 2019 0
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ଦିନ ପାଇଁ  ଦିଲ୍ଲୀ ଗସ୍ତରେ ଯାଉଛନ୍ତି ।  ଆସନ୍ତା ୨୬ ତାରିଖରେ ସ୍ବରାଷ୍ଟ୍ର  ମନ୍ତ୍ରୀ  ଅମିତ ଶାହାଙ୍କ ଅଧ୍ୟକ୍ଷତାରେ…

ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ଼ ଶିବାଜୀ ପଟ୍ଟନାୟକଙ୍କ ପରଲୋକ

Posted by - May 24, 2022 0
ଭୁବନେଶ୍ବର(ବ୍ୟୁରୋ) :ଭୁବନେଶ୍ବର ପୂର୍ବତନ ସାଂସଦ ତଥା ବିଶିଷ୍ଟ ସି ପି ଆଇ ଏମ ନେତା କମ୍ରେଡ ଶିବାଜୀ ପଟ୍ଟନାୟକଙ୍କ ୯୨ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ…

କେନ୍ଦୁଝରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ

Posted by - April 8, 2020 0
କେନ୍ଦୁଝର:୭ା୪(ସୀତାରାମ ଦୀକ୍ଷିତ)କେନ୍ଦୁଝର ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କେନ୍ଦୁଝରଠାରେ କୋଭିଡ-୧୯ ହସପିଟାଲ ସ୍ଥାପନ ହେବ। ଏଥିପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି।ଏହି ହସ୍‌ପିଟାଲ ୨୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି…

ଝରଣା ପାଣି ଭରସା ରେ କୁଟ୍ରୂମାଲି ଗ୍ରାମବାସୀ। ଯୋଜନ ଦୂରରେ ବସୁଧା, ସୌଭାଗ୍ୟ ଯୋଜନା

Posted by - September 8, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବିକାଶ ପାଇଁ ମାଳ ମାଳ ଯୋଜନା ଚାଲିଛି, ପାଣି ପରି କୋଟି କୋଟି ଟଙ୍କା ର ବ୍ୟୟ ବରାଦ…