Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରାଜଧାନୀ ରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି,ଦେଶରେ ସର୍ବାଧିକ ହାର ଖୋର୍ଦ୍ଧା ଜିଲ୍ଲାରେ

284 0

ଭୁବନେଶ୍ବର:ଖୋର୍ଦ୍ଧାରେ ସଙ୍ଗୀନ ହୋଇଉଠିଛି କରୋନା ସ୍ଥିତି । ଜିଲ୍ଲାରେ ଗଂଜାମଠାରୁ ୧୯ଗୁଣା ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ ମତରେ ସାରା ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା । ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢି ବଢି ଚାଲିଛି, ରାଜ୍ୟର ହସ୍ପିଟାଲଗୁଡିକରେ ସେହି ଅନୁପାତରେ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ଅଛି କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ରୋଗୀଙ୍କ ସଂଖ୍ୟା ବଢୁଛି ଏବଂ ସେହି ହାରରେ ବେଡ୍, ଆଇସିୟୁ ଏବଂ ଭେଂଟିଲେଟର ନାହିଁ ।ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ହାର ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଗତ ୫ ଦିନ ଭିତରେ ହାରାହାରି ୫୦୦ରୁ ଅଧିକ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାରେ ରହୁଛନ୍ତି ।

ରାଜଧାନୀ ଉପକଣ୍ଠରେ କରୋନା ତାର ତାଣ୍ଡବ ରଚିରଚି ଚାଲିଛି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ତେବେ ଗୁରୁବାରଦିନ ମେଣ୍ଢାଶାଳ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଗ୍ରାମମାନଙ୍କରୁ ପୁଣି୨୮ ଟି ପଜିଟିଭ ଚିହ୍ନଟ ହୋଇଛି ।ସେଥିମଧ୍ୟରେ ଚନ୍ଦକା ଏସଓଜିରୁ ୧୩ଜଣ ଚିହ୍ନଟ ହୋଇଥିବାବେଳେ ଚନ୍ଦକାରୁ୧,କୁଜିମହଲରୁ୧ ,ଗ୍ରାମଢିହରୁ ୧, ଗୋଠପାଟଣାରୁ୧, କଂଟାବାଡ ଗଙ୍ଘାପାଟଣାରୁ୧,ରଘୁନାଥପୁରରୁ୧, ମେଣ୍ଢାଶାଳରୁ୨, ଦାରୁଠେଙ୍ଗ କୃଷ୍ନନଗରରୁଜଣେ ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛିା

ସେହିଭଳିଭାବେ ଦାଢାପଂଚାୟତର କଂଟୁଣିଆଗ୍ରାମରୁ ଗତକାଲି ୩ଟି ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ଜଣଙ୍କର ପଜିଟିଭ ଜଣାପଡିଛି ।ଏହାସହ ଅନ୍ୟଆଡୁ ୫ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି ।୨୧,୨୨,୨୩ ତାରିଖରେ ମେଣ୍ଢାଶାଳସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ନମୁନା ସଂଗ୍ରହକରାଯାଇ ପରିକ୍ଷା ପାଇଁ ଏମ୍ସ ପଠାଯାଇଥିଲା । ସେମାନଙ୍କର ଗୁରୁବାରଦିନ ପଜିଟିଭରିପୋର୍ଟ ଆସିଥିବା ବେଳେ ସ୍ତାନୀୟ ଅଙ୍ଗନଓାଡିକର୍ମୀ ସହ ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ଆକ୍ରାନ୍ତମାନଙ୍କୁ ଡାକ୍ତରଖାନା ତରଫରୁ ସୁଚନା ଦିଆଯାଇଥିବାର ଜଣାପଡିଛି ।

Related Post

ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ…

ରବିବାର ଠାରୁ ଭକ୍ତ ମାନଙ୍କ ସକାଶେ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର ଦ୍ଵାର

Posted by - January 8, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ରାଜ୍ୟରେ କୋଭିଡ ସହ ଅମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଥିବା ରୁ…

ଜୁନାନିବାହାଲ ଗାଁରେ ପୋଲିସ ମାଓବାଦୀ ମୁହାଁ ମୁହିଁ ,ଜଣେ ମାଓବାଦୀ ନିହତ

Posted by - November 29, 2021 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଶନିବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁ ମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ…

ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ

Posted by - February 6, 2019 0
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ କେନ୍ଦ୍ର ସଡ଼କ ପରିବହନ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରି ୪ଥାକିଆ ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କରିଛନ୍ତି।ସେ କାମାକ୍ଷାନଗରରେ…

ହରିଶଙ୍କର ଠାରେ ଆରମ୍ଭ ହେଲା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା କଳସ ଶୋଭାଯାତ୍ରା ସହ ହୋମ ଯଜ୍ଞ

Posted by - May 14, 2022 0
ଖପ୍ରାଖୋଲ: ୧୪/୦୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ…