ଛନକା ବଢ଼ାଉଛି କରୋନା: ଦିନକରେ ଡବଲ୍ ସେଞ୍ଚୁରି.

436 0

ଅନୁଗୁଳ:ଅନୁଗୁଳରେ ହୁ ହୁ ହେଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ବେଲଗାମ୍ ହୋଇପଡୁଛି କରୋନା ସ୍ଥିତି । ଆଜି( ଶନିବାର) ଅନୁଗୁଳ ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ତାଳଚେର ବ୍ଲକ୍ ଅଞ୍ଚଳରୁ ୪୯ ଜଣ ( ୩୧ଜଣ ପୁରୁଷ ଓ ୧୮ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୪୨ ଜଣ ( ୩୫ଜଣ ପୁରୁଷ ଓ ୭ଜଣ ମହିଳା ) , ଅନୁଗୁଳ ପୌରାଞ୍ଚଳରୁ ୪୦ ଜଣ ( ୩୨ଜଣ ପୁରୁଷ ଓ ୮ ଜଣ ମହିଳା ) , ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨୨ ଜଣ ( ୧୬ ଜଣ ପୁରୁଷ ଓ ୬ଜଣ ମହିଳା ) , ଅନୁଗୁଳ ବ୍ଲକ୍ ଅଞ୍ଚଳରୁ ୧୯ ଜଣ ( ୯ଜଣ ପୁରୁଷ ଓ ୧୦ଜଣ ମହିଳା ) , କଣିହାଁ ବ୍ଳକ୍ ଅଞ୍ଚଳରୁ ୧୮ ଜଣ ( ୧୪ଜଣ ପୁରୁଷ ଓ ୪ ଜଣ ମହିଳା ) , ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୮ ଜଣ ( ୧୨ଜଣ ପୁରୁଷ ଓ ୬ ଜଣ ମହିଳା ) , କିଶୋରନଗର ବ୍ଲକ୍ ଅଞ୍ଚଳରୁ ୧୦ ଜଣ ( ୮ଜଣ ପୁରୁଷ ଓ ୨ ଜଣ ମହିଳା ) ।

ତାଳଚେର ପୌରାଞ୍ଚଳରୁ ୪ ଜଣ ( ୪ଜଣ ପୁରୁଷ ) ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୪ ଜଣ ( ୩ଜଣ ପୁରୁଷ ଓ ୧ ଜଣ ମହିଳା ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୁଳ ଜିଲ୍ଲାରୁ ୭୪ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦ ଜଣ କୋଭିଡ ହସପିଟାଲରୁ ଓ ୫୪ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

Related Post

ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଜିଲାପାଳ ଙ୍କ ମାଧ୍ୟମରେ ପ୍ରଦାନ

Posted by - August 29, 2021 0
ଯାଜପୁର:ସାରାଦେଶରେ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଜାତି ଭିତିକ ଜନଗଣନା କରିବାକୁ ଘୋଷଣା କରାଯାଇଛି। ଏହି ଜନଗଣନା ରେ ଓବିସି ମାନଙ୍କ ଜନଗଣନା କରିବାକୁ ଦାବି କରିଛି…

ସାବଧାନ.. ଲକଡାଉନ କୋହଳ ହେଲା ମାତ୍ର କୋରୋନା ଯାଇନି।..ନିଶ୍ଚୟ ପଢନ୍ତୁ

Posted by - May 31, 2020 29
ଭୁବନେଶ୍ବର : ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ…

ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ,ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

Posted by - March 7, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର…

ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ

Posted by - October 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବରି ବ୍ଳକ ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଂଚାୟତବାସୀ । ଏ…