Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ସୋଡିଗୁଡାରେ ଘାରିଛି ଅଜଣା ରୋଗ ଆତଙ୍କ

272 0

ମାଥିଲି: (ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସୋଡିଗୁଡା ଗାଁରେ ଦେଖାଦେଇଛି ଅଜଣା ରୋଗର ଭୟାଭୟତା । ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ନାରାଜ ହୋଇ ଗ୍ରାମବାସୀ ଗୁଣିଆ ର ଶରଣ ପଶୁଛନ୍ତି । ତେବେ କେବେ ହଟିବ ଏହି ଦୁର୍ବିଶହ ଜୀବନ ନେଉଥିବା ଅଜଣା ରୋଗ ର ଛାଉଣି ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦନ୍ଦ୍ବ ସୃଷ୍ଟି ହୋଇଛି । ମିଳିଥିବା ଖବର ପ୍ରକାରେ , ଗତ କିଛି ଦିନ ହେବ ଗାଁ ର ଲୋକଙ୍କୁ ଦେହ ଫୁଲିବା ସହିତ ଦୁର୍ବଳ ହୋଇପଡୁଛନ୍ତି । ପରେ ସପ୍ତାହକ ମଧ୍ୟରେ ଗୋଟିଏ ଗୋଟିଏ ଜୀବନ ଚାଲିଯାଉଛି । ବର୍ତ୍ତମାନ ସୁଦ୍ଧା ଗାଁ ର ବାମନ ମାଢି , ଆଡମା ସୋଡି , ମିଡିଆ ସୋଡି , କସା ମାଢି , ଲକ୍ଷ୍ମି କବାସୀ , ଇର୍ମା କବାସୀ , ମଙ୍ଗଳା ମାଡକାମୀଙ୍କ ମୃତ୍ୟୁ ଘଟିଥିବାବେଳେ ଗାଁର ୧୪ ବର୍ଷିୟ ସନମତି ମାଡି , ପଦ୍ମାମାଡି ମଧ୍ୟ ଅନୁରୂପ ଭାବେ ଏହି ଅଜଣା ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି ।

ଗାଁ ରେ ଦିନକୁ ଶବ ବାହାରୁଥିବାରୁ ଲୋକେ ମଧ୍ୟ ଏହି ରୋଗକୁ ନେଇ ବେଶ ଆତଙ୍କିତ ହୋଇପଡିଛନ୍ତି । ତେବେ ଅନ୍ୟ ଉପାୟ ନ ପାଇ ଗାଁର ମୁଖିଆଙ୍କ କଥା ମାନି ଦିଶାରି ପାଖକୁ ଯାଉଥିବା କହିଛନ୍ତି ଗ୍ରାମବାସୀ । ଏପଟେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଗାଁ ର କିଛି ଶିକ୍ଷିତ ସମ୍ପ୍ରଦାୟର ଯୁବକ ପରାମର୍ଶ ଦେଇଥିଲେ ମଧ୍ୟ କରୋନା ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ମଧ୍ୟ କର୍ମଚାରୀ ଗୁରୁତ୍ବ ଦେବେ ନାହିଁ ବୋଲି କହି ଶେଷରେ ଦିନକୁ ଦିନ ଜଣ ଜଣଙ୍କ ମୁଣ୍ତ ଯାଉଥିବା ଗାଁର ଯୁବକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେଉଁ ରୋଗରେ ଲୋକଙ୍କ ପ୍ରାଣ ଯାଉଛି ତାହା ସ୍ପଷ୍ଟ ଜଣାପଡୁନାହିଁ । ଗତ ମାସେ ତଳେ ଜଣେ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତାଙ୍କୁ କିଡନୀ ଜନିତ ରୋଗ ହୋଇଥିଲା । ତଥାପି ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଗାଁରେ ଯାଇ ରକ୍ତ ନମୁନା ସଂଗ୍ରହ କରାଯିବ ଏବଂ ପରବର୍ତ୍ତି ସମୟରେ ରୋଗର ଠାବ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ମାଥିଲି ସବଡିଭିଜନ ର ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଅମୀୟ କୁମାର ସ୍ବାଇଁ କହିଛନ୍ତି ।

Related Post

ରାଜ୍ୟ ସରକାର ଜାରି କଲେ ନୂତନ ଗାଇଡ୍‌ ଲାଇନ୍‌,ଭୁବନେଶ୍ବର ପୌରନିଗମ ଗଲା ରେଡ ଜୋନ କୁ

Posted by - May 3, 2020 0
ଭୁବନେଶ୍ବର :ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରି ରାଜ୍ୟ ସରକାର ଆଜି ଏକ ନୂତନ…

ବିଶ୍ଵ ବଜାରରେ ଯୋଡ଼ି ହେବ ମିଶନ ଶକ୍ତି:ଇ ମାର୍କେଟିଂ,ଅନ ଲାଇନ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - December 26, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନାରୀ ଶସକ୍ତି କରଣ ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରୁଥିବା ବେଳେ…

ଜିଲ୍ଲା ପ୍ରଶାସନ ର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟ କ୍ରମ

Posted by - September 22, 2021 0
ନବରଙ୍ଗପୁର: (ବେଣୁ ଗୋପାଳ ରାଓ)ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ…