ଗୋବର୍ଦ୍ଧନ ପୂର୍ ଅଙ୍ଗନବାଡ଼ି ରେ ମହାଦୁର୍ନୀତି,ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ଦେଲେ ଗ୍ରାମବାସୀ ।

275 0

ନୀଳଗିରି:(ସୌମ୍ୟା ସାଇ ବାରିକ୍) ନୀଳଗିରି, ଔପଦା ବ୍ଲକ୍ ବାଉଁଶ ବଣିଆ ପଞ୍ଚାୟତ, ଗୋବର୍ଦ୍ଧନ ପୁର୍ ଅଙ୍ଗନବାଡ଼ି କେନ୍ଦ୍ର ରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ନକଲି ରସିଦ ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରା ଯାଇଛି। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ, କୌଣସି ସୁଫଳ ନ ମିଳିବାରୁ, ଗ୍ରାମବାସୀ ମାନେ ନୀଳଗିରି ଉପଜିଲ୍ଲାପାଳ ଙ୍କୁ ଭେଟି ଏହି ମହାଦୁର୍ନୀତି ର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ, ୪ ବର୍ଷ ତଳେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଙ୍କୁ ଦୁର୍ନିତୀ ପାଇଁ ବହିଷ୍କାର କରା ଯାଇଥିଲା।

ଏଠାରେ କୌଣସି ନୂତନ କର୍ମୀ ନିଯୁକ୍ତ କରାଯାଇ ନଥିବା ବେଳେ , ସହାୟିକା ସୁମିତ୍ରା ବେହେରା କାର୍ଯ୍ୟ କରୁଛନ୍ତି। ତାଙ୍କ ସମୟରେ ଏହି ସବୁ ଦୁର୍ନିତୀ ହୋଇଛି ବୋଲି କୁହା ଯାଇଛି। ଯେପରିକି ଜୁଲାଇ ମାସରେ ୨୨୫ ଟି ଅଣ୍ଡା କିଣା ଯାଇଥିଲା ବେଳେ ୨୫୫ ଟି ଅଣ୍ଡା ବଣ୍ଟନ ହୋଇଥିବା ରେକର୍ଡ ରେ ଦର୍ଶା ଯାଇଛି । ଗାଆଁ ବାହାରେ ଥିବା ପିଲା ମାନଙ୍କ ନାମ କୁ ଖାତା ରେ ଦର୍ଶା ଯାଇ ଶାର୍ଟ୍, ପେଣ୍ଟ , ଶୁଖିଲା ଖାଦ୍ୟ , ଅଣ୍ଡା ର ଅର୍ଥ କୁ ଆତ୍ମସାତ କରା ଯାଇଛି। ରେସନ୍ ସାମଗ୍ରୀ ର ବିଲ୍ ବେହେରା ଗ୍ରୋଷରି ଗୋବର୍ଦ୍ଧନ ପୁର ଲେଖା ଯାଇଛି ମାତ୍ର ଏଭଳି କୌଣସି ଗ୍ରୋଷରୀ ଦୋକାନ ଗୋବର୍ଦ୍ଧନ ପୁର ରେ ନାହିଁ ।ସେହିଭଳି ପ୍ରିତମ ଫେସନ୍ ବ୍ରି ଟ୍ ମାର୍କେଟ ନୀଳଗିରି ଲେଖା ଥିବା ନକଲି ବିଲ୍ ରେ ଟଙ୍କା ଉଠା ଯାଇଛି।

ଉପରୋକ୍ତ ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ ରେ ପାଇଥିବା ଗ୍ରାମବାସୀ ମାନେ କହିଛନ୍ତି । ତେବେ ଉପରୋକ୍ତ ସମସ୍ତ ଘଟଣା କୁ ଗୁରୁତର ସହ ଉପଜିଲ୍ଲାପାଳ ବିଚାର କୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । କେବେ ଏହି ମହାଦୁର୍ନୀତି ଏ ଖୋଲାସା ହେବ କୁନି କୁନି ପିଲାଙ୍କ ଅର୍ଥ ହଡ଼ପ କାରୀ ମାନେ କାର୍ଯ୍ୟାନୁଷ୍ଠାନ ର ଶିକାର ହେବେ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବାଇଟ – ୧- ରତ୍ନମଣି ବେହେରା ( ଗ୍ରାମବାସୀ)
ବାଇଟ -୨- ବିଦ୍ୟାଧର ବେହେରା ( ଗ୍ରାମବାସୀ)

Related Post

ଲଗାଣ ବର୍ଷାରେ ଚାଷୀ ବେହାଲ, ପାଣିରେ ଭାସୁଛି ଧାନ

Posted by - November 14, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା ) ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।…

ବାଙ୍ଗାଲୋରରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

Posted by - July 29, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବାଙ୍ଗାଲୋରରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଉଛନ୍ତି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଜରି ଗ୍ରାମର…

ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ଦମ୍ପତି

Posted by - May 11, 2022 0
ପାଟଣାଗଡ଼:( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ନିକଟ ଦୋକାନ ଘରରେ ଅସ୍ଥାୟୀ ଭାବେ ରହୁଥିବା ବୃଦ୍ଧ ଦମ୍ପତି କୁମାର ଭୁଏ…

ନୀଳଗିରି ର ଏକ ମାତ୍ର ସରକାରୀ ସ୍ଵୀକୃତି ପ୍ରାପ୍ତ ବରିଷ୍ଠ ସାମ୍ବାଦିକ ରତ୍ନାକର ବେହେରା ଙ୍କ ପରଲୋକ

Posted by - October 10, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍) ବରିଷ୍ଠ ସମ୍ବାଦିିକ          ରତ୍ନାକର ବେହେରା ଙ୍କ ଆଜି ଅପରାହ୍ନ ରେ ଦେହାନ୍ତ ହୋଇ ଯାଇଛି। ବାଲେଶ୍ୱର…

ଯୁବ ସମାଜସେବୀ ଙ୍କୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ

Posted by - October 19, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲାବାଲିଆପାଳ ବ୍ଲକ ଦେଉଳା ଗ୍ରାମ ପଞ୍ଚାୟତ ବିରିପାଲିଆ ଗ୍ରାମ ର ଦୀପକ କୁମାର ପଣ୍ଡିତ (25)-ପିତା ,ରବିନ୍ଦ୍ର କୁମାର ପଣ୍ଡିତ, ସେ ନିଜର…