ମହିଳାଙ୍କ ସାହାସିକତା ସତ୍ୱେ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା.

345 0

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଗିରାଙ୍ଗ ଗ୍ରାମରେ ଏକ ବଡ଼ଧରଣର ଲୁଟ ହୋଇଛି । ବିଳମ୍ବିତ ରାତିରେ ଚୋର ଘରେ ପଶି ୧୦ ଲକ୍ଷ ଟଙ୍କା ସମେତ ୫୦ ଭାରି ସୁନା ଲୁଟ କରି ନେଇଛନ୍ତି । ସୂଚନା ଅନୁସାରେ ଗିରାଙ୍ଗ ଗ୍ରାମର ବିକ୍ରମ ସାହୁ ବ୍ୟକ୍ତି ନାଲକୋର ଠିକା କର୍ମଚାରୀ । ଗତାକାଲି ତାଙ୍କର ରାତି ଡ୍ୟୁଟି ଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ପଦ୍ମାବତୀ ଓ ତାଙ୍କ ଭଉଣୀ ଶୋଇଥିଲେ । ରାତିରେ ଚୋର ଘର ପଛ ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ ।

 

ଦୁଇ ଭଉଣୀ ଶୋଇଥିବା ରୁମକୁ ବାହାରୁ ବନ୍ଦ କରି ଚୋର ଅନ୍ୟ ରୁମରୁ ସମସ୍ତ ଆଲମିରା ଭାଙ୍ଗି ସେଥିରେ ଥିବା ୧୦ ଲକ୍ଷ ଟଙ୍କା ସମେତ ୫୦ ଭରି ସୁନା ବାହାର କରିଥିଲେ । ତେବେ ଚୋର ମାନେ ଚୋରି କରିବା ବେଳେ ଖଡ଼ଖଡ଼ ଶବ୍ଦ ଶୁଣି ପଦ୍ମାବତୀଙ୍କ ନିଦ ଭାଙ୍ଗି ଯାଇଥିଲା । ସେ କବାଟ ଖୋଲିବାକୁ ଚେଷ୍ଟା କରିବା ବେଳେ ବାହାରୁ ବନ୍ଦ ଥିବା ଜାଣି କବାଟ ଭାଙ୍ଗି ବାହାରିବା ବେଳକୁ ୪ ଜଣ ଚୋର ଥିବା ଦେଖି ଏକ ପନଖି ଧରି ସେମାନଙ୍କୁ ଗୋଡ଼ାଇ ଥିଲେ

ସେହି ସମୟରେ ଚୋର ମାନେ ପଦ୍ମାବତୀ ଏବଂ ତାଙ୍କ ଭଉଣୀଙ୍କ ଉପରକୁ ସ୍ପ୍ରେ ମାରି ଫେରାର ହୋଇ ଯାଇଥିଲେ । ପରେ ପଦ୍ମାବତୀ ପାଖ ପଡ଼ୋଶୀଙ୍କ ଡାକିବା ସହ ପୋଲିସକୁ ସୂଚନା ଦେଇଥିଲେ । ନାଲକୋ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Related Post

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ସୁନା ସଫା କରିବା ବାହାନା ରେ ଚୋରି ଉଦ୍ୟମ, ତିନି ମହିଳାଙ୍କୁ ଧରିଲେ ଗ୍ରାମବାସୀ

Posted by - June 18, 2021 0
ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅମ୍ବାପୁଆ ଗ୍ରାମରେ ଗୁରୁବାର ଅପରାହ୍ନ ରେ ତିନିଜଣ ଅଣ ଓଡ଼ିଆ ମହିଳା ଆସି ସୁନା ସଫା କରିବା ଓ…

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ  ପାଟୁଳିଡ଼ିହି ଗ୍ରାମରେ ବିଭର୍ସ ହତ୍ୟାକାଣ୍ଡ

Posted by - September 9, 2019 89
୦୭/୦୯/୨୦୧୯.ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ  ପାଟୁଳିଡ଼ିହି ଗ୍ରାମରେ ଅଘଟଣ ।ଗତକାଲି ବିଳମ୍ବିତ ରାତିରେ କୋୖଣସି ଦୁର୍ବୁର୍ତ୍ତ ପାଟୁଳିଡ଼ିହି (ବନ୍ଧସାହି)ଗ୍ରାମର ଜିରାମଣି ସୋଏ ନାମକ ଜୈନକ ବୃଦ୍ଧାଙ୍କୁ…

ଆଠମଲ୍ଲିକ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ , ଯୁବତୀଙ୍କୁ ଗଳା କାଟି ହତ୍ୟା ସନ୍ଦେହ !

Posted by - September 1, 2020 0
ଅନୁଗୁଳ:ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଓରଡା ନାଳରେ ଆଜି ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ଏହା…