ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ:ପଜିଟିଭ ସଂଖ୍ୟା ପହଁଚିଲା ୧୨୧୧ ରେ

225 0

ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ବାହାରି ପଜିଟିଭ ସଂଖ୍ୟା ୧୨୧୧ ରେ ପହଞ୍ଚିଛି।ସେମାନଙ୍କ ମଧ୍ୟରେ ତାଳଚେର ପୋୖରାଞ୍ଚଳରୁ ଚିହ୍ନଟ ହୋଇଥିବା ୧୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି।କଣିହାଁ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ ପୁରୁଷ, ୨ ଜଣ ବାଳକ, ୪ ଜଣ ମହିଳା ଓ ୨ ଜଣ ବାଳିକା ଅଛନ୍ତି।ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି।।ପାଲହଡା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ବନରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୯ ଜଣଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି।

ଅନୁଗୁଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ୫ ଜଣ ଆକ୍ରାନ୍ତ ପୁରୁଷ ଅଟନ୍ତି।ଅନୁଗୁଳ ପୋୖରାଞ୍ଚଳରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ୨ ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ କିଶୋରନଗର ବ୍ଲକ ଅଞ୍ଚଳରୁ ଚିହ୍ନଟ ଜଣେ ଆକ୍ରାନ୍ତ ପୁରୁଷ ଅଟନ୍ତି।ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି।ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରହିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।ଇତି ମଧ୍ୟରେ ସୁସ୍ଥ ହୋଇଥିବା ୯ ଜଣଙ୍କୁ ନିଜଘରେ ଆଇସୋଲେସନ ରେ ରହିବାକୁ ପରାମର୍ଶ ଦିଆଯାଇଛି।ପୂର୍ବରୁ ସୁସ୍ଥ ହୋଇଥିବା ୫୦୭ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୫୧୬ ରେ ପହଂଚିଲା।

Related Post

ଆସନ୍ତା ୧୨ ତାରିଖ ରୁ ଅନୁଷ୍ଠିତ ହେବ ବିରଜା ବିଶ୍ଵରୂପା ନବକୁଣ୍ଡୀୟ ମହାଯଜ୍ଞ ଓ ବିଶାଳ ସନ୍ଥ ସମ୍ମିଳନୀ

Posted by - April 2, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଚଇନିପୁର ପଞ୍ଚାୟତ ବିଦ୍ୟାଧରପୂରସ୍ଥିତ ମା ସୁବର୍ଣମୁଖୀ ପୀଠ ରେ ଆସନ୍ତା ୧୨ ତାରିଖ ରୁ ବିରଜା ବିଶ୍ଵରୂପା ନବକୁଣ୍ଡୀୟ ମହାଯଜ୍ଞ…

କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ, କଣ ଖୋଲା ରହିବ, କଣ ବନ୍ଦ ରହିବ?

Posted by - March 21, 2020 403
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ…

ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦ ରେ ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ

Posted by - November 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି,କେନ୍ଦ୍ର ସରକାର ଙ୍କ ସରକାରୀ ଉଦ୍ୟୋଗ କୁ ଘରୋଇ କରଣ ଉଦ୍ୟମ,ଶ୍ରମିକ,କୃଷକ ଓ କର୍ମଚାରୀ ବିରୋଧୀ ନିତୀ ବିରୋଧରେ ରାଷ୍ଟ୍ରୀୟ…

ଶୁଣ୍ଢିପଦର ପଂଚାୟତ ରେ ନିର୍ବାଚନୀ ହିଂସା,ଠେଲା,ପଥର ମାଡ ସାଙ୍ଗକୁ ଗୁଳିଚଳନା

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଶୁଣ୍ଢିପଦର ପଂଚାୟତ ରେ ନିର୍ବାଚନୀ ହିଂସା ଉଗ୍ରତର ହୋଇଛି।ସରପଞ୍ଚ ପ୍ରଦୀଦ୍ବନ୍ଦି ଦୁଇ ଗୋଷ୍ଠୀ ପୁଣି ଥରେ ମୁହାଁମୁହିଁ ହୋଇ…

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 125
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…