ପ୍ରେମିକ ସାଜିଲା କଂସେଇ : ହତ୍ୟାକାରୀ ପ୍ରେମିକକୁ ଗିରଫ କଲା ପୋଲିସ .

265 0

ଅନୁଗୁଳ:ଅନୁଗୁଳ ଜିଲ୍ଲା କିଆକଟା ଥାନା ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖିବା ପରେ କିଆକଟା ଥାନାକୁ ଖବର ଦେଇଥିଲେ । ସୂଚନା ପାଇ କିଆକଟା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ କରିଥିଲେ । ଯୁବତୀଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ବେଳେ ବଢି ପାଣିରେ କେହି ଭସାଇ ଦେଇଥିବା ସନ୍ଦେହ କରା ଯାଇଥିଲା । ମୃତ  ଯୁବତୀଙ୍କ ଘର କିଶୋରନଗର ବ୍ଳକ ଭୀମପୁର ଗାଁରେ ହୋଇଥିବା ବେଳେ ଅଚ୍ୟୁତାନନ୍ଦ ନାଏକଙ୍କ ଝିଅ ସୁଜାତା ନାଏକ ବୋଲି ଜାଣିବା ପରେ ପୋଲିସ ତଦନ୍ତକୁ ତୀବ୍ର କରିଥିଲା । ପୋଲିସ ତଦନ୍ତ ବେଳେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା ।

ହଣ୍ଡପା ଥାନା ଅନ୍ତର୍ଗତ ବାପୁନ ସାହୁ ଓରଫ ବାପି ନାମକ ଜଣେ ବିବାହିତ ଯୁବକ ଙ୍କ ସହ ସୁଜାତାଙ୍କ ପ୍ରେମ ସମ୍ପର୍କ ଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ .୩୦ ମିନିଟ ସମୟରେ ବାପୁନ ଏକ ଡିସ୍କଭର ବାଇକ ଯୋଗେ ଉକ୍ତ ନାଳ ନିକଟକୁ ଯୁବତୀଙ୍କୁ ନେଇ ଯାଇଥିଲେ ।  କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ସେଠାରେ ବଚସା ହୋଇଥିଲା । ବଚସା ବେଳେ ବାପି ଏକ ଧାରୁଆ ବ୍ଲେଡରେ ସୁଜାତାର ବେକ କାଟି ଦେଇଥିଲା । ଏବଂ ପରେ ନାଳ ଭିତରକୁ ମୃତଦେହ ଫୋପାଡି ଦେଇ ଫେରା ହୋଇ ଯାଇଥିଲା । ପୋଲିସ ଅଭିଯୁକ୍ତ ବାପୁନ ସାହୁଙ୍କୁ ଗିରଫ କରି କୋର୍ଟ ଚାଲଣ କରିଅଛି ।

Related Post

ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ,ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

Posted by - April 3, 2020 0
ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ପୁଣି ଭୁବନେଶ୍ୱର ବମିଖାଲ୍‌ରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା…

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା,ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ

Posted by - March 29, 2020 0
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ…

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଧୁଳି ଧୁଆଁ ରେ ଅତିଷ୍ଟ ଗ୍ରାମବାସୀ କଲେ ରାସ୍ତାରୋକ

Posted by - April 19, 2020 192
କେନ୍ଦୁଝର:(ସୀତାରାମ ଦିକ୍ଷୀତ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼କାଳିମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିମାଟି ଛକ ରେ ଆଜି ଗ୍ରାମବାସୀ ମାନେ ଧୂଳି ଧୁଆଁ ରେ ଘର…

ଓଡିଶା ବାହାରେ ଅଛନ୍ତି କି ଏବଂ ଓଡିଶା କୁ ଆସିବାକୁ ଚାହୁଁଛନ୍ତି କି?ପଢନ୍ତୁ ଏ ଖବର

Posted by - April 22, 2020 317
ଭୁବନେଶ୍ୱର:ଓଡିଶା ବାହାରେ ରହୁଥିବା ଓଡିଶା ବାସିନ୍ଦା ଯେଉଁମାନେ ଓଡିଶା କୁ ଆସିବାକୁ ଚାହୁଁଛନ୍ତି,ସେମାନେ ଓଡିଶା ସରକାର ଙ୍କ ଏକ ୱେବସାଇଟ ରେ ପଞ୍ଜିକୃତ କରିବେ।ଏହି ପଞ୍ଜିକୃତ କାର୍ଯ୍ୟ…

ଗ୍ରାମବାସୀ ସରକାରୀ ଜମିର ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Posted by - July 8, 2021 0
ସୋନପୁର :(ଅଜିତ କୁମାର ପୁଝାରୀ )ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଳକ ଖାରୀ ପଞ୍ଚାୟତ ଘଣ୍ଟାପାଲି ଗ୍ରାମବାସୀ ସରକାରୀ ଜମିର ସ୍ଥାୟୀ ପଟ୍ଟା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି…