କୋଣାର୍କ ଝୋଟକଳ ଖୋଲିବା ଦାବିରେ ବିକ୍ଷୋଭ

1164 0

ଯାଜପୁର :୨୦୧୨ ମସିହାରୁ ବନ୍ଦ୍ ହୋଇ ପଡି ରହିଥିବା କୋଣାର୍କ ଝୋଟକଳକୁ ପୁଣି ଚାଲୁ କରିବା ପାଇଁ ଏକଜୁଟ୍ ହୋଇଛନ୍ତି ପୁରୁଣା ଶ୍ରମିକ ଓ ସେମାନଙ୍କ ପରିବାରର ସଦସ୍ୟ । ଦିନେ ହଜାର ହଜାର ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଏହି କାରଖାନା ବନ୍ଦ ହେବା ଯୋଗୁଁ ଚାକିରି ହରାଇଥିବା ଶ୍ରମିକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ୧୯୭୪ ମସିହାରେ ନନ୍ଦିନୀ ଶତପଥିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ଏହି ପ୍ରଥମ କୃଷିଭିତ୍ତିକ ଶିଳ୍ପ କୋଣାର୍କ ଝୋଟକଳ । ଆଇଡିସି ଓ ନାଫେଡ ସହାୟତାରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି କାରଖାନାରେ ୩ହଜାର କର୍ମଚାରୀ କାମକରି ପରିବାର ପୋଷଣ କରୁଥିଲେ । ହେଲେ ବିଭିନ୍ନ ସମୟରେ ଶ୍ରମିକ ସଙ୍ଗଠନ ଓ ରାଜନୈତିକ ଦଳଙ୍କ ଲଢେଇ ଭିତରେ ଏହି ସ୍ୱନାମଧନ୍ୟ କାରଖାନା ଏବେ ମୃତବତ୍ ପଡିରହିଛି । ୨୦୧୨ ମସିହାରୁ ଏହି କାରଖାନ ବନ୍ଦ ହେବା ସହ ଘରୋଇ କମ୍ପାନୀ ଓଡିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଛି ।ଏହି କାରଖାନା ବନ୍ଦ ହେବା ଯୋଗୁଁ ଚାକିରି ହରାଇଥିବା ଶ୍ରମିକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି କାରଖାନାକୁ ପୁଣି ଚାଲୁ କରିବାକୁ ଦାବି କରିଛନ୍ତି ।

Related Post

ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

Posted by - September 10, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ…

ଅତାବିରା ବ୍ଲକ ର ଆଗାମି ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶିତ

Posted by - January 26, 2022 0
ବରଗଡ/ଅତାବିରା:ସାରା ଦେଶରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ମାନଙ୍କରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି ।ପାଞ୍ଚବର୍ଷ ପାଇଁ ଜନତା ବାଛିବେ ତାଙ୍କ ମନ ପସନ୍ଦ ପ୍ରତିନିଧି…

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ

Posted by - April 7, 2020 1,031
କେନ୍ଦୁଝର: (ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ …

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 1,266
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

Leave a comment

Your email address will not be published.