ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବନ୍ୟାର ତାଣ୍ଡବଲୀଳା ଜାରି

754 0

ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବନ୍ୟାର ତାଣ୍ଡବଲୀଳା ଜାରି ରହିଛି, ବନ୍ୟା ସ୍ରୋତରେ ଏକ ମହିଳା, ଏକ ଯୁବକ ଭାସି ଯାଇଥିବା ଖବର ମିଳିଛି, ଏହି ବ୍ଲକ ଅଧିନ ଅରଙ୍ଗାବାଦ ଗ୍ରାମରେ ଜଣେ ମହିଳା ନିଜ ପୁଅକୁ ଉଦ୍ଧାର କରିବାକୁ ଯାଇ ନିଜେ ଭାସି ଯାଇଥିଲେ, ସ୍ଥାନୀୟ ଲୋକଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଡାକ୍ତର ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ, ସେହିଭଳି ପଣସା ପଡ଼ାଗ୍ରାମରେ ଜଣେ ଯୁବକ ଚୁଡ଼ା କଳ ଛକରେ ବନ୍ୟା ସ୍ରୋତରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି, ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ବିଫଳ ହେଉଥିବା ଅଭିଯୋଗ ହୋଇଛି, ବିପନ୍ନଙ୍କୁ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ଉଦ୍ଧାର କରୁଥିଲା ବେଳେ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି,

ଯୁବ ସମାଜ ସେବୀ ଉଜଳ ଦାସ ଆଜି ବିସ୍କୁଟ ବାଣ୍ଟୁଥିବା ଦେଖିବାକୁ ମିଳିଛି, ଯାଜପୁର ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ୩ ଦିନ ହେଲା ବରୀରେ ଡ଼େରା ପକାଇ ରହିଥିଲେ ବି ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସଫଳ ରୂପାୟନ କରିପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି, ୪ ବୋଟକୁ ନେଇ ପ୍ରଶାସନ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ଅଦ୍ୟାବଧି ବିପର୍ଣ୍ଣଙ୍କ ପାଖରେ ପହଞ୍ôଚ ପାରି ନାହାନ୍ତି, ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି, ବନ୍ଧ ଢ଼ିଅ ଗ୍ରାମରେ ବନ୍ୟା ସ୍ରେତାରେ ଦୁଇ ମହଲା କୋଠାଘର ଭୁଶୁଡ଼ି ପଡ଼ିଛି, ଆଜି ସୁଦ୍ଧା ୩ ଲକ୍ଷ ଲୋକ ବିପନ୍ନ ହୋଇଥିବା ଜଣାପଡ଼ିଛିି

୨୦୦ ରୁ ଉର୍ଦ୍ଧ୍ୱ ମାଟିଛଣ ଛପର ଘର ସ୍ରୋତରେ ଭାସିଯାଇ ଥିବା ଖବର ମିଳିଛି, ପ୍ରଶାସନ ପକ୍ଷରୁ ପଲିଥିନ ମିଳୁନଥିବାରୁ ବିପନ୍ନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି, ଅପରପକ୍ଷେ ପ୍ରଶାସନ ପକ୍ଷରୁ ସ୍ୱାଦିଷ୍ଟ ବ୍ୟଞ୍ଜନ ସରକାରୀ କୋଠାରେ କରାଯାଇ କର୍ମଚାରୀ ମାନଙ୍କୁ ଆପାୟିତ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

Related Post

ଅତାବିରାର ଯୁବ ଖେଲାଲୀ ପ୍ରମୋଦ ଭଗତଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷିତ

Posted by - January 25, 2022 0
ବରଗଡ/ଅତାବିରା:ବିଶ୍ୱ ଦରବାରରେ ବେଡମିଣ୍ଟନ ଖେଲରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଟୋକିଓ ପାରା ଆଲମ୍ପିକ ରେ ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିବା…

ଆରମ୍ଭ ହେଲା ଖଣ୍ଡଗିରି କୁମ୍ଭମେଳା

Posted by - February 12, 2019 727
ପବିତ୍ର ମାଘ ସପ୍ତମୀ ଅବସରରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି ମହାକୁମ୍ଭ ‌ମେଳା। ଶହ ଶହ ସଂଖ୍ୟାରେ ଏକାଠି ହେ‌େବ ସାଧୁସନ୍ଥ। ଓଡ଼ିଶା ସମେତ ଉତ୍ତର ଭାରତର…

କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ

Posted by - February 7, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କୋହଳ ହେଲା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା:ଏଣିକି ତିନି ଶହ ରେ ସଭା, କୋଡ଼ିଏ ଜଣରେ କ୍ୟାମ୍ପେନିଂ।…

ବିଜେପି ଓଡ଼ିଶାର ୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା

Posted by - March 21, 2019 266
ବିଜେପି ପକ୍ଷରୁ ଲୋକସଭା ପରେ ଆଜି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୪୭ଟି ଆସନରୁ ୧୦୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ…

ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧ ଦମ୍ପତି

Posted by - May 11, 2022 0
ପାଟଣାଗଡ଼:( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପଞ୍ଚାୟତ ନିକଟ ଦୋକାନ ଘରରେ ଅସ୍ଥାୟୀ ଭାବେ ରହୁଥିବା ବୃଦ୍ଧ ଦମ୍ପତି କୁମାର ଭୁଏ…