ଅଗ୍ନିଶମ ବିଭାଗ ଦ୍ୱାରା ଭାସିଯାଉଥିବା ଯୁବକ ଉଦ୍ଧାର

319 0

ଯାଜପୁର ଅଫିସ :ଅଗ୍ନିଶମ ବିଭାଗର ନିଷ୍ଠାପର ଉଦ୍ୟମ ଯୋଗୁଁ ଜଣେ ଯୁବକଙ୍କର ଜୀବନ ରକ୍ଷା ହୋଇପାରିଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଚ୍ଥନ୍ତି । ଶୁକ୍ରବାର ରସୁଲପୁର ବ୍ଳକ ଖଣ୍ଡାସ ପଂଚାୟତର କେଶପୁର ଗ୍ରାମର +୨ ରେ ପଢୁଥିବା ଚନ୍ଦନ ବେହେରା ନାମକ ଜଣେ ଚ୍ଥାତ୍ର ନଦୀରେ ଭାସି ଯାଊଥିଲେ । ଖଣ୍ଡାସ ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଅନ୍ୟ ଗ୍ରାମବାସୀଙ୍କ ସହିତ ଚନ୍ଦନଙ୍କ ପରିବାର ମଧ୍ୟ ନିରାପଦ ଆଶ୍ରୟ ସ୍ଥଳକୁ ଆସୁଥିଲେ । ତେବେ ବାବନ ବେହେରାଙ୍କ ପୁତ୍ର ଚନ୍ଦନଙ୍କର ପାଣିରେ ଗୋଡ ଖସି ଯିବାରୁ ସେ ସ୍ରୋତରେ ଭାସି ଯାଇଥିଲେ । ସୈାଭାଗ୍ୟକୁ ସେ ଗୋଟିଏ ଗଚ୍ଥରେ ଅଟକି ରହି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ଓ ରାତି ହୋଇଯାଇଥିବାରୁ ଉଦ୍ଧାର କରିବା କଷ୍ଟସାଧ୍ୟ ଥିଲା ।

ଜିଲ୍ଲା ଶାସନ ଏହି ସୂଚନା ପାଇବା ପରେ ଜିଲ୍ଲାପାଳ ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଓ ବି.ଡି.ଓ. ଊମାକାନ୍ତ ପରିଡା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ପରେ ଅଗ୍ନିଶମ ବିଭାଗର ହାବିଲଦାର ବାବାଜୀ ଚରଣ ଦାସଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଉଦ୍ୟମ କ୍ରମେ ଚନ୍ଦନଙ୍କୁ ନିରାପଦ ଭାବେ ସ୍ଥଳଭାଗକୁ ଅଣାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ପରିବାର ପାଖେ ତାଙ୍କୁ ପହଂଚାଯାଇଥିଲା । ଜିଲ୍ଳ୍‌ାପାଳ ଅଗ୍ନିଶମ ବିଭାଗର ଏହି ମହନୀୟ ଊଦ୍ୟମ ପାଇଁ ଗୋଟିଏ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଲା ବୋଲି କହିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ କୃତଜ୍ଞତା ଜଣାଇଚ୍ଥନ୍ତି । ଅପର ପକ୍ଷରେ ମୃତ୍ୟୁ ମୁଖରୁ ପେଂରି ଆସିଥିବାରୁ ଚନ୍ଦନ ତାଙ୍କୁ ଉଦ୍ଧାର କରିଥିବା ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଚ୍ଥନ୍ତି ।

Related Post

ଓଡିଶା ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କଲେ କଳାହାଣ୍ଡି ଜନଜାଗରଣ ମଞ୍ଚ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ୍ୟା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ କଳାହାଣ୍ଡି ଜନଜାଗରଣ…

ଭବାନୀପାଟଣା ଠାରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ

Posted by - April 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ଥାନୀୟ ଡି ଆର୍ ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦଥ ଅଧ୍ୟକ୍ଷ ଶ୍ରୀ…

ବଢି ଚାଲିଛି ଯାଜପୁର ରେ ଆକ୍ରାନ୍ତ ଙ୍କ ସଂଖ୍ୟା,ରାଜ୍ୟ ରେ ୧୮୦

Posted by - May 6, 2020 0
ଭୁବନେଶ୍ୱର ୦୬।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି…

ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

Posted by - March 5, 2019 28
ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି।…