ମାଟି ଘର କାନ୍ଥ ପଡି ଜଣେ ଗୁରୁତର

244 0

ନୀଳଗିରି:ମାଟି ଘର କାନ୍ଥ ପଡି ଜଣେ ଗୁରୁତର । ସୂଚନା ରୁ ଜଣା ପଡିଛି, ନୀଳଗିରି ବାଉଁଶ ବଣିଆ ପଞ୍ଚାୟତ ର ହାଟସାହି ଗାଆଁ ରେ ଏଭଲି ଦୁଃଖଦ ଘଟଣା ଘଟିଛି।ସେହି ଗାଆଁ ର ବେଣୁଧର ମହାରଣା (୫୫), ଘରେ ବିଶ୍ରାମ ନେଉଥିବା ସମୟରେ, ଦିନ ପ୍ରାୟ ୪ ଟା ସମୟ ରେ ମାଟି କାନ୍ଥ ଟି ହଠାତ୍ ଧସି ତାଙ୍କ ଉପରେ ପଡି ଯାଇଥିଲା। କାନ୍ଥ ଗଡ଼ିବା ଶବ୍ଦ ଶୁଣି ପଡୋଶୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

ଭାଙ୍ଗି ଯାଇଥିବା କାନ୍ଥ ତଳୁ ଶ୍ରୀ ମହାରଣା ଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ । ପରେ ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନୀଳଗିରି ଡାକ୍ତର ଖାନା ଅଣା ଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।ଅନ୍ୟ ପକ୍ଷରେ ଲଗାଣ ବର୍ଷା ଓ ନିକଟ ରେ ଥିବା ଚମ୍ପା ସାଗର ପୋଖରି ର ପାଣି ଉଛୁଳି ଆସି ଘରର କାନ୍ଥ ମୂଳ ବତୁରି ଯାଇ ଥିବାରୁ ଏଭଲି ଦୁଃଖଦ ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

Related Post

ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଅନ୍ନଭୋଗ ର ବ୍ୟବସ୍ତା

Posted by - November 21, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଳକ ବଣିକ ସଙ୍ଘ ତରଫରୁ ଅନ୍ନ ଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବରଷ ରେ ବାର ମାସ ରୁ…

ବୌଦ୍ଧ ଏନଏସି ର ପ୍ରତି ୱାର୍ଡ ରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ

Posted by - May 24, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଏନଏସି ର ପ୍ରତି ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆଜି କାର୍ଯ୍ୟାଦେଶ ଜାରିହୋଇଛି । ବୌଦ୍ଧ…

ଗ୍ରାମ ବିକାଶ ଶିକ୍ଷା ନିକେତନରେ ପାଳିତ ହୋଇଯାଇଛି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Posted by - April 7, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କୁମୁଡାବାହାଲ ସ୍ଥିତ ଗ୍ରାମ ବିକାଶ ଶିକ୍ଷା ନିକେତନରେ ଅନୁଷ୍ଠିତ ହୋଇଯାଇଛି ବ୍ଲକ ସ୍ତରୀୟ…

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

Posted by - July 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟିର ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ…