ବନ୍ୟା ଆଶଙ୍କା : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ

755 0

ଯାଜପୁର ଅଫିସ :ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପଦକ୍ଷେପ ନେଇଥିବା ବେଳେ ଜିଲ୍ଳ୍‌ାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ବୈତରଣୀର ବଲ୍ଲଭୀ ଘାଟ ଓ ବଳୀଘାଇ ଅଞ୍ଚଳକୁ ପରିଦର୍ଶନ କରିଥିଲେ । ସେହିପରି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଳ୍‌ାପାଳ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଳ୍‌ିକ ଓ ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ ବିଭିନ୍ନ ବ୍ଳ୍‌କ ଅଞ୍ଚଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଥିଲେ । ପରେ ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବି.ଡି.ଓ. ଓ ତହସିଲଦାର ମାନଙ୍କ ସହ ଆଲୋଚନା କରି ବିବିଧ ପଦକ୍ଷେପ ସଂପର୍କରେ ନିର୍ଦ୍ଦେଶ ଦେଇଥିଲେ ।

ଅପରାହ୍ନରେ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଦଶରଥପୁର ବି.ଡି.ଓ. ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୈାଭାଗ୍ୟ ବେହେରା, ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ ପ୍ରମୁଖ ଦଶରଥପୁର ବ୍ଳ୍‌କର ଅହିୟାସ ନିକଟସ୍ଥ ପହ୍ଳାସାହି ଓ ମଲ୍ଳିକାପୁର ନିକଟସ୍ଥ କମଳପୁର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଖାଲୁଆ ଅଞ୍ଚଳରେ ରହିଥିବା ଲୋକ ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବାକୁ ଜିଲ୍ଳ୍‌ାପାଳ ବ୍ଳ୍‌କ ଓ ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଳକ ଓ ତହସିଲ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକ ମାନଙ୍କୁ ସତର୍କ କରାଯାଇଚ୍ଥି ।

Related Post

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆତ୍ମାବାଡ଼ି ଆଦିବାସୀ ଝିଅ ପୁରସ୍କୃତ

Posted by - June 27, 2023 0
ଗୁଣପୁର ବ୍ଲକ ଘନାନ୍ତି ପଞ୍ଚାୟତ ଆମ୍ବାବାଡି ତଥା ଗୁଣପୁରର ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟର ୩ୟ ବର୍ଷର ଆଦିବାସୀ ଛାତ୍ରୀ ବିରାଜିନୀ ଶବର କୋଲଜାତାରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ

Posted by - September 19, 2020 0
ବିଂଝାରପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଏହି ଅବସରରେ ଯାଜପୁର ବିଜେପି ପକ୍ଷରୁ ବିଂଝାରପୁର ବ୍ଲକ…

ହୋମ୍ ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତ ଖାଇ ପାରିବେ ଫାଭିପିରାଭିର୍ ବଟିକା

Posted by - October 4, 2020 0
ଭୁବନେଶ୍ବର :କୋଭିଡ-୧୯ର ମୁକାବିଲା ପାଇଁ ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି । ଦେଶରେ କୋବିଡ…

କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରି ବିଜେଡି ଛାତ୍ର ସଂଗଠନ ଶତାଧିକ କର୍ମୀ ଗିରଫ

Posted by - March 3, 2019 90
ଓ୍ଵାଲଟିୟର ଡିଭିଜନ୍‌ ବିଭାଜନ ପ୍ରସଙ୍ଗରେ ବିଜୁ ଯୁବ ଛାତ୍ର ଜନତା ଦଳ ରବିବାର କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ଗସ୍ତକୁ ବିରୋଧ କରିଛି।ରାଜଧାନୀର ଜୟଦେବ ବିହାର ଛକ ଠାରେ…

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - June 11, 2019 237
ନୂଆଦିଲ୍ଲୀ ୧୧|୬: ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ସକାଳ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ…