ସୁନ୍ଦରଗଡ଼ :ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ଯୋଗେଶ ସିଂ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବା ପରେ ୮ ତାରିଖରେ ତାଙ୍କୁ ଏକ ରୋଡ୍ ସୋ’ରେ ସୁନ୍ଦରଗଡ଼ ସହରରେ ସ୍ବାଗତ କରାଯାଇଥିଲା। କିନ୍ତୁ ଏଥିରେ ବିଜେଡି ନେତ୍ରୀ ତଥା ନବନିଯୁକ୍ତ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେ ଓ ତାଙ୍କ ସମର୍ଥକ ସାମିଲ ହୋଇ ନ ଥିଲେ। ସମାନ୍ତରାଳ ଭାବେ ସୁନ୍ଦରଗଡ଼ରେ ଜିଲ୍ଲା ବିଜେଡି ସଭାପତି ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ୍ଙ୍କ ଉପସ୍ଥିତିରେ କୁସୁମ ଟେଟେ ଏକ ବିରାଟ ଶୋଭାଯାତ୍ରା କରିଥିଲେ। କିନ୍ତୁ ଏହି ରାଲିରେ ଯୋଗେଶଙ୍କ ଦେଖା ମିଳିନଥିଲା।
ଜିଲ୍ଲାର ପୁରୁଖା ନେତା ଓ କର୍ମୀ କୁସୁମ୍ ଟେଟେଙ୍କୁ ସମର୍ଥନ କରୁଥିବାବେଳେ କିଛି ଯୁବଗୋଷ୍ଠୀ ଯୋଗେଶଙ୍କୁ ସମର୍ଥନ କରୁଛନ୍ତି। ଯୋଗେଶ ଓ କୁସୁମ୍ ଟେଟେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଥିବାବେଳେ ସୁନ୍ଦରଗଡ଼ ବିଜେଡିରେ କୌଣସି ଫାଟ ନାହିଁ ବୋଲି କହିଛନ୍ତି ଜିଲ୍ଲା ସଭାପତି ମଙ୍ଗଳା କିଷାନ୍ ।ଜିଲ୍ଲା ବିଜେଡି ସଭାପତି ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ ଓ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କୁସୁମଙ୍କୁ ପ୍ରାୟ ୫ ହଜାର ଲୋକଙ୍କର ଏକ ଶୋଭାଯାତ୍ରାରେ ସ୍ବାଗତ କରାଯାଇଥିଲା। ଏଥିରୁ ସ୍ପଷ୍ଟହେଇଛି ଯେ ସୁନ୍ଦରଗଡ ରେ ବିଜେଡ଼ିରେ ଗୋଷ୍ଠୀକନ୍ଦଳ ବଢିବାରେ ଲାଗିଛି