ବରୀ :ଜାନୁଆରି ୩୦ ତାରିଖରେ ଯାଜପୁର ଜିଲ୍ଲାର ବରୀଠାରେ ବିଜେପି ପକ୍ଷରୁ ‘ଜବାବ ମାଗୁଛି ବରୀ’ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସଭାମଞ୍ଚରେ ବିଶ୍ବରଂଜନ ମଲ୍ଲିକଙ୍କୁ ବରୀ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ଘୋଷଣା ପରେ ପରେ ଗତ ୪ ତାରିଖରେ ରାଜ୍ୟ ଓବିସି ସେଲର ଉପସଭାପତି ତଥା ପ୍ରାକ୍ତନ ଯାଜପୁର ଜିଲ୍ଲା ବିଜେପି ସଭାପତି ଆଶୁତୋଷ ପରିଡ଼ା ନିଜ ସମର୍ଥକଙ୍କୁ ଏକାଠି କରିବାକୁ ଯାଇ ବନ୍ଧୁମିଳନ ଆୟୋଜନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ପରିଡ଼ା ଖୋଲାଖୋଲି ବିଦ୍ରୋହ ଘୋଷଣା କରିଥିଲେ। ବରୀରୁ ଦୁର୍ନୀତି ହଟାଇବାକୁ ଆବଶ୍ୟକ ପଡ଼ିଲେ ଦଳ ଛାଡ଼ିବାକୁ ପଛେଇବେ ନାହିଁ ଶ୍ରୀ ପରିଡ଼ା ଘୋଷଣା କରିଥିଲେ।ଏଥିସହ ଦଳର ସମ୍ବିଧାନକୁ ଅଣଦେଖା କରି କେନ୍ଦ୍ରମନ୍ତ୍ରୀ କିପରି ଭାବେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ ଉଠାଇବା ପରେ ବିଜେପି ରାଜ୍ୟ ନେତୃବୃନ୍ଦ ମଧ୍ୟ ତାଙ୍କ ସହ ସ୍ବର ମିଳାଇଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ବଭୂଷଣ ହରଚନ୍ଦନ ଓ ପ୍ରଦୀପ ପୁରୋହିତ ଏହି ପ୍ରସଙ୍ଗରେ ଏକାଠି ଉତ୍ତର ରଖିଛନ୍ତି। ଦଳୀୟ ସମ୍ବିଧାନକୁ ଅଣଦେଖା କରି ସାଧାରଣ ସଭାରେ ଜଣକୁ ଦଳୀୟ ପ୍ରାର୍ଥୀ ରୂପେ ଘୋଷଣା କରିବାକୁ ନେଇ ବିତର୍କ ଆରମ୍ଭ ହୋଇଛି। ପ୍ରଥମେ ବିଜେପି ରାଜ୍ୟ ଓବିସି ସେଲର ଉପସଭାପତି ତଥା ପ୍ରାକ୍ତନ ଯାଜପୁର ଜିଲ୍ଲା ବିଜେପି ସଭାପତି ଆଶୁତୋଷ ପରିଡ଼ା ଏହାକୁ ତୀବ୍ର ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ। ଏହାପରେ ଦଳର ରାଜ୍ୟ ନେତୃବୃନ୍ଦ ମଧ୍ୟ ଆଶୁତୋଷଙ୍କ ସହ ସ୍ବର ମିଳାଇବା ଆରମ୍ଭ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରୀ ଗସ୍ତ ବେଳେ ବିଧାୟକ ପ୍ରାର୍ଥୀ ଘୋଷଣାକୁ ନେଇ ବିଜେପିରେ ଅସନ୍ତୋଷ
Facebook Notice for EU!
You need to login to view and post FB Comments!