ମହାମାରୀ ସମୟରେ ରକ୍ତାଭାବ ଦୂର ପାଇଁ ଚେଷ୍ଟା – ୫୬୩ ୟୁନିଟ ରକ୍ତ ସଂଗ୍ରହ.

300 0

ଅନୁଗୁଳ:(ମହେଶ ଭୋମରାଜ)  ଅନୁଗୁଳ ଜିଲ୍ଲାରୁ କରୋନା ସ୍ଥିତିରେ ରକ୍ତାଭାବ ଦୂର କରିବା ପାଇଁ ଆଜି, ପବିତ୍ର ଗଣେଷ ପୁଜା ଓ ନୁଆଁଖାଇ ପର୍ବ ଅବସରରେ ଅନୁଗୁଳ ଅମଲାପଡାସ୍ଥିତ ମା ବାସନ୍ତୀ ଦୁର୍ଗା ପାଠାଗାର ଠାରେ ଓଡ଼ିଶା ମୋ ପରିବାରର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ , ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧନରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶକ୍ତି ପ୍ରସାଦ ପଟ୍ଟନାୟକ ଯୋଗଦାନ କରି ରକ୍ତଦାନ ଶିବିରର ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୁପେ ପୁର୍ବତନ ନଗରପାଳ ଶ୍ରୀଯୁକ୍ତ ଭକ୍ତିପ୍ରଶାଦ ଦାସ ଓ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ପ୍ରଦିପ ଦେବତା ଉପସ୍ଥିତ ଥିଲେ  । ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କରୋନା ଲକଡାଉନ ସମୟରେ ବିଜୁ ଯୁବ ଜନତା ଦଳ ଦଳ ଦ୍ବାରା ସମୁଦାୟ ୫୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ବିଜୁ ଯୁବ ଜନତା ଦଳର ଜିଲ୍ଲା ସଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ , ଚନ୍ଦନ କୁମାର ସାହୁ , ଓ ଜିଲ୍ଲା ସମ୍ପାଦକ ସୁଧିର କୁମାର ନାଏକ , ପ୍ରମିଳା ନାଏକ ଏହି ଶିବିରକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ଭିତରେ ଅନୁପ ମହାନ୍ତି , ଟୁଟୁ ପ୍ରଧାନ , ସାଂସଦମହେଶ ସାହୁ ଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ପ୍ରତାପ ମହାପାତ୍ର , ଛାତ୍ରନେତା ମନୋଜ ଦାସ , ଅନ୍ତର୍ଯ୍ୟାମୀ ପ୍ରଧାନ , ଶଶାଙ୍କ ପ୍ରଧାନ ଓ ଶୁଭେନ୍ଦୁ ପ୍ରଧାନ ଉପସ୍ଥିତ ଥିଲେ ।

Related Post

କେସିଙ୍ଗା ଥାନା ସମ୍ନାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ,ଦୁଇ ଜଣେ ମୃତ ଦୁଇ ଗୁରୁତର

Posted by - May 3, 2022 0
କେସିଙ୍ଗା:(ପୀତେଶ ପଟେଲ) ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ କେସିଙ୍ଗା ଥାନା ସମ୍ନାରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି l 18 ଚକିଆ ଟ୍ରକ ନମ୍ୱର୍…

ତେନ୍ତୁଳିଖୁଣ୍ଟି ତାଳୁଙ୍କ ସ୍ତରୀୟ, ସଭାପତି ସମେତ ପ୍ରଧାନ ମଣ୍ଡଳୀ କର୍ମକର୍ତ୍ତା ନିର୍ବାଚିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଯେ, ଇ,ଲୁ,ମ,ମଣ୍ଡଳୀ ରେ ତାଳୁଙ୍କ ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହଇଥିଲା।ଏଥିରେ ନିର୍ବାଚନ ଅଧିକାରୀ…

ବେଦାନ୍ତ କମ୍ପାନୀ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ

Posted by - November 21, 2022 0
ମୁନିଗୁଡା :(ରମାକାନ୍ତ ପୋଢାଲ) ବେଦାନ୍ତ ଆଲୁମିନା କମ୍ପାନୀ ଶିଳ୍ପ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ବାସିନ୍ଦା ଙ୍କ ସ୍ବାସ୍ଥ୍ୟ ତଥା କଲ୍ୟାଣ ପାଇଁ ପ୍ରତିଶ୍ରୁତି ବଦ୍ଧ…