ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ

249 0

ଅନୁଗୋଳ:(ମହେଶ ଭୋମରାଜ )ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ ୨ଜଣ , ଅନୁଗୋଳ ବ୍ଲକ ଅଞ୍ଚଳରୁ ୫ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୮ଜଣ ମହିଳା ଅଛନ୍ତି । ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି । ଅନୁଗୋଳ ପୈାରଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ପୁରୁଷଙ୍କ ମଧ୍ୟରୁ ୨ଜଣ ପୃଥକ ଭାବେ ଭୁବନେଶ୍ବରର ଦୁଇଟି ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି ।

ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ଜଣେ ମହିଳା କରୋନା ପଜିଟିଭ ହୋଇଥିବା ପଡିଛି । ସମସ୍ତ ଲକ୍ଷଣ ବିହିନ ଓ ସ୍ବଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା ୫ଜଣଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଅଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୪୦୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୬ଜଣରେ ପହଁଞ୍ଚିଲା ।

Related Post

ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳକୁ କଂଟେନମେଂଟ  ଅଂଚଳ ଘୋଷିତ

Posted by - May 12, 2020 2
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ …

ଧିରେ ଧିରେ ବୃଦ୍ଧି ହେଉଛି ବୌଦ୍ଧ ଜିଲ୍ଲାରେ କରୋନା ଗ୍ରାଫ

Posted by - January 12, 2022 0
ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ତୃତୀୟ ଲହର କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି!ଜିଲ୍ଲା ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ…

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ରାଜ୍ୟ ରେ କୋରୋନା ମୃତ୍ୟୁ ୫ ନୁହେଁ ୪,ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Posted by - May 17, 2020 327
ବୁବନେଶ୍ବର :ରାଜ୍ୟ ରେ କୋରୋନା ମୃତ୍ୟୁ ସଂଖ୍ୟା ୫ ହେଲା ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଥିଲା। ହେଲେ ଏହା ତ୍ରୁଟି କୁହାଯାଇଛି…

କରୋନା ସ୍ଥିତି ଗମ୍ଭୀର: ଛଅଟି ପଞ୍ଚାୟତକୁ ସଟଡାଉନ.

Posted by - July 14, 2020 299
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରୁ ଶନିବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳର…