ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଜେପି ମୁକ୍ତ ଭାରତ ଗଠନ ପାଇଁ ଆହ୍ଵାନ

294 0

ନୀଳଗିରି:(ସୌମ୍ୟା ସାଇ ବାରିକ୍)ସମଗ୍ର୍ ଭାରତ ବର୍ଷ ରେ ସ୍ଵର୍ଗତ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ କୁ ସଦ୍ଭାବନା ଦିବସ ଭାବେ କଂଗ୍ରେସ ଦଳ ପକ୍ଷରୁ ପାଳନ କରାଯାଉଛି। ନୀଳଗିରି ରେ ମଧ୍ୟ ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ କୁ ନୀଳଗିରି କଂଗ୍ରେସ ଭବନ ପରିସରରେ ପାଳନ କରା ଯାଇ ଅଛି। ଏଥି ନିମନ୍ତେ ଅୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ କଂଗ୍ରେସ ଉପ ସଭାନେତ୍ରୀ ମନୋଜା ମଞ୍ଜରି ଦେବୀ, ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, କିଷାନ କଂଗ୍ରେସ ସମ୍ପାଦକ ଯଶୋଦା ନନ୍ଦନ ସିଂହ ପ୍ରମୂଖ ଯୋଗ ଦେଇ ରାଜୀବ ଗାନ୍ଧୀ ଦେଶ ର ଜଣେ ଶ୍ରେଷ୍ଠ ଜନ ନାୟକ। ତାଙ୍କ ଆଦର୍ଶ ଓ ନୀତି ରେ ଅନୁ ପ୍ରଣୀତ ହୋଇ କଂଗ୍ରେସ ଦଳ କୁ ତୃଣମୂଳ ସ୍ତରରୁ ସୁ ସଙ୍ଗଠିତ କରିବା ସହିତ ସାଧାରଣ ଜନତା ଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଆହ୍ଵାନ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କାର୍ଯ୍ୟକ୍ରମ ଅବସର ରେ ପୂର୍ବତନ ବିଧାୟକ ଶ୍ରୀ ଆଚାର୍ଯ୍ୟ ରାଜୀବ ଗାନ୍ଧୀ ଙ୍କ ପ୍ରଧାନ ମନ୍ତ୍ରୀତ୍ୱ କାଳରେ ଦେଶ ପାଇଁ କରିଥିବା ଅନେକ୍ ଜନମଙ୍ଗଳକାରୀ କାର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହିତ ଆଜି ଦିନ ଠାରୁ ଭାରତ ରେ ଭାରତ କୁ ବିଜେପି ମୁକ୍ତ ଭାରତ ଭାବେ ଗଠନ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ପଣ କରିବାକୁ କହିଥିଲେ ।ଅପରାହ୍ନରେ ବାଲେଶ୍ଵର ଜିଲ୍ଲା ପାଇଁ ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତି ଇଂ. ରଞ୍ଜନ କୁମାର ଦାଶ ଙ୍କୁ ନୀଳଗିରି କଂଗ୍ରେସ ଭବନ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଦାଶ ଙ୍କୁ ଏକ ମୋଟର ସାଇକେଲ ଶୋଭା ଯାତ୍ରା ରେ ଯୁବ କଂଗ୍ରେସ ର ଛାମୁଆ ନେତା ଓ କର୍ମୀ ମାନେ କଂଗ୍ରେସ ଭବନ ପରିସର କୁ ପାଛୋଟି ଆଣିଥିଲେ।

ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଯୁବ କଂଗ୍ରେସ ର ଅନେକ୍ ବକ୍ତା ଶ୍ରୀ ଦାଶ ଙ୍କୁ ସ୍ଵାଗତ କରିବା ସହିତ ଛାତ୍ର କଂଗ୍ରେସ ଯୁବ କଂଗ୍ରେସ ଓ କଂଗ୍ରେସ୍ ମଧ୍ୟରେ ସମନ୍ନୟ ରକ୍ଷା କରି, କଂଗ୍ରେସ ଦଳ କୁ ଆଗାମୀ ଦିନରେ ଏକ ପ୍ରମୂଖ ଶୃଙ୍ଖଳିତ ଦଳ ଭାବେ ଗଠନ କରିବେ ବୋଲି ଆଶା ପ୍ରକଟ କରିଛନ୍ତି। ପରେ ପରେ ଶ୍ରୀ ଦାଶ ଙ୍କୁ ରାଜ୍ୟ କଂଗ୍ରେସ ଉପ ସଭାନେତ୍ରୀ ମନୋଜା ମଞ୍ଜରି ଦେବୀ ନିଜ ବାସ ଭବନ ରେ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟ କ୍ରମ କୁ ଯୁବ କଂଗ୍ରେସ ର ସୁଶାନ୍ତ ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ଆଦର୍ଶ ଗୌରବ ଦାସ, ଦେବାଶିଷ ନାୟକ, ପ୍ରୀତିଶଙ୍କର ମହାପାତ୍ର, ନୀଳମାଧବ ଦାସ, ସତ୍ୟଜିତ ପ୍ରଧାନ ଓ ଅଶ୍ୱନୀ ପାତ୍ର ଙ୍କ ସମେତ ବହୁ ଯୁବ ନେତା ଓ କର୍ମୀ ସହଯୋଗ କରିଥିବା ଦେଖା ଯାଇଛି ।

Related Post

ଜେସିବି ଧକ୍କାରେ ନିଜର ଗୋଟେ ଗୋଡ଼ ହରାଇଥିବା ଘଟଣା, ଏସ୍ ପି ଙ୍କ ଦ୍ଵାରସ୍ଥ ହେଲେ ସୁରେନ୍ଦ୍ର

Posted by - June 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଳାଶ ଗ୍ରାମର ସୁରେନ୍ଦ୍ର ବାଗ ଗତ ୪ତାରିଖ ଭବାନୀପାଟଣା ନକଟିଗୁଡା ଛକରେ…

ମନରେଗା ଯୋଜନାରେ ମହାଲୁଟ, ମିଥ୍ୟା ବିଲ୍ ଉଠାଇବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

Posted by - May 21, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମ ପଞ୍ଚାୟତର ସର୍ଗିପାଲି ଗ୍ରାମ ଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ…

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀ ର ମୃତ୍ୟୁ

Posted by - May 31, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଂଚାୟତ ଗେରେଡ଼ିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି। ପ୍ରକାଶ ଥାଉକି ଗେରେଡ଼ିସାହି ଗ୍ରାମର…

କରୋନା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଫିକା

Posted by - August 23, 2020 0
 ସମ୍ବଲପୁର:ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର‌୍ୟ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ…

ଯାଜପୁର ଜିଲ୍ଲାସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ

Posted by - November 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ସର୍ବପୁରାତନ ସ୍କୁଲ ଯାଜପୁର ଜିଲ୍ଲା ସ୍କୁଲ ପରିସରରେ ମୋସ୍କୁଲ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଆଲୋକ…