ଦଶମ ଶ୍ରେଣୀ ଇତିହାସ ବହିରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ

980 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୩ ମସିହାରୁ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଇତିହାସ ବହିର ୩୦,୩୧ ପୃଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ ହୋଇଛି, ଏନେଇ ବରୀ ଅଂଚଳର ବୁଦ୍ଧିଜୀବୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି,ଏନେଇ ସୋମବାର ଶିକ୍ଷା ପରିଷଦ ର ସଭାପତି ଙ୍କୁ ଅଗଷ୍ଟ ମାସ ୨୫ ତାରିଖ ସୁଦ୍ଧା ତ୍ରୁଟି ସଂଶୋଧନ ପାଇଁ ବରୀ ମଣ୍ଡଳ ଶିକ୍ଷା ଧିକାରୀ ଅଭୟ କୁମାର ବେହେରା ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ଦେଶ ପାଇଁ ଇଂରେଜ ଫୌଜ ମାନଙ୍କ ସହ ଲଢେ଼ଇ କରି ବରୀ ଅଂଚଳର ୪ ଜଣ ଯୁବକ ସହିଦ ହୋଇଥିଲେ । ଦଶମ ଶ୍ରେଣୀ ଇତିହାସ ବହିରେ ୩ ଜଣ ଶହୀଦ ହୋଇଥିବା ପ୍ରକାଶ ପାଇଛି, କଳାମାଟିଆ ସ୍ଥାନର ନାମ ପରିବର୍ତ୍ତେ କାଇପଦର ଉଲ୍ଲେଖ ରହିଛି, ଯାଜପୁର ଜିଲ୍ଲା ପରିବର୍ତ୍ତେ କଟକ ଜିଲ୍ଲା ଉଲ୍ଲେଖ ରହିଛି, ଏହା ୩୦ଓ ୩୧ ପୃଷ୍ଠାରେ ପ୍ରକାଶିତ ହୋଇଛି।

ପ୍ରକୃତ ପକ୍ଷେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କଳାମାଟିଆ ବୋଲି ପ୍ରକାଶ ପାଇବା କଥା ,ସାଉଁଟି ମଳିକ, ସାନଦ ସ୍ୱାଇଁ ,ହଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ ଙ୍କ ନାମ ଶହୀଦ ରେ ସ୍ଥାନ ପାଇବା ପରିବର୍ତେ ଜଣ ଙ୍କ ନାମ ନାହିଁ ,ଏଭଳି ତ୍ରୁଟି ସଂଶୋଧନ କରାନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି, କୁଳମଣି ଶୁକ୍ଳ ,କାଁହୁ ଚରଣ ବେଉରା , ଇନ୍ଦୁମତି ସାହୁ , ଅଶୋକ ସାହୁ , ପଦ୍ମ ଚରଣ ନାୟକ ସାମାଜିକ କର୍ମୀ ସତ୍ୟ କରଙ୍କ ନେତୃତୁରେ ବ୍ଲକ ଶିକ୍ଷାଧିକାରି ଙ୍କୁ ଦାବି ପତ୍ର ଦିଆଯାଇଥିଲା,

 

Related Post

ନୀଳଗିରି ଡାକ୍ତରଖାନା ର ବିଭିନ୍ନ ସମସ୍ୟା ନେଇ, ସି. ପି. ଆଇ. (ଏମ୍) ର ରାସ୍ତା ରୋକ

Posted by - April 16, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ)ସି.ପି.ଆଇ. ( ଏମ୍), ନୀଳଗିରି ଆଞ୍ଚଳିକ କମିଟି, ପକ୍ଷରୁ ଆଜି ରାସ୍ତା ରୋକ କରା ଯାଇଛି। ସୂଚନା ରୁ ଜଣା ପଡିଛି, ନୀଳଗିରି ଡାକ୍ତରଖାନା…

ଆଦିବାସୀ ଙ୍କ ସଂରକ୍ଷଣ ଦାବି ରେ ଗର୍ଜିଲେ ଆଦିବାସୀ

Posted by - January 2, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମ ଠାରେ ଜିଲା ଆଦିବାସୀ କଲ୍ୟାଣ ସଂଘ ର ଏକ ବୈଠକ ସଂଘ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ ଙ୍କ…

ମହାଶିବରାତ୍ରି ପାଇଁ କମିସନରେଟ୍ ପୁଲିସ୍‌ର ପ୍ରସ୍ତୁତି,ଅଭିଜ୍ଞ ପୁଲିସ ଅଧିକାରୀ ରହିବେ, ଦୁର୍ବୃତ୍ତଙ୍କ ଉପରେ ନଜର ରଖିବ ୩୨ଟି ସିସିଟିଭି କ୍ୟାମେରା

Posted by - February 27, 2019 0
ଆସନ୍ତା ମାର୍ଚ୪ ତାରିଖ ମହାଶିବରାତ୍ରି‌ରେ ଏକାମ୍ର କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିସନ୍‌ରେଟ୍‌ ପୁଲିସ ପକ୍ଷରୁ ଆଜି ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଏକ ପ୍ରସ୍ତୁତି…