ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ସ୍ୱାଧିନତା ସଂଗ୍ରାମରେ ଯାଜପୁର ଜିଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ । ଜିଲାର ଏøତିହ୍ୟ ଓ କଳା ଏବଂ ସଂସ୍କୃତି କେବଳ ରାଜ୍ୟ ନୁହେଁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ଦେଶ ସ୍ୱାଧିନତାର ୭୪ ବର୍ଷ ପରେ ଅନେକ କିଛି ପ୍ରଗତି ହୋଇଛି । ରାଜ୍ୟ ସରକାର ସବୁ ବର୍ଗର ଉନ୍ନତି ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଦେଶର ସ୍ୱାଧିନତା ସଂଗ୍ରାମ ପାଇଁ ଆନ୍ଦୋଳନ କରିଥିବା ସେହି ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ କୁ ଦେଶ ତଥା ଜାତି ସବୁଦିନ ମନେ ରଖିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ଏହି ଅବସରରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏସ ପି ଚରଣ ସିଂ ମିନା ଙ୍କ ସମେତ ଜିଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।