Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଯାଜପୁର ଜିଲ୍ଲାରେ ୫୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

969 0

ଯାଜପୁର ଅଫିସ: ୧୨/୦୮ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି କରୋନାକୁ ଲୋପ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । କିନ୍ତୁ ନୂଆ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି ଜିଲ୍ଲା ପ୍ରଶାସନର ସୂଚନା ମୁତାବକ ୫୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଦଶରଥପୁର ବ୍ଲକର ସର୍ବାଧିକ ୨୫ ଜଣ, ରସୁଲପୁର ବ୍ଲକର ୯ଜଣ, ସୁକିନ୍ଦା ବ୍ଳକର ୪ ଜଣ, କୋରେଇ ବ୍ଲକର ୩ ଜଣ, ବରୀ ବ୍ଲକର ୩ଜଣ, ବଡ଼ଚଣା ବ୍ଲକର ୪ଜଣ, ବିଞ୍ଝାରପୁର ବ୍ଲକର ୨ଜଣ, ଦାନଗଦି ବ୍ଲକର ୧ଜଣ, ଯାଜପୁର ବ୍ଲକର ୧ ଜଣ ଓ ଯାଜପୁର ପୌରାଞ୍ଚଳର ୧ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଦଶରଥପୁର ବ୍ଲକର ୨୫ଜଣଙ୍କ ମଧ୍ୟରୁ କୋଲକତାରୁ ୯ଜଣ, ମହାରାଷ୍ଟ୍ରରୁ ୪ଜଣ, ହରିୟାଣାରୁ ୨ଜଣ, ପଞ୍ଜାବ, କର୍ଣ୍ଣାଟକ ଓ ପୁନେରୁ ୧ଜଣ ଲେଖାଏଁ ଫେରନ୍ତା ଓ ସ୍ଥାନୀୟ ଅଞ୍ଚଳରୁ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜଣାପଡ଼ିଛି ।

ସେହିପରି ରସୁଲପୁର ବ୍ଲକର ୯ଜଣ ମଧ୍ୟରୁ ସମସ୍ତେ ସ୍ଥାନୀୟ ଅଞ୍ଚଳର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁକିନ୍ଦା ବ୍ଲକର ୪ ଜଣଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୨ଜଣ, କୋଲକତା ଓ ଉତ୍ତର ପ୍ରଦେଶରୁ ୧ଜଣ ଲେଖାଏଁ ଫେରନ୍ତା କରୋନା ସଂକ୍ରମିତ ଅଟନ୍ତି । କୋରେଇ ବ୍ଲକର ସ୍ଥାନୀୟ ଅଞ୍ଚଳରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବରୀ ବ୍ଲକର ୩ଜଣ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୨ଜଣ ଓ ସ୍ଥାନୀୟ ଅଞ୍ଚଳର ୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଡ଼ଚଣା ବ୍ଲକର ସ୍ଥାନୀୟ ଅଞ୍ଚଳର ୪ଜଣ ଓ ବିଞ୍ଝାରପୁର ବ୍ଲକର ସ୍ଥାନୀୟ ଅଞ୍ଚଳର ୨ଜଣ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଛନ୍ତି । ସେହିପରି ଦାନଗଦି ବ୍ଲକର ଜଣେ ହରିଆନାରୁ ଫେରନ୍ତା ହୋଇଥିବା ବେଳେ ଯାଜପୁର ବ୍ଲକ ଓ ଯାଜପୁର ପୌରାଞ୍ଚଳର ସ୍ଥାନୀୟ ଅଞ୍ଚଳର ଜଣେ ଲେଖାଏଁ କରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Related Post

ଦିନକରେ କରୋନାରେ ୬୬ ମୃତ,ପୁଣି ବଢିଲା ଆର୍ ଭ୍ୟାଲୁ,ତୃତୀୟ ଲହରୀ ସୁନିଶ୍ଚିତ

Posted by - July 18, 2021 0
ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ…

ପ୍ରଥମ ୫ ଶହ ଆକ୍ରାନ୍ତ ଛୁଇଁବା ପାଇଁ ୨ ମାସ ,ଏବେ ମାତ୍ର ୮ ଦିନରେ ୫ ଶହ

Posted by - May 21, 2020 0
ଭୁବନେଶ୍ବର :ସାରା ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧୨ ହଜାର ୩୫୯ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ…

ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ

Posted by - January 20, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ…

ଅନଗୁଳ ଜିଲ୍ଲାରେ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା.

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲାରୁ ଆଜି ( ଗୁରୁବାର) ୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ପଜିଟିଭ୍ ସଂଖ୍ୟା ୧୦୨୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ…

୨ ଦିନରେ ଟିକାନେଲେ ୮୪୭ ମହିଳା ଓ ପୁରୁଷ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଲଷ୍ମୀପ୍ରସାଦ ପଂଚାୟତରେ ୨ ଦିନ ଧରି କରୋନା ଟୀକାକରଣ ଦିଆଯାଇଛି।୧୮ ରୁ ଉର୍ଦ୍ଧ୍ବ ବୟସ୍କ ମହିଳା ଓ ପୁରୁଷଙ୍କୁ ପ୍ରଥମ ଦିନ ୪୦୬ ଓ ଦ୍ୱିତୀୟ…