ଅସହାୟଙ୍କୁ ଆଶ୍ରୟ ଦେଲା ପ୍ରଶାସନ

642 0

ମାଥିଲି: ଘର ଭାଙ୍ଗିଯିବା ପରେ ଏକ ଫାଷ୍ଟଫୁଡ ଦୋକାନରେ ଆଶ୍ରୟ ନେଇଥିଲେ ଜଣେ ଅସହାୟ ମହିଳା । ତାଙ୍କୁ ଉଦ୍ଧାର କରିଛି ପ୍ରଶାସନ । ପଂଚାୟତକୁ ଆଣି ତାଙ୍କର ଚିକିତ୍ସା କରିଛି । ତାଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛି । ପ୍ରଶାସନର ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।ମାଥିଲି ସାଗର ସାହିର କେ.ଲକ୍ଷ୍ମୀ, ସ୍ୱାମୀ, ପୁଅ ଓ ଝିଅଙ୍କ ସହ ଖୁସିରେ ରହୁଥିଲେ । ସମୟକ୍ରମେ ପୁଅ ଓ ଝିଅ ବାହା ହୋଇଗଲେ । ହେଲେ ପୁଅ ମଦ ପିଇ ଘରର ଯାବତୀୟ ଜିନିଷ ବିକ୍ରି କରିବାରୁ ବୋହୂ ନିଜ ବାପାଘରକୁ ଚାଲିଯାଇଛନ୍ତି । ଏମିତି ଏକ ସମୟରେ ସ୍ୱାମୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ପରେ ଲକ୍ଷ୍ମୀ ଝିଅ ଘର ଜୟପୁରରେ କିଛି ଦିନ ରହିବାକୁ ଚାଲିଯାଆନ୍ତି ।

ସେଠାରେ ପଡ଼ି ଯାଇ ତାଙ୍କ ହାତ ଭାଙ୍ଗିଯାଏ । ଏହା ପରେ ସେ ଘରକୁ ଫେରି ତାଙ୍କ ଘର ଭାଙ୍ଗିଯାଇଥିବା ଓ କିଛି ଜିନିଷପତ୍ର ନଥିବା ଦେଖନ୍ତି । ରହିବା ପାଇଁ ଜାଗା ନଥିବାରୁ ଏକ ଫାଷ୍ଟଫୁଡ ଦୋକାନରେ ସେ ଆଶ୍ରୟ ନିଅନ୍ତି । ଏହା ପ୍ରଶାସନର ନଜରକୁ ଆସିବା ପରେ ତାଙ୍କୁ ଉଦ୍ଧାର କରିଛି । ମାଥିଲି ବିଡିଓ, ତହସିଲଦାର, ଥାନାଧିକାରୀ, ସରପଂଚ ପ୍ରମୁଖ ତାଙ୍କୁ ପଂଚାୟତକୁ ଆଣିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମାଲକାନଗିରିସ୍ଥିତି ବୃଦ୍ଧାଶ୍ରମରେ ରଖାଯିବ ବୋଲି ପିଇଓ ଅଶୋକ ମହାରଣା କହିଛନ୍ତି । ଏହା ସହ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।

Related Post

ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ଗାଁ କୁ ଚାଲ ଅଭିଯାନ ଆରମ୍ଭ

Posted by - September 23, 2021 0
ସମ୍ବଲପୁର:୨୨/୦୯(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା କୄଷକ ସୁରକ୍ଷା ସଂଗଠନ ପକ୍ଷରୁ ଗାଁ କୁ ଚାଲ ଅଭିଯାନ ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୄଷି ଆଇନ କୁ…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ର ମୃତ୍ୟୁ

Posted by - May 15, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ।ସାନ ଭାଇର ଟାଙ୍ଗିଆ…

ଛଟେଇ ଓ ବହିଷ୍କୃତ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ସିଆଇଟିୟୁର ବିକ୍ଷୋଭ

Posted by - June 22, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବନ୍ଦ ଖଣି ଗୁଡ଼ିକୁ ତୁରନ୍ତ ଚାଲୁ କରିବା ସହ ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି ଯୋର ଧରିଛି । ଏନେଇ ଶ୍ରମିକ ସଂଗଠନ ସିଆଇଟିୟୁ…

ଘରୋଇ ସ୍କୁଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଘରୋଇ ସ୍କୁଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ…

ମୋଦି ସରକାର ଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ମହିଳା ସମାବେଶ

Posted by - June 7, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) କେନ୍ଦ୍ର ରେ ମୋଦି ସରକାର ଙ୍କ ର ଆଠ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲାଧର୍ମଗଡ ବିଧାନସଭା ସ୍ତରିୟ ବଡବସୁଳ ଠାରେ…