ଭିନ୍ନକ୍ଷମ ଦଳିତ ପରିବାରକୁ ମିଳୁନାହିଁ ସରକାରୀ ଆବାସ

307 0

ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ସରକାରୀ ଆବାସ ପ୍ରଦାନ କ୍ଷେତ୍ରରେ କରାଯାଉଛି ପାତରଅନ୍ତର ।ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଆବସ ପ୍ରଦାନ କରାଯାଉଥିବାବେଳେ ବହୁ ଗରବ ପରିବାରଙ୍କୁ
ମିଳୁନାହିଁ ସରକାରୀ ଆବାସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ଅସନପୁର ପଂଚାୟତରେ । ପଂଚାୟତର କଣ୍ଟାବଣିଆ ଡିହସାହି ଗ୍ରାମର କୈଳାସ ଚନ୍ଦ୍ର ମଲ୍ଲିକ ଜଣେ
ଦଳିତ ଗରିବ ବ୍ୟକ୍ତି । କୈଳାସ ମଲ୍ଲିକ ସ୍ତ୍ରୀ ସାବିତ୍ରୀ ମଲ୍ଲିକଙ୍କ ସମେତ ୭ ପରିବାର ସଦସ୍ୟ । ପୁଅ ଚିତ୍ତରଂଜନ ମଲ୍ଲିକ(୩୪) ଏବଂ ଝିଅ ମଧୁସ୍ମିତା(୩୨) ମାନସିକ
ବିକୃତି(ଭିନ୍ନକ୍ଷମ) । ରହିବାକୁ ଝାଟିମାଟି ଛଣଛପର ଘର ଖଣ୍ଡେ ।

୨ ବର୍ଷରେ ଥରେ ଘରେ ଛଣଛପର ପକାଯାଏ । ମାତ୍ର ଘର ଖଣ୍ଡେ ପାଇଁ ବାରମ୍ବାର ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ବିଧାୟକଙ୍କୁ ଗୁହାରି କଲେ ମଧ୍ୟ ଏପର୍ଯ୍ୟନ୍ତ ଘର ଖଣ୍ଡେ ମିଳିପାରିନାହିଁ । ଅନ୍ୟପକ୍ଷରେ ଆଗୁଆ ୨୦ ହଜାର ଟଙ୍କା ଦେଇନପାରିବାରୁ ତାଙ୍କୁ ଘର ମିଳିପାରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି । ମାତ୍ର ଏହି ବ୍ଲକରେ ୨ ମହଲା କୋଠାଧାରୀ, ସରକାରୀ କର୍ମଚାରୀ, ଗୋଟିଏ ପରିବାରକୁ ୨/୩ଟି ଲେଖାଏଁ ଆବାସ ପ୍ରଦାନ କରାଯାଉଥିବାବେଳେ କୈଳାସ ଚନ୍ଦ୍ର ମ୍ଲଲିକଙ୍କ ପରି ଗରିବ, ଦଳିତ ଏବଂ ଭିନ୍ନକ୍ଷମ ପରିବାରକୁ ସରକାରୀ ଆବାସ ଖଣ୍ଡେ ମିଳିବା ଯେପରି ସାତସପନ ପାଲଟିଛି । ତୁରନ୍ତ ଘର ଖଣ୍ଡେ ପ୍ରଦାନ କରିବାକୁ ଜି୍‌ଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Related Post

ନନ୍ଦନକାନନ ଅନୁଧ୍ୟାନ କଲେ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରତିନିଧି ଦଳ

Posted by - August 31, 2021 0
ଭୁବନେଶ୍ୱର ଉତ୍ତର:(ସନ୍ତୋଷ ରାଉତ)ପ୍ରତ୍ୟେକ ବର୍ଷଭଳି ଚଳିତବର୍ଷ ନନ୍ଦନକାନନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରିୟ ଚିଡ଼ିଆଖାନା ର ପ୍ରତିନିଧି ।ଆଜି କେନ୍ଦ୍ରୀୟ ଚିଡ଼ିଆଖାନାର ଜଣିକିଆ ପ୍ରତିନିଧି ଭାବରେ ଶ୍ରୀ ଇଉ…

ଲଗାଣ ବର୍ଷାରେ ଜଗଦୀଶ ରଣାଙ୍କ ଘର ଭୁଶୁଡ଼ିଲା ସରକାରୀ ସହାୟତା ପାଇଁ ଗୁହାରି

Posted by - August 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ )ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘର ଭୁଶୁଡି ବାସ ହରା ହେଇଛନ୍ତି ପରିବାର। ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ। ପ୍ରତ୍ୟକ୍ଷ ଦର୍ଶୀ ମାନେ…

ଭେଙ୍ଗରାଜପୁର ଧାନ ମଣ୍ତିକୁ ପ୍ରଶାସନ ର ଅବହେଳା – ପଦ୍ମପୁର

Posted by - November 22, 2020 0
ପଦ୍ମପୁର:ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ସେବା ସମବାୟ ସମିତି ଲିଃ ଅଧୀନସ୍ଥରେ ଭେଙ୍ଗରାଜପୁର ଧାନ ମଣ୍ତି କୁ ଏ ଯାଏଁ ଟୋକନ ଆସିନାହିଁ । ଚଳିତ…

ରଥ ପାଇଁ ବଦଳିଲା ରାସ୍ତାର ଠିକଣା, ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

Posted by - July 4, 2019 0
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ…

ବାପାଙ୍କ ଶେଷ ସଂସ୍କାର ରେ ମୁଖାଗ୍ନି ଦେଲେ ଝିଅ

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସମାଜରେ ନାରୀ ଆଉ ଅବଳା ଦୁର୍ବଳା ହୋଇ ରହିନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ଭଳି ନିଜର ପାରଦର୍ଶିତା ଦେଖାଉଛନ୍ତି ନାରୀ ମାନେ । ପରଲୋକ…