ଅନୁଗୁଳ:(ମହେଶ ଭୋମରାଜ)ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଏଟିଏମ ଲୁଟେରା । ଲଗାତାର ଦୁଇ ଦିନରେ ଦୁଇଟି ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଗତକାଲି କରଡ଼ାଗାଡ଼ିଆରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏଟିଏମ ଭାଙ୍ଗି ଟଙ୍କା ଲୁଟିଥିଲେ ଦୁର୍ବୃତ୍ତ । ଆଜି ପୁଣି ଅମଲାପଡା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଦେଖା ଯାଇଛି । ଉଭୟ ଏଟିଏମ ଲୁଟ ବେଳେ ଗ୍ୟାସ କଟର ବ୍ୟବହାର କରି ଏଟିଏମ ମେସିନକୁ କାଟି ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଗତକାଲି କରଡ଼ାଗାଡ଼ିଆ ଏଟିଏମ ରୁ ପ୍ରାୟ ୨୭ ଲକ୍ଷ ୯୦ ହଜାର ଟଙ୍କା ଲୁଟ ହୋଇଥିବା ଜଣା ପଡ଼ିଛି ।
ଅମାଳାପଡା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଚଳିତ ୭ ତାରିଖରେ ଉଦଘାଟନ ହୋଇଥିଲା ।ଆଜି ସକାଳେ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କକୁ ଆସିବା ବେଳେ ଏଟିଏମ ସଟର ବନ୍ଦ ଥିବା ଦେଖି ଖୋଲିଥିଲେ । ସଟର ଖୋଲିବା ପରେ ଏଟିଏମ ମେସିନ କଟା ଯାଇଥିବା ଦେଖି ପୋଲିସକୁ ସୂଚନା ଦିଆ ଯାଇଥିଲା ।।ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ ଏଟିଏମ ରେ ୨ ଲକ୍ଷରୁ ଅଧିକ ଟଙ୍କା ଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ପୋଲିସକୁ ଖୋଲା ଛାଲେଞ୍ଜ ଦେଇ ଏଭଳି ଦୁଇ ଦୁଇଟି ଏଟିଏମ ଲଗାତାର ଭାବେ ଲୁଟ କରିବା ଘଟଣା ପରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।