କରୋନା ସଚେତନତାର ଚତ୍ବାରିଂଶଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ

824 0

ଭୁବନେଶ୍ବର:ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୪୦ଦିନ ଧରି ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ । ଆଜି ଓଡ଼ିଶା ରାଜ୍ୟର ନବରଙ୍ଗପୁର ଜିଲ୍ଲା ଶାଖା କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ସଚେତନଧର୍ମୀ ସାମାଜିକ ନାଟକ ଓ ଗୀତିନାଟ୍ୟ ପରିବେଷଣ କରାଯାଇଥିବାର ଦେଖିବାକୁ ମିଳିଥିଲା।

ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁରର ଜିଲାସଂଯୋଜକ ଶ୍ରୀଯୁକ୍ତ ଚନ୍ଦନ ଦାସଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନମାନଙ୍କରେ ଏହି ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଛି ଓ ବିଶ୍ଵରୁ ମହାମାରୀ କରୋନାର ବିନାଶ ନହେବାଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।ଏଥିରେ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାରଙ୍କ ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସହାୟତା ଯୋଗାଇ ଆସୁଥିବାର ଜଣାଯାଇଅଛି।

Related Post

ଯାଜପୁର ପ୍ରଶାସନ ପକ୍ଷରୁ କୋରୋନା ସଚେତନତା ଭିଡିଓ ଜାରି

Posted by - May 10, 2020 465
ଭୁବନେଶ୍ବର :ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଗୀତ ମାଧ୍ୟମରେ ସଚେତନତା ବାର୍ତା ଦିଆଯାଇଛି ଯାହାକୁ ନିଜେ ଗୀତିକାର ତଥା ଜିଲ୍ଲାପାଳ ରଂଜନ କୁମାର ଦାସ ଲେଖିଥିବା ବେଳେ…

ଆଦିବାସୀ ମହିଳା ଓ ପୁରୁଷଙ୍କୁ ଛେଳି ଓ କୁକୁଡ଼ା ପାଳନ ତାଲିମ ଶିବିର ଉଦଯାପିତ

Posted by - February 6, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)କୋଭୀଡ – ୧୯ ପାଇଁ, ଆର୍ଥିକ ଅନଗ୍ରସର କ୍ଷତିଗ୍ରସ୍ତ ଆଦିବାସୀ ମହିଳା ଓ ପୁରୁଷ ଙ୍କୁ, ଛେଳି ଓ କୁକୁଡ଼ା ପାଳନ ର ଏକ ଦଶ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ 

Posted by - June 29, 2022 0
ଯାଜପୁର ବ୍ଲକ ଅମ୍ବିକା ମଣ୍ଡପ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିIଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଂଜୁଲତା ହୋତାଏବଂ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ପାଂଉଣ୍ଡେସନର ସଦସ୍ୟ,କର୍ମକର୍ତା ଏବଂ ଯାଜପୁର ପୌରପାଳିକାର କାଉନସିଲର ମାନେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ସହରର ବିଭିନ୍ନ ମହିଳା ମାନେ ଯୋଗ ଦେଇ ରକ୍ତଦାନ କାର୍ଯ୍ୟରେ ମଧ୍ୟ ସାମିଲ ହୋଇଥିଲେ ।