ମହାକାଳପଡାରେ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

373 0

ଯାଜପୁର ଅଫିସ:ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ମହାକାଳପଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଜଣାଯାଇଛି ଯେ ଏହି ଗ୍ରାମର ଦିଗ୍ ବିଜୟ ସାମଲଙ୍କ ଏକ ଦୋକାନ ଘରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା । ପରେ ତାଙ୍କ ବାସଭବନର ଏକ ଛଣ ଛପର ବଖରା ପୋଡି ନଷ୍ଟ ହୋଇଯାଇଛି । ଦିଗ୍‌ବିଜୟଙ୍କର ଭେରାଇଟି ଷ୍ଟୋରରେ ପାଖା ପାଖି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବାବେଳେ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।

ଏ ନେଇ ବରୀ ତହସିଲ କାର୍ଯ୍ୟାଳୟରେ ଗୁରୁବାର ପୂର୍ବତନ ସରପଂଚ ସଂଗ୍ରାମ ସାମଲ, ନୀର ସାମଲଙ୍କ ସମେତ କେତେକ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତହସିଲ ପକ୍ଷରୁ କୌଣସି ସହାୟତା ମିଳିପାରି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । କେନ୍ଦ୍ରାପଡା ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଁଂଚି ନିଆଁକୁ ଆୟତ କରିଥିଲେ ବୋଲି କୁହାଯାଇଛି ।

Related Post

କାର ଓ ବାଇକ ମୁହଁl ମୁହିଁ ଧକ୍କା,ବାଇକ ଆରୋହୀ ଗୁରୁତର

Posted by - August 7, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ବିରାନରସିଂ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂମୁଖ ରେ ଆଜି ଅପରାହ୍ନ ୨.୩୦ ମିନିଟ ସମୟରେ ଏକ ଦୁର୍ଘଟଣା ଘଟିଥିବାର…

ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ବିୟୋଗ

Posted by - December 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ହସ୍ପିଟାଲରେ ରବିବାର ତା ୨୮.୧୧.୨୦୨୧ ରିଖ ଦିନ ଭୋର ରେ…

ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଗୁରୁତର

Posted by - June 1, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଚାରବାହାଲ ଠାରେ ଏକ ଡିଜେଲ ଟ୍ୟାଙ୍କର ଭାରସାମ୍ଯ ହରାଇ ଓଲଟି ପଡିବାରୁ ଡ୍ରାଇଭର ଗୁରୁତର ଭାବେ ଆହତ…

ଛାତ୍ର କଂଗ୍ରେସ କର୍ମୀ ଙ୍କ ଉପରେ ଆକ୍ରମଣ ର ପ୍ରତିବାଦ

Posted by - November 17, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଛାତ୍ର କଂଗ୍ରେସ କର୍ମୀଙ୍କ ଉପରେ ମରଣାତ୍ମକ ଆକ୍ରମଣର ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା…